ଫୁଲନଖରା : ସିଏମସି ୫୭ ନମ୍ବର ୱାର୍ଡ଼ ଅନ୍ତର୍ଗତ ଗୋପାଳପୁର ଦୁର୍ଗା ପୂଜା ପାଇଁ ଆଜି ବିଭିନ୍ନ ପୀଠରୁ ଆଜ୍ଞାମାଳ ଆସି ପହଞ୍ଚôଛି । ବର୍ଷ ବର୍ଷ ଧରି ପ୍ରଚଳିତ ନିୟମ ଅନୁଯାୟୀ ଗୋପାଳପୁର ଦୁର୍ଗା ପୂଜା ପାଇଁ ଜନ୍ମାଷ୍ଟମୀ ତିଥିରେ କେତେକ ଦେବୀ ପୀଠ ଓ ଶକ୍ତିପୀଠରୁ ଆଜ୍ଞାମାଳ ଆସିଥାଏ ।
କୋଭିଡ଼ ନୀତି ନିୟମ ପାଳନ ମଧ୍ୟରେ ଆଜି କାକଟପୁର ମା’ ମଙ୍ଗଳାଙ୍କ ସମେତ ବାଲିକୁଦା, ଗୋପାଳପୁର ଓ ସ୍ଥାନୀୟ ଅଞ୍ଚଳର ମା’ ବୁଢ଼ୀ ଯାଗୁଳାଈ, ମା’ ବାସେଳୀ, ମା’ ଅମ୍ବିକା, ମା’ ନାଣ୍ଡିଆ, ମା’ ଡାଳୁଆଶୁଣୀ, ମା’ ବାଲିମଙ୍ଗଳା, ମା’ ବାଙ୍କେଈ, ମା’ ସୁନାଦେଈ, ମା’ ବନଦୁର୍ଗା, ମା’ ପୁରୁଣା ନାଣ୍ଡିଆ, ମା’ ତାରିଣୀ, ମା’ ଦୁଲାଦେଇ, ମା’ ବରମଙ୍ଗଳା, ମା’ ଜାଗୁଳାଈ, ମା’ ମଙ୍ଗଳା ଆଦି ବିଭିନ୍ନ ଶକ୍ତିପୀଠରୁ ଆଜ୍ଞାମାଳ ସଂକୀର୍ତ୍ତନ ସହକାରେ ଆସି ପହଞ୍ଚôଛି । ମୁଖ୍ୟ ପୂଜକ ବିକ୍ରମ ମିଶ୍ର ଓ ରଘୁନାଥ ଦାଶଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକୁ କର୍ତ୍ତା ସୁନିଲ ଜେନା ଓ କ୍ଷେତ୍ରମୋହନ ସ୍ୱାଇଁ ପରିଚାଳନା କରିଥିଲେ