Odisha news

ଦଶପଲ୍ଲା ପୌର ନିର୍ବାଚନ : ବିଜେପି ଜାରି କଲା ଇସ୍ତାହାର

0

ଦଶପଲ୍ଲା ୨୧/୩(ସବ୍ୟୁ): ପୌର ନିର୍ବାଚନ ପାଇଁ ଦୁଇଦିନ ବାକିଥିବା ବେଳେ ଏହାର ଅବ୍ୟବହିତ ପୂର୍ବରୁ ବିଜେପି ଦଳ ପକ୍ଷରୁ ଇସ୍ତାହାର ପ୍ରକାଶ ପାଇଛି । ଏ ନେଇ ସୋମବାର ଦିନ ଦଶପଲ୍ଲା ବିଜେପି କାର୍ଯ୍ୟାଳୟ ରେ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଏହି ଇସ୍ତାହାର ପ୍ରକାଶ କରିଛନ୍ତି ଦଶପଲ୍ଲାର ପୂର୍ବତନ ବିଧାୟକ ତଥା ରାଜ୍ୟ କାର୍ଯ୍ୟ କାରିଣୀ ସଦଶ୍ୟ ପୂର୍ଣ୍ଣଚନ୍ଦ୍ର ନାୟକ, ଏହି ସମ୍ମିଳନୀ ରେ ଜିଲ୍ଲା ସମ୍ପାଦକ ବସନ୍ତ କୁମାର ମହାନ୍ତି,ମଣ୍ଡଳ ସଭାପତି ରବୀନ୍ଦ୍ର ପୃଷ୍ଟି,ବିଜେପି ଓବିସି ମୋର୍ଚ୍ଚା ସଭାପତି ପ୍ରଶାନ୍ତ କୁମାର ବାରିକ,କୃଷକ ମୋର୍ଚା ସଭାପତି ବିଶେଶ୍ୱର ଦାସ, ଓ ଚଳିତ ପୌର ନିର୍ବାଚନ ରେ ବିଜେପି ପକ୍ଷରୁ ଅଧ୍ୟକ୍ଷା ଭାବେ ପ୍ରତିଦ୍ବନ୍ଦିତା କରୁଥିବା ସୋନାଲି ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ । ୧୯ ସୁତ୍ରୀ ବିଶିଷ୍ଟ ଏହି ଇସ୍ତାହାର ରେ ଦଶପଲ୍ଲା ଏନ ଏ ସି ଏରିଆ ରୁ ଦୁର୍ନିତ ଓ ସ୍ବେଚ୍ଛାଚାରିତା ବନ୍ଦ କରିବା,ବିନା ଲାଂଚରେ ସରକାରୀ ସୁବିଧା,ବିନା ଲାଞ୍ଚ ରେ ଯୋଗ୍ୟ ହିତାଧିକାରୀ ଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଗାଇଦେବା,ଜଳ ସମସ୍ୟା ଦୂର କରି ସମସ୍ତଙ୍କ ଘରକୁ ଜଳ ଯୋଗାଣ,ସ୍ୱାସ୍ଥ୍ୟ ସେବାର ଭିତ୍ତିଭୂମି ସୃଧୁଡ଼ କରିବା,ରାସନକାର୍ଡ ପାଇବାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀ ଙ୍କୁ ରାସନ କାର୍ଡ ପ୍ରଦାନ,ସହ ସମସ୍ତ ୱାର୍ଡ ରେ ଅଲୋକି କାରଣ,ପକ୍କାସଡ଼କ,ମଲ୍ଟି ପରପସ ଅଡିଟୋରୀୟମ,ଧର୍ମାନୁଷ୍ଠାନ ଗୁଡିକର ଭିତ୍ତିଭୂମି ସୁଦୃଢ ଆଦି ଇସ୍ତାହାର ରେ ଦର୍ଶା ଯାଇଛି

Leave A Reply