ପୋଲସରା :ପୋଲସରା (ରଂଜୟ ପାଣିଗ୍ରାହୀ )ତା 08/11/21ରିଖ ରିଖ ରେ ପୋଲସରା ବ୍ଲକ ବିଜେପି ତରଫରୁ ମମତା ମେହେର କୁ ନ୍ୟାୟ ଦାବିରେ ଘୁମୁସର ଜିଲ୍ଲା ସଭାପତି ଗୋକୁଳା ନନ୍ଧ ମଲିକ ଙ୍କ ନେତୃତରେ ବ୍ଲକ ର ବିଭିନ୍ନ ପଂଚାୟତ ରୁ କର୍ମୀ ମାନଙ୍କୁନେଇ ଏକ ପଦ ଯାତ୍ରା ମାଧ୍ୟ୍ୟମରେ ପୂର୍ଵତନ ବିଧାୟକ ନିରଞ୍ଜନ ପ୍ରଧାନ ଙ୍କ ବାସଭବନରୁ ବାହାରି ଏନ ଏ ସି ଦେଇ ବ୍ଲକ ପଯ୍ୟନ୍ତ ବାହାରିରିଥିଲେ l ଏହାକୁ ଦେଖି ପୋଲିସ ପ୍ରଶାସନ ତରଫରୁ ଏନ ଏ ସି ର ବିଭିନ୍ନ ଛକ ମାନଙ୍କରେ ପୋଲିସ ଛାଉଣୀ କରିବାସହ ବ୍ଲକ ରେ ମଧ୍ୟ ଅନୁରୂପ ଭାବେ ପୋଲିସ ଛାଉଣୀପରିଣତ ହୋଇଥିଲା l ବିଜେପି ତରଫରୁ ବିଜେଡି ସରକାର ବିରୁଦ୍ଧରେ ସ୍ଲୋଗାନ ଦେବାସହ ଦିବ୍ୟଶଙ୍କର ମିଶ୍ର, ପ୍ରତାପଜେନା, ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କ କୁଶ ପୁତଳିକା ଦାହ କରାଯାଇଥିଲା l
ଏହି ଘେରାଉରେ ଘୁମୁସର ଜିଲ୍ଲା ବିଜେପି ସଭାପତି ଗୋକୁଳା ନନ୍ଦ ମଲିକ, ଉପ ସଭାପତି ପ୍ରଭାକର ପଣ୍ଡା, ହାତୀଓଟମଣ୍ଡଳ ସଭାପତି ଦୀପକପ୍ରଧାନ, ଘୁମୁସର ଜିଲ୍ଲା ଯୁବସଭାପତି ପ୍ରମୋଦ ପଣ୍ଡା, ପୃର୍ବ ତନ ସାଧାରଣସମ୍ପାଦକ ଦୀନବନ୍ଧୁ ସାହୁ, ବିଦେଶୀ ସାହୁ, ରାଜେନ୍ଦ୍ର ପାତ୍ର, ଜିଲ୍ଲା ସମ୍ପାଦକ ସିମାଞ୍ଚଳ ସାହୁ,ପିତବାସ ପ୍ରଧାନ ପ୍ରମୁଖ ଙ୍କ ସମେତ ଏହିପରି ବିଭିନ୍ନ ପଂଚାୟତ ମାନଙ୍କରୁ ବହୁ କର୍ମୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l ଶେଷରେ ଦଳତରଫରୁ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ସହଯୋଗ କରିଥିବା ସମସ୍ତ ବ୍ୟକ୍ତିବୃନ୍ଦ ଏବଂ ମିଡ଼ିଆ ବନ୍ଧୁ ମାନଂକୁ ଆନ୍ତରିକ ଧନ୍ୟବାଦ ଦିଆଯାଇଥିଲା l ଏହିସମୟରେ ପୋଲସରା ଏବିଡିଓ ଧର୍ମରାଜ ପରିଡା, ପୋଲସରା ଥାନାଧିକାରୀ ଜିତେନ୍ଦ୍ରକୁମାର ମଲିକ, ଏସ ଡିପିଓ ସୂର୍ଯ୍ୟମଣି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ l
Comments are closed.