Odisha news

ବୋରିଗୁମ୍ମା ବ୍ଲକ କୁ ଆସିବା ପାଇଁ ୧୨୫୪ ଜଣ ପ୍ରବାସୀ ଓଡ଼ିଆ ନାଁ ରେଜିଷ୍ଟ୍ରେସନ

0

ବୋରିଗୁମ୍ମା : କରୋନା ଭାଇରସ ଯୋଗୁଁ ସାରା ଦେଶରେ ତୃତୀୟ ପର୍ଯ୍ୟାୟ ଲକ ଡାଉନ ମେ’ ମାସ ୧୭ ତାରିଖ ପର୍ଯ୍ୟନ୍ତ ଘୋଷଣା କରିଛନ୍ତି। ଏହାକୁ ଆଖୁ ଆଗରେ ରଖି ରାଜ୍ୟ ସରକାର ପ୍ରବାସୀ ଓଡ଼ିଆ ମାନଙ୍କ ପାଇଁ ନିଜ ରାଜ୍ୟ କୁ ଫେରାଇ ଆଣିବା ପାଇଁ ସ୍ୱତନ୍ତ୍ର ଯୋଜନା କରିଛନ୍ତି। ବାହାର ରାଜ୍ୟରେ ରହୁଥିବା ପ୍ରତେକ ଓଡ଼ିଆ ନିଜ ରାଜ୍ୟ ଫେରିବା ପୂର୍ବରୁ ନିଜ ନାମ ରେଜିଷ୍ଟ୍ରେସନ ପାଇଁ କୁହାଯାଇଛି। ରାଜ୍ୟ ସରକାର ମୋଟ ପାଞ୍ଚ ଲକ୍ଷ ଓଡ଼ିଆ ଙ୍କୁ ଫେରାଇ ଆଣିବା ପାଇଁ ଯୋଜନା କରୁଥିବା ବେଳେ ପ୍ରବାସୀ ଓଡ଼ିଆ ମାନେ ନିଜ ରାଜ୍ୟ କୁ ଫେରିବା ପାଇଁ ନିଜ ନାମ ରେଜିଷ୍ଟ୍ରେସନ କରୁଛନ୍ତି। ଏହି କ୍ରମରେ ବୋରିଗୁମ୍ମା ବ୍ଲକ କୁ ଆସିବା ପାଇଁ ଏପର୍ଯ୍ୟନ୍ତ ୧୨୫୪ ଜଣ ନିଜ ନାମ ରେଜିଷ୍ଟ୍ରେସନ କରିଛନ୍ତି।

ବୋରିଗୁମ୍ମା ବ୍ଲକ ର ୩୧ ଗୋଟି ପଂଚାୟତ କୁ ପ୍ରବାସୀ ଓଡିଆମାନେ ଫେରିବେ ବୋଲି ଜଣାଯାଇଛି। ଅଂଚଲା ପଞ୍ଚାୟତ କୁ ୪୧ ଜଣ, ଆଉଁଳି କୁ ୩୪ ଜଣ, ବି ସିଂହପୁର କୁ ୧୨୦ ଜଣ, ବାଣ୍ଡିଗୁଡା କୁ ୨୧ ଜଣ, ବେଣାଗାଁ ୫୨ ଜଣ, ବେଣା ସୁର ୩୧ ଜଣ, ବିଜାପୁର ୫୨ ଜଣ,ବୋଡିଗାଁ ୩୫ ଜଣ, ବୋରିଗୁମ୍ମା ୫୨ ଜଣ, ଚମ୍ପାପଦର ୧୭ ଜଣ, ଡେଙ୍ଗାପଦର ୪୨ ଜଣ, ଗୁଜୁନିଗୁଡା ୧୨ ଜଣ, ଗୁମୁଡା ୧୯ ଜଣ, ହରଡ଼ାଗୁଡା ୧୫ ଜଣ, ହରଦଳି ୬୮ ଜଣ, ଜୁଝାରୀ ୨୨ ଜଣ, କାମରା ୩୮ ଜଣ, କାମତା ୫୭ ଜଣ, କାଠରଗଡା ୧୧୦ ଜଣ, କଣା ଗାଁ ୩୩ ଜଣ, କୁମୁଲି ୩୪ ଜଣ, ମାଲଦା ୧୭ ଜଣ, ମୁଂଜା ୨୭ ଜଣ, ନାରୀ ଗାଁ ୭୭ ଜଣ, ନୂଆଗାଁ ୧୬ ଜଣ, ପଣ୍ଡସଗୁଡା ୨୬ ଜଣ, ରଣସପୁର ୫୩ ଜଣ, ସାନ ପରିଆ ୨୫ ଜଣ, ସର୍ଗିଗୁଡା ୨୭ ଜଣ, ସେମଳାଗୁଡା ୨୮ ଜଣ, ସସାହାଣ୍ଡି ୫୩ ଜଣ ନିଜ ନାଁ ରେଜିଷ୍ଟ୍ରେସନ କରାଇଛନ୍ତି। ଏମାନେ ବୋରିଗୁମ୍ମା ବ୍ଲକ ଫେରିଲେ ସେମାନଙ୍କ ସ୍ୱାବ ଟେଷ୍ଟ ହେବା ସହ ୧୪ ଦିନ ପାଇଁ କ୍ଵରେନଟାଇନ ରେ ରଖାଯିବ ବୋଲି ବ୍ଲକ ପ୍ରଶାସନ ସୂଚନା ଦେଇଛନ୍ତି।

Leave A Reply