Odisha news

ଦୁଇ ଜଣଙ୍କ ଜୀବନ ନେବା ସହ ତିନିଜଣଙ୍କୁ ଗୁରୁତ୍ୱର କଲା ଝାଡ଼ଖଣ୍ଡ ହାତୀ 

0
ମୋରଡା : ମୋରଡା ବ୍ଲକ ଅଧୀନ ରାସଗୋବିନ୍ଦ ପୁର ରେଞ୍ଚ, ଦେଉଳିରେଞ୍ଚ ଅଞ୍ଚଳରେ ଏକ ଦନ୍ତା ହାତୀ ଦୁଇ ଜଣଙ୍କ ଜୀବନ ନେବା ସହିତ ତିନିଜଣଙ୍କୁ ଗୁରୁତ୍ୱର କରିଛି l ହସ୍ତଗତ ସୂଚନା ଅନୁଯାୟୀ ଉପରକ୍ତ ରେଞ୍ଚ ଅଞ୍ଚଳରେ ପଶ୍ଚିମ ବଙ୍ଗ ଏବଂ ଝାଡ଼ଖଣ୍ଡ ଅଞ୍ଚଳର ହାତୀ ବର୍ଷ ତମାମ ଏଠାରେ ରହି ଧନ ଜୀବନ ନଷ୍ଟ କରୁଥିବା ଵେଳେ ମଣିଷ ହାତୀ ମଧ୍ୟରେ ଲଢେଇ ଚାଲିଛି କେତେ ଵେଳେ ହାତୀର ଜୀବନ ଯାଉଛି ତ କେତେ ଵେଳେ ମଣିଷ ଜୀବନ ଯାଉଛି l ଦେଉଳି ରେଞ୍ଚ ଅଧୀନ ସନପୁରିଆ ଗ୍ରାମର ରଘୁନାଥ ହେମ୍ରମ ଘର ପିଣ୍ଡାରେ ଶଇଥିବା ସମୟରେ ଏକ ଦନ୍ତା ଆସି ତାଙ୍କୁ ଆକ୍ରମଣ କରିଥିଲା l ଭୟଭୀତ ହୋଇ ରଘୁ ହାତୀ କବଳରୁ ରକ୍ଷା ପାଇବାପାଇଁ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ହାତୀ କବଳରୁ ରକ୍ଷା ପାଇଁ ନଥିଲେ ହାତୀ ତାଙ୍କୁ ଦଳି ଦେଇଥିଲା l ବନ ବିଭାଗ ଗାଡ଼ିରେ ରଘୁଙ୍କୁ ବାରିପଦା ଜିଲ୍ଲା ହସ୍ପିଟାଲକୁ ଚିକିତ୍ସା ପାଇଁ ନେଇଥିଲେ l ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା l ତେବେ ଏହା ବନ ବିଭାଗଙ୍କ ଉପସ୍ଥିତିରେ ହୋଇଥିବା ରଘୁଙ୍କ ପୁଅ ବହୁ ସୂଚନା ଦେଇଛନ୍ତି l ସେହିପରି ରାସଗୋବିନ୍ଦ ପୁର ରେଞ୍ଚ ଅଧୀନ ଉଲିଡିହି ଗ୍ରାମର ସାକ୍ର ହେମ୍ରମ ଭୋର ଭୋର ଘର ଅଗଣା ଝାଡୁ ମାରୁଥିବା ସମୟରେ ଦନ୍ତା ହାତୀ ଆସି ତାଙ୍କୁ ଆକ୍ରମଣ କରିଥିଲା l ଦାନ୍ତରେ ଛାତିକୁ ଭୁସି ଦେଇଥିଲା ଫଳରେ ସlକ୍ରଙ୍କ ଜୀବନ ସେହିଠାରେ ହିଁ ଚାଲି ଯାଇଥିଲା l ତେବେ ଦୁଇ ଦୁଇଟି ଜୀବନ ନେଲା ପରେ ମଧ୍ୟ ହାତୀ ଉପଦ୍ରବ ଥମି ନଥିଲା ଆହୁରି ତିନିଜଣଙ୍କୁ ଆକ୍ରମଣ କରି ଗୁରୁତ୍ୱର କରିଥିଲା l ତାଡ଼କି ଏବଂ ପଖରିଆ ଗ୍ରାମର ସର୍ବେଶ୍ୱର ସିଂ ଏବଂ ରୁଚିକା ସୋରେନ ହାତୀ ଆକ୍ରମଣରେ ଗୁରୁତ୍ୱର ହୋଇଥିବା ଵେଳେ ଉଲିଡିହି ଗ୍ରାମର ସୁଗା ମହାନ୍ତ ଛତୁ ଗଟାଇବାକୁ ବେତନଟି ରେଞ୍ଚ ଅଧୀନ ଅସ୍ତିଆ ରବର ପ୍ଲାଣ୍ଟକୁ ଯାଇଥିବା ଵେଳେ ହାତୀ ଦାନ୍ତରେ ଆକ୍ରମଣ କରି ଜଙ୍ଘ କଣା କରିଦେଇଥିଲା ଫଳରେ ସାଗୁ ଙ୍କୁ ଗୁରୁତ୍ୱର ଅବସ୍ଥାରେ କିସାନତାଣ୍ଡି ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ଭର୍ତି କରାଯାଇଛି l ତେବେ ସମସ୍ତ ଆକ୍ରମଣ ପଛରେ ଗଟିଏ ଝାଡ଼ ଖଣ୍ଡ ହାତୀ ଥିବାର ସୂଚନା ମିଳିଛି l ତେବେ ହାତୀ ଗୋଉଡ଼େଇବା ନିୟମ ନଥିବା ଵେଳେ ହାତୀର ଗତିବିଧି ଉପରେ ନଜର ରଖିବା ସହିତ ଜଙ୍ଗଲ ଆଖ ପାଖ ତଥା ହାତୀ ଚଲା ପଥ ଅଞ୍ଚଳ ରେ ହାତୀ ଆସିବା ସୂଚନା ବନବିଭାଗ ଦେବା କଥା କିନ୍ତୁ ବନ ବିଭାଗ କୌଣସି ସୂଚନା ନ ଦେବାରୁ ଆଜି ଦୁଇଟି ଜୀବନ ଯିବା ଏବଂ ତିନି ଜଣଙ୍କୁ ଗୁରୁତ୍ୱର ଆକ୍ରମଣ ହେଵା ବନବିଭାଗର କାର୍ଯ୍ୟରେ ଅବହେଳା ଏବଂ ଜନ ବସତି ଅଞ୍ଚଳକୁ ହାତୀ ନ ପସାଇ ଜଙ୍ଗଲ ମୁହାଁ କରିବାରେ ବନ ବିଭାଗ ସମ୍ପୂର୍ଣ ଭାବରେ ବିଫଳ ବୋଲି ସାଧାରଣରେ ଚର୍ଚ୍ଚା ଜୋରଧରିଥିବାବେଳେ ଦୁଇ ଜଣଙ୍କ ଜୀବନ ବନବିଭାଗ ପାଇଁ ଯାଇଛି l
Nalco
Leave A Reply