Odisha news

ମିଶନ ଶକ୍ତିର ମା’ଙ୍କ ପାଇଁ ନୂଆ ଜୀବିକା : ସୁନ୍ଦରଗଡ଼ରେ ବ୍ଲକସ୍ତରରେ “ଉକ୍ରଳ କିଚେନ୍’ – ସ୍ୱାସ୍ଥ୍ୟକର ପରିବେଶ ଏବଂ ଉଚିତ ଦରରେ ଲୋକଙ୍କୁ ମିଳୁଛି ସ୍ୱାଦିଷ୍ଟ ଆହାର

0

ସୁନ୍ଦରଗଡ଼, ୨୧ ଏପ୍ରିଲ ୨୦୨୨: ସୁନ୍ଦରଗଡ଼ ଜିଲ୍ଲାର ବ୍ଲକ୍ ସଦରମହକୁମାଗୁଡ଼ିକୁ ପ୍ରତିଦିନ ବିଭିନ୍ନ କାମରେ ଆସୁଥିବା ଜନସାଧାରଣଙ୍କ ସୁବିଧା ପାଇଁ ପ୍ରଶାସନ ପକ୍ଷରୁ “ଉକ୍ରଳ କିଚେନ’ ଖୋଲାଯାଉଛି । ପାଇଲଟ୍ କାର୍ଯ୍ୟକ୍ରମ ଭାବେ କୁଆରମୁଣ୍ଡା ବ୍ଲକରେ ଜିଲ୍ଲାର ପ୍ରଥମ “ଉକ୍ରଳ କିଚେନ୍’ ଖୋଲିଛି । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରି•ଳିତ ଏହି ଭୋଜନାଳୟରେ ସ୍ୱାସ୍ଥ୍ୟକର ପରିବେଶ ସହିତ ଉଚିତ ମୂଲ୍ୟରେ ସକାଳ ଓ ସନ୍ଧ୍ୟା ଜଳଖିଆ ତଥା ମଧ୍ୟାହ୍ନ ଭୋଜନ ମିଳୁଛିୟ ।

କୁଆରମୁଣ୍ଡା ବ୍ଲକ ପାଇଁ ସାଇଶ୍ରଦ୍ଧା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ “ଉକ୍ରଳ କିଚେନ’ ପରିଚାଳନା ଦାୟିତ୍ୱ ଦିଆଯାଇଛି । ୨୦୨୧ ଜାନୁଆରି ମାସରୁ ଏହି କିଚେନ୍ ଚଳାଇ ଏସଏଚଜି ମା’ମାନେ ଭଲ ଦି’ ପଇସା ରୋଜଗାର କରୁଛନ୍ତି ।

ଓଡ଼ିଶା ଜୀବିକା ମିଶନ ଅଧୀନରେ ଏହି କାର୍ଯ୍ୟ ପରି•ଳନା କରାଯାଉଛି । ଏଭଳି ଅଣପାରମ୍ପରିକ କାମରେ ମିଶନ ଶକ୍ତିର ମା’ମାନଙ୍କୁ ନିୟୋଜିତକରି ସେମାନଙ୍କ କାର୍ଯ୍ୟ ପରିସରକୁ ବ୍ୟାପକ କରିବା ସହ ଜୀବିକାକୁ ସୁନିଶ୍ଚିତ କରାଯାଉଛି ।

କୁଆରମୁଣ୍ଡାରେ ଥିବା ଉକ୍ରଳ କିଚେନ ପରିଚାଳନା ପାଇଁ ଓଡ଼ିଶା ମିନେରାଲ ବିୟରିଂ ଏରିଆଜ୍ ଡେଭଲପମେଣ୍ଟ କର୍ପୋରେସନ ବା ଓମ୍ବାଡସି ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି । ପର୍ଯ୍ୟାୟକ୍ରମେ ଜିଲ୍ଲାର ଅନ୍ୟ ୧୬ଟି ବ୍ଲକରେ ଏହି ଭୋଜନାଳୟ ଖୋଲିବା ପାଇଁ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ।

“ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଆଗରୁ ବଡ଼ି, ପାମ୍ପଡ଼, ଆଚାର ଆଦି ପ୍ରସ୍ତୁତିରେ ସୀମିତ ରହୁଥିଲେ । କିନ୍ତୁ ସୁନ୍ଦରଗଡ଼ ଜିଲ୍ଲାରେ ସେମାନଙ୍କୁ ବିଭିନ୍ନ ନୂଆ କାମରେ ନିୟୋଜିତ କରାଯାଉଛି । ଉକ୍ରଳ କିଚେନ ପରିଚାଳନା ଏବେ ସେମାନଙ୍କ ଜୀବିକା ପାଇଁ ଭଲ ସୁଯୋଗ ସୃଷ୍ଟି କରିଛି”, କହିଛନ୍ତି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଦଶକ ଭୈରବ ସିଂ ପଟେଲ ।

କୁଆରମୁଣ୍ଡା ବ୍ଲକ୍ ପରିସରରେ ଥିବା ଉକ୍ରଳ କିଚେନରେ ସକାଳ ଓ ଅପରାହ୍ଣ ଜଳଖିଆ ସହିତ ଦିପହରେ ମଧ୍ୟାହ୍ନ ଭୋଜନ ମିଳୁଛି । ଆବଶ୍ୟକସ୍ଥଳେ କିମ୍ବା ଅର୍ଡର ଅନୁଯାୟୀ ଏସଏଚଜି ମା’ମାନେ ରାତ୍ରିଭୋଜନ ମଧ୍ୟ ପ୍ରସ୍ତୁତ କରୁଛନ୍ତି । ସପ୍ତାହରେ ୬ ଦିନ (ରବିବାରକୁ ଛାଡ଼ି) ସକାଳ ୮ଟାରୁ ସନ୍ଧ୍ର୍ୟା ୭ଟା ପର୍ଯ୍ୟନ୍ତ ଏହି କିଚେନ୍ ଖୋଲାରହୁଛି ।

ଏଠାରେ ଜଳଖିଆରେ ବରା, ଆଳୁଚପ, ଇଡଲି ଆଦି ମିଳୁଥିବା ବେଳେ ମଧ୍ୟାହ୍ନ ଭୋଜନରେ ଭାତ, ଡାଲି, ତରକାରି, ଚିପ୍ସ, ଭଜା, ଶାଗ ସହିତ ଆମିଷ ମଧ୍ୟରେ ମାଛ, ଚିକେନ ଓ ଅଣ୍ଡାରେ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ମିଳୁଛି । ଅପରାହ୍ନରେ •’, କଫି ଓ ପକଡ଼ି ଆଦି ତିଆରି କରାଯାଉଛି ।

“”ଆଗରୁ ଆମେ ମା’ମାନେ କେବଳ ନିଜ ପରିବାରବର୍ଗଙ୍କ ପାଇଁ ରୋଷେଇ କରୁଥିଲୁ । ହେଲେ ଏବେ ଆମେ ବିଭିନ୍ନ ବର୍ଗର ଲୋକଙ୍କୁ ଖାଇବା ଯୋଗାଉଛୁ । ଏହି କାମ କରି ଆମକୁ ଖୁସି ଲାଗୁଛି । ଏଥିରୁ ଯାହା ରୋଜଗାର ହେଉଛି ସେଥିରେ ଆମ ପରିବାର ଚଳୁଛି”, କହନ୍ତି ସାଇଶ୍ରଦ୍ଧା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ଲିଲି ସୁନାନୀ ।

“ଉକ୍ରଳ କିଚେନରେ କମ୍ ମୂଲ୍ୟରେ ଏବଂ ସ୍ୱାସ୍ଥ୍ୟକର ପରିବେଶ ଭିତରେ ଭଲ ଖାଇବା ମିଳୁଛି । ଉଭୟ ଆମିଷ ଏବଂ ନିରାମିଷ ଖାଦ୍ୟ ଗୋଟିଏ ଜାଗାରେ ମିଳୁଥିବାରୁ ମୁଁ ଏଠାରେ ନିୟମିତ ଆସି ଖାଉଛି । ତା’ଛଡ଼ା ଏସଏଚଜି ମା’ମାନଙ୍କର ବ୍ୟବହାର ମଧ୍ୟ ଭଲ”, କହନ୍ତି କୁଆରମୁଣ୍ଡାର ଜଣେ ଯୁବକ ରାଜେନ୍ଦ୍ର ବେହେରା ।

କୁଆରମୁଣ୍ଡା ବ୍ଲକରେ ଥିବା ଅନ୍ୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ବଡ଼ି, ପାମ୍ପଡ଼, ଆ•ର ସହିତ ବିଭିନ୍ନ ବେକେରୀ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି । ଏହିସବୁ ସାମଗ୍ରୀକୁ ଉକ୍ରଳ କିଚେନ ମାଧ୍ୟମରେ ବିକ୍ରି କରାଯାଉଛି । ସେହିପରି କୁକୁଡ଼ା •ଷ ପାଇଁ ସ୍ଥାନୀୟ ଅଞ୍ଚଳରେ ରହିଥିବା ପୌଲଟ୍ରି କ୍ଲଷ୍ଟରରୁ ବାହାରୁଥିବା ଅଣ୍ଡାକୁ ମଧ୍ୟ ଏଠାରେ ବ୍ୟବହାର କରାଯାଉଛି । ମିଶନ ଶକ୍ତିର ମା’ମାନଙ୍କୁ ସ୍ୱାବଲମ୍ବୀ କରିବାରେ ଉକ୍ରଳ କିଚେନ୍ ବଡ଼ ମାଧ୍ୟମ ପାଲଟିଛି ।

ଓଡ଼ିଶା ଜୀବିକା ମିଶନ ଅଧୀନରେ ଏହି କିଚେନ୍ ପରିଚାଳନା ଲାଗି ମିଶନ ଶକ୍ତିର ମା’ମାନଙ୍କୁ ଆବଶ୍ୟକ ତାଲିମ ଦିଆଯାଉଛି । ଖାଦ୍ୟ ପ୍ରସ୍ତୁତି ସହିତ ଗ୍ରାହକମାନଙ୍କୁ କିପରି ସେବା ଯୋଗାଇଦେବେ ସେ ବାବଦରେ ମଧ୍ୟ ପ୍ରଶିକ୍ଷଣ ବେଳେ ଗୁରୁତ୍ୱ ଦିଆଯାଉଛି ।

କୁଆରମୁଣ୍ଡା ପରେ ଜିଲ୍ଲାର ଅନ୍ୟ ୧୬ଟି ବ୍ଲକର ସଦରମହକୁମାରେ ଉକ୍ରଳ କିଚେନ ଖୋଲିବା ଲାଗି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଉଛି । ଏହି ୧୭ଟି ଭୋଜନାଳୟ ଚାଲିଲେ ୧୫୦ରୁ ଅଧିକ ମହିଳାଙ୍କ ପରିବାର ସିଧାସଳଖ ଭାବେ ଜୀବିକା ପାଇପାରିବେ । ସେହିଭଳି ଏହି କାର୍ଯ୍ୟକ୍ରମ ଫଳରେ ପ୍ରତିଦିନ ୨ ହଜାରରୁ ୨୫୦୦ ବ୍ୟକ୍ତି ଭୋଜନ କରିବାର ସୁବିଧା ପାଇପାରିବେ ।

Leave A Reply