ତାଳଚେର ତା ୦୩/୦୬ ଆଜି ମୋନାଲିସା ନସିଂହୋମରେ ପୌରପରିଷଦ ଓ ଅନୁଗୋଳ ତାମଡ଼ା ପକ୍ଷରୁ ସଂଘବଦ୍ଧଭାବେ ଆତର୍କିତ ଚଢ଼ାଉ କରାଯାଉଥିବା ଘଟଣାକୁ ନେଇ ତାଳଚେର ସହରେ ବେଆଇନ୍ ଗଢ଼ି ଉଠିଥିବା ଅଟ୍ଟାଳିକା ନିର୍ମାଣକୁ ନେଇ ଘରମାଲିକଙ୍କ ମହଲରେ କୋକୁଆ ଭୟ ସୃଷ୍ଟି ହୋଇଛି । ଏହି ଅଂଚଳ ଭୂତଳ କୋଇଲା ଖଣି ପାଇଁ ତାମଡ଼ା ପକ୍ଷରୁ ବଡ଼ବଡ଼ ଅଟ୍ଟାଳିକା ନିର୍ମାଣ ନକରିବାକୁ ବାରଣ କରାଯାଇଛି । ମାତ୍ର ଏହାକୁ ଖାତିରନକରି ପ୍ରଭାବଶାଳୀ ବ୍ୟକ୍ତିମାନେ ବିରାଟ ବିରାଟ ଅଟ୍ଟାଳିକା ଖୋଦ୍ ତାଳଚେର ନିସିଦ୍ଧ ଅଂଚଳ ଗୁଡ଼ିକରେ ତିନିମହଲାରୁ ୪ମହଲା ଅଟ୍ଟାଳିକାମାନaଗଢ଼ି ଉଠିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ସେପରି କୌଣସି ରୋକ ଲଗାଯାଉ ନାହିଁ । ଏହି ପରିପ୍ରେକ୍ଷୀରେ ଆଜି ତାଳଚେର ଅମଲାପଡ଼ା ସ୍ଥିତ ମୋନାଲିସା ନସିଂହୋମରେ ବେଆଇନ୍ ଅଟ୍ଟାଳିକାକୁ ନେଇ ଚଢ଼ାଉ ଜାରି ରହିଥିବା କୁହାଯାଉଛି । ଏହି ବିରଟାକାୟ ଅଟ୍ଟାଳିକାକୁ ନେଇ ତାମଡ଼ା ଆଗରୁ ନୋଟିସ୍ ଜାରି କରିଥିଲେ ମଧ୍ୟ ଘରମାଲିକା ଖାତିରନକରି ଦୁଇମହଲାରୁ ଚାରିମହଲା ବିଶିଷ୍ଟ ଅଟ୍ଟାଳିକା ନିର୍ମାଣ କରିସାରିଛନ୍ତି । ଏହି ଅଭିଯୋଗକୁ ଆଧାରକରି ଆଜି ମିଳିତଭାବେ ଚଢ଼ାଉ କରିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ।
