ନାଲକୋ ଆର୍ଥିକ ବର୍ଷ ୨୦୨୫ – ୨୬ର ପ୍ରଥମ ତ୍ରୈମାସିକ ଫଳାଫଳ : ୭୭% ଅଭିବୃଦ୍ଧି ସହ ୧୦୬୪ କୋଟି ଟଙ୍କାର ନିଟ ଲାଭ
ନାଲକୋ ବୋର୍ଡ ପକ୍ଷରୁ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପ୍ରତି ଇକ୍ୱିଟି ସେୟାର ପିଛା ୨.୫୦ଟଙ୍କା ଚୂଡ଼ାନ୍ତ ଲାଭାଂଶ ସୁପାରିଶ କରିଛି ଯାହାର ପରିମାଣ ୪୫୯.୧୬ କୋଟି ଟଙ୍କା। ଘରୋଇ ବଜାରରେ ସର୍ବକାଳୀନ ସର୍ବାଧିକ ଆଲୁମିନା ଏବଂ ଆଲୁମିନିୟମ ବିକ୍ରିର ରେକର୍ଡ
ଭୁବନେଶ୍ୱର(Suvendra Pattanaik): ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧିନସ୍ଥ ନବରତ୍ନ ଲୋକ ଉଦ୍ୟୋଗ ତଥା ଦେଶର ଅଗ୍ରଣୀ ଆଲୁମିନା ଏବଂ ଆଲୁମିନିୟମ ଉତ୍ପାଦକ ଏବଂ ରପ୍ତାନିକାରୀ, ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ଼ (ନାଲକୋ)ପକ୍ଷରୁ ଆର୍ଥିକ ବର୍ଷ୨୦୨୫-୨୬ର ପ୍ରଥମ ତ୍ରୈମାସିକ ଫଳାଫଳ ଘୋଷିତ ହୋଇଛି।ପ୍ରଥମ ତ୍ରୈମାସିକରେ କମ୍ପାନୀ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିଲାବେଳେ ଆର୍ଥିକ କ୍ଷେତ୍ରରେ ମଧ୍ୟ ଗୁରୁତ୍ତ୍ୱପୂର୍ଣ୍ଣ ଅଭିବୃଦ୍ଧି ହାସଲ କରିଛି ।
ଆଜି ଭୁବନେଶ୍ୱରରେ ଅନୁଷ୍ଠିତ ନିର୍ଦ୍ଦେଶକ ମଣ୍ଡଳୀର ବୈଠକରେ ରେକର୍ଡରେ କରାଯାଇଥିବା ଫଳାଫଳ ଅନୁଯାୟୀ, ନାଲକୋ୨୦୨୫-୨୬ ଆର୍ଥିକ ବର୍ଷପାଇଁ ଜୁନ୍୩୦ ତାରିଖରେ ଶେଷ ହୋଇଥିବା ପ୍ରଥମ ତ୍ରୈମାସିକରେ ୭୭% ଅଭିବୃଦ୍ଧି ସହ୧୦୬୪କୋଟି ଟଙ୍କାର ନିଟ୍ଲାଭଅର୍ଜନ କରିଛି, ଯାହା ପୂର୍ବ ବର୍ଷର ସମାନ ତ୍ରୈମାସିକରେ ୬୦୧ କୋଟି ଟଙ୍କା ଥିଲା।ଚଳିତ ତ୍ରୈମାସିକରେ କମ୍ପାନୀ ମଧ୍ୟ ୩୮୦୭ କୋଟି ଟଙ୍କାର ବ୍ୟବସାୟ କରିଛି।
ନାଲକୋ ବୋର୍ଡ ପକ୍ଷରୁ ୨୦୨୪-୨୫ ଆର୍ଥିକ ବର୍ଷପାଇଁ ପ୍ରତି ଇକ୍ୱିଟି ସେୟାର ପିଛାଟ୨.୫୦ଙ୍କା ହିସାବରେ ୪୫୯.୧୬ କୋଟିଟଙ୍କା ଚୂଡ଼ାନ୍ତ ଲାଭାଂଶ ସୁପାରିଶ କରିଛି, ଯାହା ଆଗାମୀ ୪୪ତମ ବାର୍ଷିକ ସାଧାରଣ ବୈଠକରେ ସେୟାର ଧାରକ ମାନଙ୍କ ଅନୁମୋଦନ ନିମନ୍ତେ ଉପସ୍ଥାପନା କରାଯିବ।ଏଥି ସହ, ୨୦୨୪-୨୫ ଆର୍ଥିକ ବର୍ଷପାଇଁ ମୋଟ ଲାଭାଂଶ ପ୍ରଦାନ ପରିମାଣ ୧୯୨୮.୪୬ କୋଟି ଟଙ୍କା ହେବ।
ନାଲକୋ ବୋର୍ଡର ସକ୍ଷମ ମାର୍ଗଦର୍ଶନ ତଥା କର୍ମଚାରୀ, ସହଯୋଗୀ ଏବଂ ଅଂଶୀଦାର ମାନଙ୍କ ପ୍ରତିବଦ୍ଧତା ଫଳରେ କମ୍ପାନୀ ପ୍ରଥମ ତ୍ରୈମାସିକର ଉଲ୍ଲେଖନୀୟ ପ୍ରଦର୍ଶନ ହାସଲ କରିଛି ବୋଲି ସିଏମଡି ଶ୍ରୀ ବ୍ରିଜେନ୍ଦ୍ର ପ୍ରତାପ ସିଂହ କହିଛନ୍ତି।ଶ୍ରୀ ସିଂହ ଆହୁରି ମଧ୍ୟ କହିଛନ୍ତିଯେ, କମ୍ପାନୀର ଦୃଢ଼ ଫଳାଫଳ ମୂଲ୍ୟ-ଦକ୍ଷ କାର୍ୟ୍ୟ, ଅନୁକୂଳ ଘରୋଇ ବ୍ୟବସାୟିକ ପରିବେଶ, ଏବଂ ସାମଗ୍ରିକ ଟେକ୍ନୋ-ଅର୍ଥନୈତିକ ପାରାମିଟରରେ ଉନ୍ନତିର ମିଶ୍ରଣ ଦ୍ୱାରା ସମ୍ଭବ ହୋଇଛି।
ଉଲ୍ଲେଖ ଯୋଗ୍ୟଯେ, ଗତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ପ୍ରଦର୍ଶନ ତୁଳନାରେ, ବକ୍ସାଇଟ୍ପରିବହନରେ୬.୫୬% ବୃଦ୍ଧି ଘଟିଥିବାବେଳେ ଆଲୁମିନା ହାଇଡ୍ରେଟ୍, କାଲସାଇଣ୍ଡ ଆଲୁମିନା ଏବଂ ଆଲୁମିନିୟମ୍କାଷ୍ଟ ଧାତୁର ଉତ୍ପାଦନ ଯଥାକ୍ରମେ ୩୫.୫%, ୫୨.୨୫% ଏବଂ୨.୬୮% ବୃଦ୍ଧି ପାଇଛି।ସେହିପରି, ବିକ୍ରୟ କ୍ଷେତ୍ରରେ, କମ୍ପାନୀ ବଳିଷ୍ଠ ପ୍ରଦର୍ଶନ ସହ ଆଲୁମିନା ରପ୍ତାନି କ୍ଷେତ୍ରରେ୨୦୯% ଅଭିବୃଦ୍ଧି ହାସଲ କରିଛି।ଏଥିସହ ଘରୋଇ ବଜାରରେ ଆଲୁମିନା ଏବଂ ଆଲୁମିନିୟମର ସର୍ବାଧିକ ଘରୋଇ ବିକ୍ରୟ ରେକର୍ଡ ମଧ୍ୟ ହାସଲ କରିଛି।
ଫଳାଫଳ ସମ୍ବନ୍ଧରେ ନିଜର ମତ ପ୍ରକଟ କରିବା ସହ ଶ୍ରୀ ସିଂହ କହିଛନ୍ତି ଯେ, ଭାରତ ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ଭାବରେ ଉଭା ହେବା ସହିତ, ଆଲୁମିନିୟମ୍କ୍ଷେତ୍ର ଗୁରୁତ୍ୱ ପୂର୍ଣ୍ଣ ପ୍ରଗତି ହାସଲ କରୁଛି, ଚାହିଦା୯ -୧୦% ବୃଦ୍ଧି ପାଇଛି ଏବଂ ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି।ସେ ଆହୁରି ମଧ୍ୟ କହିଛନ୍ତି ଯେ “ପରିବହନ, ନିର୍ମାଣ ଏବଂ ବୈଦ୍ୟୁତିକ କ୍ଷେତ୍ର ଗୁଡ଼ିକ ବଡ଼ ଧରଣର ଅଭିବୃଦ୍ଧି ପାଇଁ ପ୍ରସ୍ତୁତ, ଏବଂ୨୦୩୦ସୁଦ୍ଧା, ଭାରତରେ ଆଲୁମିନିୟମ୍ବ୍ୟବହାର ବାର୍ଷିକ ୭.୫ରୁ୮ ନିୟୁତ ଟନ୍ପହଞ୍ଚିବ ବୋଲି ଆକଳନ କରା ଯାଇଛି। “ନାଲକୋର ଦୃଢ଼ ତ୍ରୟମାସିକ ଉତ୍କର୍ଷତା ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ, ଏବଂ ଆମେ ଏହି ଗତିକୁ ବଜାୟ ରଖିବା ପାଇଁ ଆଶାବାଦୀ ଅଛୁ,” ।
ଉଲ୍ଲେଖନୀୟଯେ, ଆଲୁମିନିୟମ ଏବଂ ଆଲୁମିନା ମୂଲ୍ୟ ଶୃଙ୍ଖଳାରେ ସ୍ଥିର ଉନ୍ନତି ସହିତ ନାଲକୋ ନିରନ୍ତର ଭାବରେ ଦୃଢ଼ ବ୍ୟବସାୟିକ ପ୍ରଦର୍ଶନ କରି ଆସୁଅଛି । କମ୍ପାନୀ ମଧ୍ୟ ସକ୍ରିୟ ଭାବରେ ଏହାର ଆଲୁମିନା ରିଫାଇନାରୀ ସମ୍ପ୍ରସାରଣକୁ ଆଗକୁ ବଢାଇବାସହ ପୋଟାଙ୍ଗି ବକ୍ସାଇଟ୍ଖଣିକୁ କାର୍ୟ୍ୟକ୍ଷମ କରିବାଦିଗରେ କାର୍ୟ୍ୟ କରୁଛି।
କର୍ପୋରେଟଯୋଗାଯୋଗବିଭାଗଦ୍ୱାରାଜାରି