Odisha news

ରେତ ମଧ୍ୟମ ଜଳସେଚନ ପ୍ରକଳ୍ପର ପ୍ରଥମ ବାର୍ଷିକ ଉତ୍ସବ

0
ନର୍ଲା: (ଦୀପକ କୁମାର ଠାକୁର)୨୮/୨ କଳାହାଣ୍ଡି ଜିଲ୍ଲା ରେତ ମଧ୍ୟମ ଜଳସେଚନ ପ୍ରକଳ୍ପର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ଜଳସେଚନ ପ୍ରକଳ୍ପର କାର୍ଯ୍ୟକାରିଣୀ କମିଟିର ସଭାନେତ୍ରୀ ଚନ୍ଦ୍ରକାନ୍ତି ମେହେରଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ରୂପେ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ବିଭୁତି ଦାଶ, ନର୍ଲା ଡିଭିଜନର କାର୍ଯ୍ୟକାରୀ ନିର୍ବାହୀ ଯନ୍ତ୍ରୀ ରାଜେନ୍ଦ୍ର କୁମାର ରଥ, ଭବାନୀପାଟଣା ଡିଭିଜନ ଓ ଡ୍ୟାମ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଗିରିଜା ଶଙ୍କର ମିଶ୍ର ଉପସ୍ଥିତ ଥିଲେ।ରେତ ମଧ୍ୟମ ଜଳସେଚନ ପ୍ରକଳ୍ପର ବାମ ଓ ଡାହାଣ କେନାଲର ସମସ୍ତ ସଭାପତି, ସମ୍ପାଦକ, କୋଷାଧ୍ୟକ୍ଷ ସହ ପ୍ରକଳ୍ପ କାର୍ଯ୍ୟକାରିଣୀ କମିଟିର ସମସ୍ତ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମଟିକୁ ସମ୍ପାଦକ ଶୂନ୍ୟ ମଙ୍ଗରାଜ ପରିଚାଳନା କରିଥିଲେ। ହରେରାମ ନାଏକ, ହେମନ୍ତ ସାହୁ, ଚାରୁଲତା ବିଶ୍ୱାଳ, ଶାନ୍ତିଲତା ନାଏକ, ପୁରୁଷୋତ୍ତମ ନାଏକ, ଭୁବନେଶ୍ୱର ବାହୁକ ପ୍ରମୁଖ ବିଶେଷ ସହାୟତା କରିଥିଲେ।ଟଙ୍କଧର ମେହେର,ମାଧବ ନାଏକ, ରାଜେନ୍ଦ୍ର ଗଡତିଆ,ତୁମେଶ୍ଵର ସାହୁ, ସନ୍ତୋଷ ବିଶ୍ଵାଳ, ସରପଞ୍ଚ ଟିକେଟର ସାହୁ, ହୃଷିକେଶ ଭଗତ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ କୋଷାଧ୍ୟକ୍ଷ ରୋମାଞ୍ଚଳ ମଙ୍ଗରାଜ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply