ନବରଙ୍ଗପୁର ଜିଲ୍ଲାରେ ଦିନକରେ ୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ , ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୫ ହୋଇଥିବାବେଳେ ୮ ଜଣ ସୁସ୍ଥ
ନବରଙ୍ଗପୁର :- ନବରଙ୍ଗପୁର ଜିଲ୍ଲାରେ ଦିନକରେ ୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଉମରକୋଟ ବ୍ଲକରୁ ସର୍ବଧିକ ୧୦ ଜଣ, ଝରିଗାଁରୁ ୩ ଜଣ, ଡାବୁଗାଁରୁ ୨ଜଣ, କୋସାଗୁମୁଡ଼ାରୁ ୨ ଜଣ ଓ ପାପଡ଼ାହାଣ୍ଡିରୁ ୨ଜଣ ରହିଛନ୍ତି।
ଏମାନେ ସମସ୍ତେ ତାମିଲନାଡ଼ୁ, କେରଳ ଓ ତେଲେଙ୍ଗାନାରୁ ଆସି ଭଣ୍ଡାରୀଗୁଡ଼ା ଟିଏମସିରେ ଥିଲେ। ସରକାରୀ କ୍ୱାରେଣ୍ଟାଇନ ଅବଧି ସାରିବା ପରେ ଘରେ ରହୁଥିଲେ। ଅନ୍ୟପଟେ ସେହି ଭଣ୍ଡାରୀଗୁଡ଼ା ଟିଏମସିରୁ ପୂର୍ବରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।
ସମ୍ପୃକ୍ତ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଇ ଏହି ୧୯ ଜଣଙ୍କର ସ୍ୱାବ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିଲା। ଆଜି ରିପୋର୍ଟ ପଜିଟିଭ ଆସିବାରୁ ସେମାନଙ୍କୁ ନବରଙ୍ଗପୁର କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏଥିସହିତ ସର୍ବାଧିକ ଆକ୍ରାନ୍ତ ଉମରକୋଟରୁ ଚିହ୍ନଟ ହୋଇଥିବାରୁ ଉକ୍ତ ଅଂଚଳକୁ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରାଯାଇଥିବା ନେଇ ଜିଲ୍ଲାପାଳ ଡା.ଅଜିତ କୁମାର ମିଶ୍ର ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୫ ହୋଇଥିବାବେଳେ ୮ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୨୬ଟି ସକ୍ରିୟ ମାମଲା ରହିଛି ଓ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ଘଟିଛି