Odisha news

ନାଲକୋର ଅଧ୍ୟକ୍ଷତାରେ ଭୁବନେଶ୍ୱରଠାରେ ନଗର ରାଜଭାଷା କାର୍ଯ୍ୟାନ୍ୱୟନ ସମିତିର ବୈଠକ ଆୟୋଜିତ

0

ଭୁବନେଶ୍ୱର, 30.04.2022 –ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନି ଲିମିଟେଡ୍ (ନାଲକୋ)ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଶ୍ରୀଧର ପାତ୍ରଙ୍କ ଅଧ୍ୟକ୍ଷତାରେ, ନଗର ରାଜଭାଷା କାର୍ଯ୍ୟାନ୍ୱୟନ ସମିତି (ଉପକ୍ରମ)ର 2022-23 ବର୍ଷ ପାଇଁ ଅର୍ଦ୍ଧବାର୍ଷିକ ବୈଠକଭୁବନେଶ୍ୱରଠାରେ ଅନୁଷ୍ଠିତହୋଇଯାଇଛି।ଏହି ବୈଠକରେ ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟର ରାଜଭାଷା ବିଭାଗର ପ୍ରତିନିଧିଶ୍ରୀ ନିର୍ମଳ କୁମାର ଦୁବେ, ଉପାଧ୍ୟକ୍ଷ ତଥାନାଲକୋର ନିର୍ଦ୍ଦେଶକ (ମାନବ ସମ୍ୱଳ) ଶ୍ରୀ ରାଧାଶ୍ୟାମ ମହାପାତ୍ରମଧ୍ୟ ଉପସ୍ଥିତ ଥିଲେ।

ଭାରତ ସରକାରଙ୍କ ରାଜଭାଷା ନୀତି ଅନୁସାରେ ଏହି ବୈଠକରେ ଭୁବନେଶ୍ୱରସହରରସମସ୍ତକେନ୍ଦ୍ର୍ର ସରକାରଙ୍କଉପକ୍ରମରେରାଜଭାଷାକାର୍ଯ୍ୟରବିସ୍ତୃତ ଆଲୋଚନା କରାଯିବା ସହିତ ଏହାର ସମୀକ୍ଷାକରାଯାଇଥିଲା। ଏହି ବୈଠକରେ ଅଭିଭାଷଣ ପ୍ରଦାନ କରି ନାଲକୋ ଅଧ୍ୟକ୍ଷ ଶ୍ରୀ ଶ୍ରୀଧର ପାତ୍ର ସମସ୍ତ କାର୍ଯ୍ୟାଳୟଗୁଡ଼ିକୁ ଏକାଠି ହୋଇକାର୍ଯ୍ୟାଳୟରେ ରାଜଭାଷାର ପ୍ରୟୋଗ ମିଳିତ ଉଦ୍ଦେଶ୍ୟ ନେବା ସହିତ ପାରସ୍ପରିକ ସମନ୍ୱୟରକ୍ଷାକରିବାପାଇଁଉଦ୍ୟମକରିବାକୁଆହ୍ୱାନଦେଇଥିଲେ। କାର୍ଯ୍ୟାଳୟରେ ରାଜଭାଷାର ପ୍ରୟୋଗ ଉପରେ ଗୁରୁତ୍ୱ କରିବା ସହ ଶ୍ରୀ ଦୁବେ ଆବଶ୍ୟକୀୟ ପରାମର୍ଶ ଏବଂ ମାର୍ଗଦର୍ଶନ ପ୍ରଦାନ କରିଥିଲେ।ଏହି ବୈଠକରେ ସମିତିର ଉପାଧ୍ୟକ୍ଷ ଶ୍ରୀ ମହାପାତ୍ର ନିଜର ଅଭିବ୍ୟକ୍ତି ପ୍ରକାଶ କରି କହିଥିଲେ ଯେ, ସମସ୍ତ ସଦସ୍ୟ କାର୍ଯ୍ୟାଳୟ ଭାରତ ସରକାଙ୍କ ନିର୍ଦ୍ଧାରିତବାର୍ଷିକ କାର୍ଯ୍ୟକ୍ରମଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ ଧ୍ୟାନ ଦେଇ ତଥା ସମସ୍ତ ନିୟମାବଳୀ ପାଳନ କରି କାର୍ଯ୍ୟ କରିବା ଉଚିତ। ଏହି ଅବସରରେ,ରାଜଭାଷା ନୀତିଏବଂ ନିୟମାବଳୀ ପ୍ରଚଳନର ଗୁରୁତ୍ୱ ଉପରେ ଆଲୋଚନା ସହିତ ସଦସ୍ୟ କାର୍ଯ୍ୟାଳୟଗୁଡ଼ିକୁ ପରଷ୍ପର ସହିତ ପରିଚିତ କରାଇବା ଉଦ୍ଦେଶ୍ୟରେ ସଦସ୍ୟ କାର୍ଯ୍ୟାଳୟଗୁଡ଼ିକର ପ୍ରତିନିଧୀମାନଙ୍କ ପାଇଁ ଏକ ସ୍ୱତନ୍ତ୍ରହିନ୍ଦୀକର୍ମଶାଳାମଧ୍ୟଆୟୋଜିତହୋଇଥିଲା।

ନିଗମ ସଂଚାର ବିଭାଗର ମହାପ୍ରବନ୍ଧକ ଶ୍ରୀ ଅଶୁତୋଷ ରଥ ସ୍ୱାଗତଭାଷଣ ପରେ ବୈଠକର ଶୁଭାରମ୍ଭ ହୋଇଥିଲା। ସରକାରଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ଏହି ଅର୍ଦ୍ଧବାର୍ଷିକ ବୈଠକଆୟୋଜିତ ହୋଇଥାଏ।

Leave A Reply