Odisha news

ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତା ରେ ହିର୍ଲ୍ଲ ଡଙ୍ଗର ର ଉନ୍ନୟନ ବୈଠକ ଭର୍ଚୁଅଲ ମାଧ୍ୟମରେ ଅନୁଷ୍ଠିତ

ନବରଙ୍ଗପୁର (କେ.ସାକିଲି ଦୋରା)—  -ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତାରେ ହିର୍ଲି ଡଙ୍ଗର ଉନ୍ନୟନ ବୈଠକ ଭର୍ଚୁଅଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଅଛି ।  ବିଶେଷ କରି ଏହି ବୈଠକରେ ନବରଙ୍ଗପୁର ହିର୍ଲି ଡଙ୍ଗର ରେ ଥିବା ଶିଶୁଉଦ୍ୟାନର ସୌନ୍ଦର୍ଯ୍ୟକରଣ କରିବା ସହିତ ସେଠାରେ ଥିବା ଦୁଇ ଗୋଟି ଦୋକାନ ଗୃହ ଗୁଡ଼ିକ ଓରମାସ ଦ୍ୱାରା ସ୍ଥିରୀକୃତ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ଵାରା ପରିଚାଳନା କରିବା ପାଇଁ ନିଷ୍ପତ୍ତି ନିଆଗଲା । ଡଙ୍ଗର ର ସୌନ୍ଦର୍ଯ୍ୟକରଣ ନିମନ୍ତେ ଆବଶ୍ୟକୀୟ ଆଲୋକର ବ୍ୟବସ୍ଥା କରିବା ସହିତ ଆଠ ପୁଟ ଉଚ୍ଚ ସତୁରି ପ୍ରସ୍ଥ ବିଶିଷ୍ଟ ସୁନ୍ଦର ଆଲୋକ ସଜ୍ଜିତ “I LOVE NABARANGPUR” ଲେଖା କରିବା ପାଇଁ ନବରଙ୍ଗପୁର ପୋୖର ପାଳିକା ର ନିର୍ବାହି ଅଧିକାରୀ ଗୌର ଚନ୍ଦ୍ର ପଟ୍ଟନାୟକ ଙ୍କୁ ନିର୍ଦେଶ ଦିଆଯାଇଛି । ଡଙ୍ଗର ର ପର୍ଯ୍ୟଟନ ସ୍ଥଳୀରୁ   ନବରଙ୍ଗପୁରକୁ ଅତି ପାଖରୁ ଉପଭୋଗ କରିବା ନିମନ୍ତେ ପର୍ଯ୍ୟଟକଙ୍କ ପାଇଁ ଏକ ଦୁରବୀକ୍ଷଣ ଯନ୍ତ୍ର ର ବ୍ୟବସ୍ଥା କରାଯାଇଛି ଓ  ଏହା ମଧ୍ୟ କାର୍ଯ୍ୟକାରୀ କରିବା ପାଇଁ ସି ଇ ଓ ଓରମାସ ଙ୍କୁ  ଜିଲ୍ଲାପାଳ  ଡ଼ଃ ମିଶ୍ର ନିର୍ଦ୍ଦେଶ ଦେଇଥିଲେ ।ଏହି ବୈଠକରେ  ଅତିରିକ୍ତ ଜିଲ୍ଲାପାଳ, ରତ୍ନାକର ସାହୁ, ଖଣ୍ଡିୟ ବନ ଅଧିକାରୀ, ମଗର ଧନଜି ରାଓସ , ଉପ ମୁଖ୍ୟ କାର୍ଯ୍ୟ ନିର୍ବାହି ଅଧିକାରୀ, ଓଡ଼ିଆ ଗ୍ରାମୀଣ ଉନ୍ନତି ଓ ବିପଅଣ ସଂସ୍ଥା, ଉମା ମହେଶ,   ନିର୍ବାହୀ ଯନ୍ତ୍ରୀ, ରାସ୍ତା ଓ ଗୃହ ନିର୍ମାଣ, ପ୍ରଫୁଲ୍ଲ କୁମାର ମିଶ୍ର, ନିର୍ବାହୀ ଯନ୍ତ୍ରୀ, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଏବଂ ପରିମଳ, ଅମରେନ୍ଦ୍ର ପାଢ଼ୀ, ତହସିଲଦାର ନବରଙ୍ଗପୁର, ରବୀନ୍ଦ୍ର କୁମାର ରାଉତ, ଭାରପ୍ରାପ୍ତ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ, ମହେନ୍ଦ୍ର କୁମାର ସାହୁ ଙ୍କ ସହିତ ରାମମୂର୍ତି ପଟନାୟକ, ପି. ଲିଙ୍ଗା ମୂର୍ତ୍ତି ଉପସ୍ଥିତ ଥିଲେ ।

Comments are closed.