ଅଙ୍କ ଜ୍ୟୋତିଷ ଅନୁସାରେ ତାରିଖ ୯ ,୧୮ ,୨୭ ର ମୁଲ୍ୟାଙ୍କ ୯ ହୋଇଥାଏ l ୯ ମୁଲ୍ୟାଙ୍କ ସ୍ୱାମୀ ଗ୍ରହ ମଙ୍ଗଳ ହୋଇଥାଏ l ମଙ୍ଗଳ ଗ୍ରହକୁ ଉତ୍ସାହ ଉର୍ଜାର କାରକ ବୋଲି କୁହାଯାଏ l ମୁଲ୍ୟାଙ୍କ ୯ ବ୍ୟକ୍ତିମାନେ ଶକ୍ତିଶାଳୀ ହୋଇଥାଆନ୍ତି l ଏହି ମାନଙ୍କ ସ୍ୱର କର୍କଶ ହୋଇଥାଏ l ସମସ୍ତ ପରିସ୍ଥିତି ସହିତ ମୁକାବିଲା କରିବାର ସାହସ ଥାଏ l
ମୁଲ୍ୟାଙ୍କ ୯ ଜନ୍ମ ତାରିଖ ବ୍ୟକ୍ତିମାନେ ଅନୁଶାସନ ପ୍ରିୟ ଅଟନ୍ତି ଓ ନିଜର ସିଦ୍ଧାନ୍ତକୁ ନେଇ ଏମାନେ ସତର୍କ ରୁହନ୍ତି l ଏମାନଙ୍କ ଜୀବନ କିଛି ମାତ୍ରାରେ ସଂଘର୍ଷ ପୂର୍ଣ୍ଣ ଅଟେ l ଏଭଳି ବ୍ୟକ୍ତିମାନେ କଳାତ୍ମକ ପ୍ରବୃତ୍ତିର ଅଟନ୍ତି l ଶିକ୍ଷା କ୍ଷେତ୍ରରେ ଏହିଭଳି ବ୍ୟକ୍ତିଙ୍କର ବିଶେଷ ପାରଦର୍ଶିତା ଦେଖିବାକୁ ମିଳିଥାଏ l ଏହି ବ୍ୟକ୍ତି ମାନଙ୍କର ବିଜ୍ଞାନ କ୍ଷେତ୍ରରେ ବିଶେଷ ରୁଚି ରହିଥାଏ l ଏମାନଙ୍କର ଆର୍ଥିକ ସ୍ଥିତି ବିଷୟରେ ଯଦି କହିବା ସାମାନ୍ୟ ଏପଟ ସେପଟ ରହିଥାଏ l ଏମାନେ ଖୁବ ଖର୍ଚ୍ଚ କରିବାକୁ ଭଲ ପାଇ ଥାଆନ୍ତି କିନ୍ତୁ ସବୁବେଳେ ପରିସ୍ଥିତିକୁ ନେଇ ଚାଲନ୍ତି l
ଏହି ସଂଖ୍ୟାର ବ୍ୟକ୍ତିଙ୍କ ସହିତ ଯିଏ ଥରେ ବନ୍ଧୁତା କରିଥାଏ ,ସିଏ ସହଜରେ ତାର ହାତ ଛାଡି ନଥାଆନ୍ତି l ଏହି ସଂଖ୍ୟାର ବ୍ୟକ୍ତିଙ୍କ ପ୍ରେମ ସମ୍ପର୍କ ଦୀର୍ଘ ସ୍ଥାୟୀ ହୋଇ ରହିନଥାଏ l ଏହି ସଂଖ୍ୟା ବ୍ୟକ୍ତିଙ୍କ କ୍ରୋଧ ସ୍ଵଭାଵ କାରଣରୁ ପ୍ରେମ ସମ୍ପର୍କ ଛୀନ ହୋଇଯାଏ l ଏମାନେ ସର୍ବଦା ଆଜ୍ଞାକାରୀ ଜୀବନସାଥୀ ଖୋଜନ୍ତି l ଏହିଭଳି ବ୍ୟକ୍ତି ନିଜ କଥାର ମହତ୍ୱ ସବୁଠି ରହୁ ବୋଲି ଚାହାଁନ୍ତି ଓ ଏହି କାରଣରୁ ଦୃତ ଗତିରେ ଉନ୍ନତି କରି ଥାଆନ୍ତି l
