ମାଲକାନଗିରି!ତା:୨୭.୬.୨୦୨୦ : ମାଲକାନଗିରି ଜିଲ୍ଲାରେ ଆଜି ୫ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି l ତେବେ ଏହି ସଂଖ୍ୟା ୧୦କୁ ବୃଦ୍ଧି ପାଇଛି l ଏମ.ଭି-୭ ଗ୍ରାମର ସଂଗରୋଧ କେନ୍ଦ୍ରରେ ଥିବା ଜଣେ ବ୍ୟକ୍ତିଙ୍କ ଠାରେ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ଚିହ୍ନଟ କରାଯାଇଥିବା ବେଳେ ସେ ତାମିଲନାଡୁରୁ ଫେରିଥିଲେ l
ସେହିପରି ୪ ଜଣ ବିଏସଏଫ ଯବାନଂକ ଠାରେ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ଚିହ୍ନଟ କରାଯାଇଥିବା ବେଳେ ସେମାନେ ସଦର ମହକୁମା ସ୍ଥିତ ମାଲ୍ଯବନ୍ତ ହଷ୍ଟେଲର ସଂଗରୋଧ କେନ୍ଦ୍ରରେ ରହୁଥିଲେ l ସେହି ଯବାନମାନେ ଉତ୍ତର ପ୍ରଦେଶରୁ ଫେରିଥିଲେ l
ବର୍ତ୍ତମାନ ସୁଦ୍ଧା ମାଲକାନଗିରି ଜିଲ୍ଲାରେ ମୋଟ କରୋନା ସଂକ୍ରମିତ ସଂଖ୍ୟା ୫୮ରେ ପହଞ୍ଚିଥିଲା ବେଳେ ୪୮ ଜଣ ରୋଗୀ ଆରୋଗ୍ୟ ଲାଭ କରି ଘରକୁ ଫେରିଛନ୍ତି ଏବଂ ୧୦ ଜଣ କରୋନା ରୋଗୀ କୋଭିଡ-୧୯ ହସପିଟାଲ ମାଲକାନଗିରିରେ ଚିକିତ୍ସାଧିନ ରହଥିବା
ଜଣା ପଡିଛି l