ଭୁବନ ତା ୨୨.୪.୨୦୨୦ – ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ର ସୀମାନ୍ତ ଗ୍ରାମ ବାଲିବୋ ପଚାଂୟତର ଅନନ୍ତପୁର ଗ୍ରାମରେ ଥିବା ଏକ ବଡ ପୋଖରୀରେ କେହି ଦୃବୁର୍ତ ବିଷ ପକାଇ ଦେଇ ଥିବା ର ଦେଖାଯାଇଛି । ଖବର ନେବାରେ ଜଣାଯାଏ ଯେ ଜାତୀୟ ୫୩ ର ଅନତି ଦୁରରେ ଗମରଗୋଳ ମୈାଜାରେ ପଚାଂୟତ ପାଣ୍ଠି ଖର୍ଚ୍ଚ କରାଯାଇ ବୃହତ ପୋଖରୀ କରାଯାଇଛି । ଏହାକୁ ଆହୁରି ସୁନ୍ଦର କରିବା ପାଇଁ ଜାତୀୟ ରାଜପଥ ନିର୍ମାଣ କରୁଥିବା କଂପାନୀ ଦ୍ୱାରା ମଧ୍ୟ ମାଟି ଉଠାଣ କରାଯାଇଛି । ସବୁଜ ପୋଖରୀ ର ଯୋଜନା ରେ ମଧ୍ୟ ସାମିଲ କରାଯାଇଛି । ସମସ୍ତ କାର୍ଯ୍ୟ ୱାର୍ଡ ସଭ୍ୟ ବିପିନ କୁମାର ମଲ୍ଲିକଙ୍କ ତତ୍ୱାବଧାନରେ ହୋଇଅଛି । ପଚାଂୟତ ତରଫରୁ ରକ୍ଷଣାବେକ୍ଷଣ ନିମନ୍ତେ ମଧ୍ୟ ବିପିନଙ୍କୁ ଦାୟିତ୍ୱ ଦିଆଯାଇଛି । ସେହି ପୋଖରୀରେ ୩୦ ହଜାର ଟଙ୍କାର ମାଛ ଜାଆଁଳ ଛଡାଯାଇଥିଲା । ଦୁଇ ଦିନ ତଳେ ପୋଖରୀରେ ବିଷ ପକାଇ ଦେବାରୁ ମାଛ ମରିଯାଇଥିବା ଦେଖାଯାଇଛି । ଏହାକୁ ନେଇ ୱାର୍ଡ ସଭ୍ୟ ତରଫରୁ ୪ ଜଣଙ୍କ ନାମରେ ଭୁବନ ଥାନାରେ ଏତଲା ଦିଆଯାଇଛି । ପୋଲିସ ତରଫରୁ ରଂଜନ ସାହୁ , ଗୈାରାଙ୍ଗ ନାୟକଙ୍କୁ ଅଟକ ରଖାଯାଇଛି ।