Odisha news

ପ୍ରଧନମନ୍ତ୍ରୀ ମୋଦୀ ଙ୍କ ଅପରେସନ ଗଙ୍ଗା ରେ ସାମିଲ ହୋଇଛି ୨୪ ମନ୍ତ୍ରୀ, ୮୦ ଟି ବିମାନ, ଭାରତୀୟ ଦେଶ ପ୍ରତ୍ୟାବର୍ତ୍ତନ ର ସମ୍ପୂର୍ଣ୍ଣ ଘଟଣା

0
ନୂଆଦିଲ୍ଲୀ : ରୁଷ ଆକ୍ରମଣ ମଧ୍ୟରେ ବର୍ତ୍ତମାନ୍ ମଧ୍ୟ ଅନେକ ଭାରତୀୟ ନାଗରିକ ଫସି ରହିଛନ୍ତି । ଭାରତ ସରକାର ପକ୍ଷରୁ ୟୁକ୍ରେନ ରେ ଫସି ଥିବା ଭାରତୀୟ ମାନଙ୍କ ପାଇଁ ‘ଅପରେସନ ଗଙ୍ଗା ‘ ଅନୁସାରେ ୮୦ଟି ଫ୍ଲାଇଟ କୁ ମୁତୟନ କରାଯାଇଛି । ମିଳିଥିବା ସୂଚନା ଅନୁସାରେ ଭାରତ ସରକାର ଏହାକୁ ତଦାରଖ କରିବା ପାଇଁ ୨୪ ଜଣ ମନ୍ତ୍ରୀଙ୍କୁ ନିୟୋଜିତ କରିଛନ୍ତି ।
ଏଭଳି ଭାବରେ କାର୍ଯ୍ୟ କରୁଛି ଅପରେସନ ଗଙ୍ଗା –
ମିଳିଥିବା ସୂଚନା ଅନୁସାରେ କୁହାଯାଇଛି ଯେ ଭାରତ ସରକାର ୟୁକ୍ରେନ ରେ ଫସି ଥିବା ଛାତ୍ର ମାନଙ୍କ ଉଦ୍ଧାର କାର୍ଯ୍ୟ ଦୃତ ଗତିରେ ବଢାଇ ଦେଇଛନ୍ତି । ଅଧିକ ରୁ ଅଧିକ ଭାରତୀୟ ମାନଙ୍କୁ ଉଦ୍ଧାର ପାଇଁ ଫ୍ଲାଇଟ୍ ମାନଙ୍କର ଭ୍ରମଣ ମଧ୍ୟ ବଢାଇ ଦିଆ ଯାଇଛି । ମାର୍ଚ୍ଚ ୧୦ ତାରିଖ ମଧ୍ୟରେ ଉଦ୍ଧାର କରିବା ପାଇଁ ସମୁଦାୟ ୮୦ ଟି ବିମାନ କୁ କାର୍ଯ୍ୟ ରେ ଲଗା ଯାଇଛି ।
ଏହି ବିମାନ ଗୁଡ଼ିକ ଏୟାର ଇଣ୍ଡିଆ, ଏୟାର ଇଣ୍ଡିଆ ଏକ୍ସପ୍ରେସ, ଇଣ୍ଡିଗୋ, ସ୍ପାଇସ ଜେଟ୍, ବିସ୍ତାରା, ଗୋ ଏୟାର, ଓ ବାୟୁ ସେନାର ବିମାନ ରହିଛି । ରୋମାନିଆ ର ରାଜଧାନୀ ବୁଖା ରେଷ୍ଟ ରେ ୩୫ ଟି ବିମାନ ଦ୍ଵାରା ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବ । ଯେଉଁଥିରେ ଏୟାର ଇଣ୍ଡିଆ ର ୧୪ଟି ବିମାନ, ଏୟାର ଇଣ୍ଡିଆ ଏକ୍ସପ୍ରେସ ର ୮, ଇଣ୍ଡିଗୋ ର ୭, ସ୍ପାଇସ୍ ଯେଟ୍ ର ୧, ବିସ୍ତାର ର ୩ ଓ ଭାରତୀୟ ବାୟସେନାର ୨ଟି ବିମାନ ସାମିଲ ହେବେ ।
ବୁଡ଼ାପେଷ୍ଟ ରୁ ଭରିବେ ୨୮ ଟି ବିମାନ ଉଡାଣ – ହଙ୍ଗେରୀ ର ରାଜଧାନୀ ବୁଡ଼ା ପେଷ୍ଟ ରୁ ୨୮ ଟି ବିମାନ ଉଡାଣ ଭାରିବେ । ୧୫ଟି ଉଡାଣ ଗୋ ଏୟାର , ୯ ଇଣ୍ଡିଗୋ, ୨ଟି ଏୟାର ଇଣ୍ଡିଆ , ୧ ବାୟୁ ସେନାର ଓ ଗୋଟିଏ ଷ୍ପାଇସ ଜେଟ, । ପୋଲାଣ୍ଡ ରୁ ରେଜଜ ରୁ ସମୁଦାୟ ୯ଟି ବିମାନ ଉଡାଣ ଭରିବ। ୫ଟି ବିମାନ ସୁସେବା, ରୋମାନିଆ ରୁ ୩ଟି ବିମାନ ଉଡାଣ ଭରୀବେ। ପ୍ରାୟ ୧୭୦୦୦ ଭାରତୀୟ ଙ୍କୁ ଏହି ୮୦ ଟି ବିମାନ ରେ ଉଦ୍ଧାର କରାଯିବ ।
ବର୍ତ୍ତମାନ୍ ସୁଦ୍ଧା ୨୪ ଟି ବିମାନ ଭାରତ ଆସି ସାରିଛି । ୟୁକ୍ରେନ ରେ ଫସି ରହିଥିବା ଭାରତୀୟ ମାନଙ୍କୁ ଉଦ୍ଧାର କରିବା ପାଇଁ ଫେବୃଆରୀ ୨୬ ତାରିଖ ଠାରୁ ଆରମ୍ଭ ହୋଇଛି । ଏହାକୁ ତଦାରଖ କରିବା ପାଇଁ ୨୪ ଜଣ ମନ୍ତ୍ରୀ ନିୟୋଜିତ ହୋଇଛନ୍ତି।
Leave A Reply