Odisha news

ଦିଲ୍ଲୀ ଡେଙ୍ଗୁରେ ଓଡ଼ିଆ ଛାତ୍ରଙ୍କ ମୃତ୍ୟୁ, ଜନ୍ମମାଟିକୁ ଫେରିଲା ଶବ।

ନର୍ଲା (ଦୀପକ କୁମାର ଠାକୁର) ରାଜଧାନୀ ଦିଲ୍ଲୀରେ ୨୩ ବର୍ଷିୟ ଓଡ଼ିଆ ଛାତ୍ର କୁରୁକ୍ଷେତ୍ର ନାଏକଙ୍କ ମୃତ୍ୟୁ ଡେଙ୍ଗୁ ଜର ଆକ୍ରାନ୍ତରେ ହୋଇଛି। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ଅନ୍ତର୍ଗତ କେରାଣ୍ଡିଖୁଣ୍ଟିର ସ୍ଵର୍ଗତ ନାଏକ ଗତ ଦୁଇ ବର୍ଷ ଧରି ଦିଲ୍ଲୀର ୱେଷ୍ଟ ପଟେଲ ନଗର ଅଞ୍ଚଳରେ ରହୁଥିଲେ। ସେଠାରେ ପ୍ରଶାସନିକ ସେବା (ଆଇଏଏସ) ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ। ସେ ୟୁପିଏସ ପରୀକ୍ଷା ପାଇଁ ପ୍ରସ୍ତୁତି ୨୦୨୧ ୟୁପିଏସ ପରୀକ୍ଷା ଦେଇଥିଲେ। କିନ୍ତୁ ହଠାତ୍ ଡେଙ୍ଗୁରେ ଆକ୍ରାନ୍ତ ୬ ତାରିଖ ଦିନ ଦିଲ୍ଲୀ ସ୍ଥିତ ଏକ ହସ୍ପିଟାଲରେ ମୃତ୍ୟୁ ଘଟିଥିଲା। କୁରୁକ୍ଷେତ୍ରଙ୍କ ପରିବାର ଗରିବ ହୋଇଥିବାରୁ ଶବ ଆଣିବାରେ ଅର୍ଥ ବାଧକ ହେଉଥିଲା। ତେବେ ଏହି ଖବର ଓଡିଆ ମହାମଞ୍ଚର ଅଧ୍ୟକ୍ଷ ଗୋବର୍ଦ୍ଧନ ଧଳଙ୍କ ପାଖରେ ପହଞ୍ଚିବା ପରେ ସେ ଏ ନେଇ ଓଡ଼ିଶା ମୋ ପରିବାର ସଦସ୍ୟଙ୍କ ସହିତ ବିଚାର ବିମର୍ଶ କରିଥିଲେ। ଓଡ଼ିଶା ମୋ ପରିବାର ଓ ଓଡ଼ିଶା ମହାମଞ୍ଚର ସହଯୋଗ କ୍ରମେ କଳାହାଣ୍ଡି ଜିଲ୍ଲା କେରାଣ୍ଡିଖୁଣ୍ଟି ଗାଁରେ ମୃତ କୁରୁକ୍ଷେତ୍ରଙ୍କ ଶବ ପହଞ୍ଚି ନିଜ ଜନ୍ମମାଟିରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି।

Comments are closed.