ଭୁବନେଶ୍ୱର ,୦୫ ଅଗଷ୍ଟ – ଭୁବନେଶ୍ୱର ସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବର୍ତମାନ ପର୍ଯ୍ୟଟକଙ୍କ ପାଇଁ ଖୋଲିବନି । ବର୍ଷା ଦିନରେ ନନ୍ଦନକାନନ ଖୋଲିବା ସମ୍ଭାବନା ନାହିଁ । କରୋନା ସ୍ଥିତି ଠିକ୍ ରହିଲେ ଅକ୍ଟୋବରରେ ଖୋଲିବା ନେଇ ନିଷ୍ପତି ହେବ ବୋଲି ନନ୍ଦନକାନନ କର୍ତୃପକ୍ଷ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ ଓଡିଶାରେ କରୋନା ସଂକ୍ରମଣ ହେତୁ ଗତ ମାର୍ଚ୍ଚ ମାସ ୧୪ ତାରିଖରୁ ନନ୍ଦନକାନନ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରହିଛି ।
