Odisha news

ପ୍ରାକୃତିକ ଉପାୟରେ କିପରି ମାନସିକ ଚାପକୁ ହ୍ରାସ କରିବେ ? ଆସନ୍ତୁ ଜାଣିବା

0

ମାନସିକ ଚାପ ଗୋଟିଏ ଏଭଳି ରୋଗ ଭାବରେ ଦେଖା ଦେଇଛି, ଯାହାକି ମଣିଷକୁ ଭିତରୁ ରୋଗ ଗ୍ରସ୍ତ କରାଇ ଦେଉଛି l କଥାରେ ଅଛି ଲୁଣ ଖାଏ ହାଣ୍ଡି, ଚିନ୍ତା ଖାଏ ଗଣ୍ଡି l  ତେଣୁ ଆମେ ସମସ୍ତେ ଜାଣି ରଖିବା ଆବଶ୍ୟକ ଯେ ମନାସିକ ଚାପ ଯୋଗୁଁ ଆମେ ବିଭିନ୍ନ ରୋଗରେ ପୀଡିତ ହେବାର ଅଧିକ ସମ୍ଭାବନା ବଢି ଯାଇଥାଏ l ଯାହାକି ଉଚ୍ଚ ରକ୍ତଚାପ, କୋଲେଷ୍ଟ୍ରଲ, ମଧୁମେହ ଏବଂ ହାର୍ଟ ଆଟାକ ର କାରଣ ହୋଇଥାଏ l

ଆମ ମାନଙ୍କ ମଧ୍ୟରୁ ଏଭଳି ଅନେକ ଲୋକ ରହିଛନ୍ତି ଯିଏକି ମାନସିକ ଚାପକୁ କମାଇବା ପାଇଁ ନିୟମିତ ଭାବରେ ଔଷଧ ସେବନ କରି ଥାଆନ୍ତି l କିନ୍ତୁ ଦୀର୍ଘଦିନ ପର୍ଯ୍ୟନ୍ତ ଏହାକୁ ଯଦି ଆମେ ସେବନ କରିଥାଉ ତେବେ ଶରୀର ଉପରେ ଏହାର ଖରାପ ପ୍ରଭାବ ପଡିଥାଏ l

ଆସନ୍ତୁ ଜାଣିବା ପ୍ରାକୃତିକ ଉପାୟରେ ମାନସିକ ଚାପକୁ ହ୍ରାସ କରିବାର ଚମତ୍କାର ଉପାୟ –
– ଅଶ୍ଵଗନ୍ଧା ଗୋଟିଏ ପ୍ରାଚୀନ ଆୟୁର୍ବେଦ ଔଷଧ, ଯାହାକି ଚିନ୍ତା ଦୂର କରିବାରେ ଖୁବ ପ୍ରଭାବଶାଳୀ ଅଟେ l ଏଥିରେ ଏଡ଼େପ୍ଟୋଜୋନିକ ର ଗୁଣ ରହିଥାଏ, ଯାହାକି ଶରୀରକୁ ଷ୍ଟ୍ରେସ ଫୁଲ ସିଚୁଏସନ ସହିତ ଆଡ଼ଜଷ୍ଟ କରିବାରେ ସାହାଯ୍ୟ କରିଥାଏ l ଅଶ୍ଵଗନ୍ଧା ନିୟମିତ ସେବନ କରିବା ଦ୍ୱାରା ମାନସିକ ଶାନ୍ତି ମିଳିଥାଏ ଏବଂ ନିଦ୍ରା ଭଲରେ ହୋଇଥାଏ l

– ବ୍ରାହ୍ମୀ ଗୋଟିଏ ମହତ୍ଵପୁର୍ଣ ଜଡିବୁଟି ଅଟେ, ଯାହାକି ମାନସିକ ଚାପ ଦୂର କରିବାରେ ସାହାଯ୍ୟ କରିଥାଏ l ଏବଂ ବ୍ରେନ ଫଙ୍କସନ ଭଲରେ ହୋଇଥାଏ l ମେମୋରୀ ପାୱାର ରେ ସୁଧାର ଆସିଥାଏ l ଚିନ୍ତା କମ କରିବାରେ ସାହାଯ୍ୟ କରିଥାଏ l ବ୍ରାହ୍ମୀ ସେବନ ଦ୍ୱାରା ମାନସିକ ଶାନ୍ତି ମିଳିଥାଏ l

– ତୁଳସୀ କୁ କୁଇନ ଅଫ ହର୍ବସ୍ ବୋଲି କୁହାଯାଇ ଥାଏ, ଧାର୍ମିକ ସହିତ ଔଷଧୀୟ ଗୁଣରେ ମଧ୍ୟ ଭରପୁର ଅଟେ l ତୁଳସୀ ରେ ଆଣ୍ଟି ଅକ୍ସିଡେଣ୍ଟ ଓ ଆଣ୍ଟି ଇମ୍ଫ୍ଲାମେଟ୍ରି ଗୁଣ ରହିଛି l ଯାହାକି ମାନସିକ ଉତେଜନା କୁ ହ୍ରାସ କରିଥାଏ l ତୁଳସୀ ମନକୁ ଶାନ୍ତ ରଖିବାରେ ସାହାଯ୍ୟ କରିଥାଏ l

Leave A Reply