ନୂଆଦିଲ୍ଲୀ :ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିକାଲି ନିଜର ଲମ୍ବା ଦାଢ଼ି ଓ କେଶ ପାଇଁ ଅନେକ ଚର୍ଚାରେ ରହୁଛନ୍ତି l ଅଧିକାଂଶ ଲୋକଙ୍କୁ ତାଙ୍କର ଏହି ବ୍ୟକ୍ତିତ୍ୱ ଖୁବ ପସନ୍ଦ ଆସୁଛି l ନିକଟରେ ପ୍ରଧାନମନ୍ତ୍ରୀଙ୍କର ଗୋଟିଏ ଫଟୋ ଚିତ୍ର ଅଙ୍କନ କରାଯାଇଛି ,ଏହି ଚିତ୍ରଟିକୁ ମୋଦି ସାମାଜିକ ଗଣମାଧ୍ୟମରେ ଖୁବ ସେୟାର କରିଛନ୍ତି l ଏହି ଫୋଟ ଚିତ୍ରଟିକୁ ସୁଦୂର ଆଫଗାନିସ୍ତାନର ଜଣେ କଳାକାର ଅଙ୍କନ କରିଛନ୍ତି l
ସେହି କଳାକାରଙ୍କ ନାମ ହେଉଛି ହମଦୁଲ୍ଳାହଃ ଅରବାଜ ଅଟେ l ଚିତ୍ରଟିକୁ ସେୟାର କରି ମୋଦି ଲେଖିଛନ୍ତି “ଧନ୍ୟବାଦ ,ଭାଇ ,ହମଦୁଲ୍ଳାହଃ ଅରବାବ ,ଏହା ଗୋଟିଏ ଅଦ୍ଭୁତ ଚିତ୍ର ଅଟେ l ମୁଁ ନିଜକୁ ସମ୍ମାନିତ ମନେ କରୁଛି l ଆଫଗାନ -ହିନ୍ଦ ବନ୍ଧୁତା ଜିନ୍ଦାବାଦ l ”
ହମଦୁଲ୍ଳାହଃ ଅରବାବ ଆଫଗାନିସ୍ତାନର ଜଣେ ପ୍ରସିଦ୍ଧ ଚିତ୍ରକର l ସେ ନିଜର ଟ୍ୱିଟର ଆକାଉଣ୍ଟରେ ଫେବୃଆରୀ ୯ ତାରିଖ ଦିନ ଏହି ଫୋଟ ସେୟାର କରିଥିଲେ l ତାଙ୍କ ଟ୍ୱିଟର ଆକାଉଣ୍ଟରେ ୩୯ .୫କେ ଫଲୋଅରସ ଅଛନ୍ତି l
Comments are closed.