ବେତନଟୀ : ମଙ୍ଗଳବାର ପୂର୍ବାହ୍ନ ସମୟରେ ବେତନଟୀ ବ୍ଲକ କାର୍ଯ୍ୟାଳୟ ପରିସରରେ ମିଶନଶକ୍ତି ବିଭାଗ ପକ୍ଷରୁ ହରଘର ତ୍ରୀରଙ୍ଗା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ମିଶନଶକ୍ତି ମହିଳାମାନଙ୍କୁ ନେଇ ଏକ ପଦଯାତ୍ରା ବେତନଟୀ ବଜାର ପରିକ୍ରମା କରିଥିଲା । ମିଶନଶକ୍ତି ବିପିସି ରବୀନ୍ଦ୍ର କୁମାର ଚାନେଙ୍କ ସଂଯୋଜନା ଏବଂ ଓଡିଶା ଜୀବିକା ମିଶନର ଡ. ସୁଶ୍ରୀ ମଧୁଛନ୍ଦା ବେହେରାଙ୍କ ପରିଚାଳନାରେ ଆୟୋଜିତ ହରଘର ତ୍ରୀରଙ୍ଗା କାର୍ଯ୍ୟକ୍ରମକୁ ବିଡିଓ ଗୋପୀନାଥ ଖାଖା ପତାକା ଦେଖାଇ ପଦଯାତ୍ରାରେ ସାମିଲହୋଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ଅବସରରେ ମିଶନଶକ୍ତି ମହିଳାମାନଙ୍କୁ ନେଇ ଆୟୋଜିତ ପଦଯାତ୍ରା ବେତନଟୀ ବଜାର ପରିକ୍ରମା କରିଥିଲା । ବେତନଟୀ ବ୍ଲକର ୨୪ଟି ପଞ୍ଚାୟତରେ ଥିବା ମିଶନଶକ୍ତି ମହିଳାମାନେ ମୋଟ ୮ହଜାର ୪ଶହ ଖଣ୍ଡ ଜାତୀୟପତାକା ତିଆରି କରିଥିବା ବେଳେ ଏହାକୁ ଘରେଘରେ ପହଞ୍ଚାଇବା ପାଇଁ ଦାୟିତ୍ଵ ପ୍ରଦାନ କରାଯାଇଥିବା ଜଣାଯାଇଛି |