ନୂଆଦିଲ୍ଲୀ : ଆମ ସୌର ମଣ୍ଡଳର ଲାଲ ଗ୍ରହ ମଙ୍ଗଳକୁ ଗତ ୬୧ ବର୍ଷରେ ୫୮ ଟି ମିଶନ ପଠାଯାଇ ସାରିଲାଣି l ମଙ୍ଗଳ ଗ୍ରହକୁ ମିଶନ ପଠାଇବାର ପ୍ରଥମ ପ୍ରକ୍ରିୟା ଆରମ୍ଭ କରିଥିଲା ସୋଭିଏତ ରୁଷ ,କିନ୍ତୁ ପ୍ରଥମ ସଫଳତା ମିଳିଥିଲା ଆମେରିକାକୁ l ଆମେରିକା ଓ ସୋଭିଏତ ସଂଘ ମଧ୍ୟରେ ଚାଲିଥିବା ତୃତୀୟ ଶୀତଳ ଯୁଦ୍ଧ ସମୟର ଏହି ଘଟଣା ଅଟେ l ସୋଭିଏତ ସଂଘ ପ୍ରଥମ ମଙ୍ଗଳ ମିଶନ ଅକ୍ଟୋବର ୧୦ ତାରିଖ ୧୯୬୦ ରେ ପଠାଇ ଥିଲା l ମଙ୍ଗଳ ଗ୍ରହକୁ ବର୍ତ୍ତମାନ ସୁଦ୍ଧା ସବୁଠୁ ଅଧିକ ମିଶନ ଆମେରିକାର ରହିଛି ତାହା ୨୯ ଟି ,ଦୁତୀୟା ସ୍ଥାନରେ ରୁଷିଆ ରହିଛି ଯାହା ୨୨ ଟି ରହିଛି ,ଓ ତୃତୀୟ ସ୍ଥାନରେ ୟୁରୋପିଆନ ୟୁନିୟନର ୪ ଟି ମିଶନ ପଠା ଯାଇଛି l
ଭାରତ ,ଜାପାନ ,ଚୀନ୍ ଓ UAE ପ୍ରତେକ ଗୋଟିଏ ଲେଖାଏଁ ମିଶନ ପଠାଇଛନ୍ତି l ମଙ୍ଗଳ ଗ୍ରହକୁ ସମୁଦାୟ ୫୮ ଟି ମିଶନ ପଠା ଯାଇଛି ସେଥି ମଧ୍ୟରୁ ୨୩ ଟି ଫେଲ ହୋଇଛି ,୩୧ ଟି ସଫଳ ହୋଇଛି ଓ ୩ଟି ଆଂଶିକ ଫେଲ ହୋଇଛି l ବିଫଳ ମିସନରୁ ୧୦ ଟିର ଲଞ୍ଚ ଫେଲ ଥିଲା ,୧୩ ଟିର ସ୍ପେସ କ୍ରାପ୍ଟ ଫେଲ ଥିଲା l ୨୨ ଟି ସଫଳ ମିଶନ ମାନଙ୍କ ମଧ୍ୟରୁ ମାତ୍ର ୯ ଟି ଠିକରେ କାର୍ଯ୍ୟ କରିଥିଲା l ବର୍ତ୍ତମାନ ମଧ୍ୟ ଆମେରିକାର ଗୋଟିଏ ମିଶନ ମଙ୍ଗଳ ଗ୍ରହକୁ ଯିବା ରାସ୍ତାରେ ରହିଛି ,ଯାହା ଫେବୁଆରି ୧୮ ତାରିଖ ଦିନ ପହଂଚିବ l
ଆସନ୍ତା ୪ ବର୍ଷ ମଧ୍ୟରେ ମଙ୍ଗଳ ଗ୍ରହକୁ ୫ଟି ଦେଶ ନିଜର ମିଶନ ପଠାଇବେ l ଏମାନଙ୍କ ମଧ୍ୟରୁ ସର୍ବ ପ୍ରଥମେ ୟୁରୋପୀୟ ୟୁନିୟନ ଓ ରୁଷର ଯାନ ଯିବ l ୨୦୨୨ ରେ ଜାପାନ ଗୋଟିଏ ଆରବୀଟର ମଙ୍ଗଳ ଗ୍ରହକୁ ପଠାଇବ l ୨୦୨୩ ରେ ଆମେରିକା ମଙ୍ଗଳ ଯାନ ପଠାଇବ,ଭାରତ ୨୦୨୪ ରେ ମଙ୍ଗଳ ଯାନ-୨ ପଠାଇବ l ବିଶ୍ୱର ଯେତେଗୁଡ଼ିଏ ବୈଜ୍ଞାନିକ ରହିଛନ୍ତି ସେମାନଙ୍କର ପ୍ରାୟ ଇସ୍ରୋ ଉପରେ ନଜର ରହିଛି l କାରଣ ଇସ୍ରୋର ବୈଜ୍ଞାନିକ ମାନେ ଆଜିକାଲି ପୃଥିବୀ ବିଜ୍ଞାନରେ ଅନେକ ପରାଗମ ହୋଇ ଗଲେଣି l ଯାହା ଭାରତ ପାଇଁ ଗୋଟିଏ ଗର୍ବ ଓ ଗୌରବର ବିଷୟ ଅଟେ l
Comments are closed.