Odisha news

ଚିତ୍ର କଳାରେ ଜଗନ୍ନାଥ ଓ ଭକ୍ତଙ୍କ ମଧ୍ୟରେ କରୋନା ପ୍ରତିବନ୍ଧକ

0

ପୁରୀ :ମହାମାରୀ କରୋନା ସଂକ୍ରମଣ ଜନିତ ଲକ୍ଡ଼ାଉନ ଯୋଗୁ ଚଳିତବର୍ଷ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ହେବ କି ନାହିଁ ଅନିଶ୍ଚିତତା ଲାଗି ରହିଛି । ତେବେ ଅଗଣିତ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଘୋଷଯାତ୍ରାକୁ ଉକ୍ରଣ୍ଠାରେ ସହିତ ଅପେକ୍ଷା କରି ରହିଛନ୍ତି । ତେବେ ସଂପ୍ରତି ମହାପ୍ରଭୁ ଓ ଭକ୍ତମାନଙ୍କ ମହାମିଳନରେ ପ୍ରତିବନ୍ଧକ ସାଜିଛି ମହାମାରୀ କରୋନା ।

ଚିତ୍ରକଳା ମାଧ୍ୟମରେ ତାହାକୁ ଉପସ୍ଥାପିତ କରିଛନ୍ତି ଓଡ଼ିଶା ଚାରୁ ଓ କାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ବିଶିଷ୍ଟ ଚିତ୍ରଶିଳ୍ପୀ ଦୁର୍ଗାମାଧବ କର ।୧୦ଫୁଟ ଲମ୍ବ ଓ ୪ଫୁଟ ଓସାର କାନ୍ଭାସରେ ଶିଳ୍ପୀ ରଙ୍ଗ ଓ ତୂଳୀରେ ତାଙ୍କର ଭାବନା ବ୍ୟକ୍ତ କରିଛନ୍ତି । ପ୍ରଭୁ ଜଗନ୍ନାଥ ଓ ଭକ୍ତଙ୍କ ମଧ୍ୟରେ କରୋନା ରୂପକ ରାକ୍ଷସ କିପରି ପ୍ରତିବନ୍ଧକ ସାଜିଛି ତାହା ଏହି ଚିତ୍ରରେ ସାଜିଛି ତାହା ଏହି ଚିତ୍ରରେ ପ୍ରତିଫଳିତ ହୋଇଛି ।

Leave A Reply