ବର୍ତମାନ କିଶୋର ପୁଅଙ୍କ ଅପେକ୍ଷା ଝିଅ ମାନଙ୍କର ଅଧିକ ମେଣ୍ଟାଲ ପ୍ରୋବ୍ଲେମ ର ସମୁଖୀନ ହେଉଛନ୍ତି, କଣ କହୁଛି ରିସର୍ଚ୍ଚ
ଯେବେ ମେଟା ର ସିଇଓ ମାର୍କ ଜୁକରବର୍ଗ କହିଥିଲେ ସୋସିଆଲ ମିଡ଼ିଆ ଛୋଟ ପିଲାଙ୍କ ମସ୍ତିଷ୍କ ଉପରେ କୌଣସି ପ୍ରଭାବ ପକାଉନହିଁ ଏବଂ ଏହାର କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ , ସେତେବେଳେ ଏହା ସୋସିଆଲ ସାଇଣ୍ଟିସ୍ତ ଙ୍କ ପାଇଁ ଆଶ୍ଚର୍ଯ୍ୟ କରିବା ଭଳି ଥିଲା, ନିକଟରେ ହୋଇଥିବା ଅଧ୍ୟୟନ ଓ ଗବେଷଣା ଅନୁସାରେ ସୋସିଆଲ ମିଡ଼ିଆ ଅଧିକ ବ୍ୟବହାର ଦ୍ୱାରା କିଶୋର ଓ କିଶୋରୀ ବୟସ ପିଲାଙ୍କ ଉପରେ ମାନସିକ ନକାରାତ୍ମକ ପ୍ରଭାବ ପକାଉଛି l
ସୋସିଆଲ ମିଡ଼ିଆ ଓ ମାନସିକ ସ୍ୱାସ୍ଥ୍ୟ :
ଅଧୟନ ଅନୁସାରେ କୁହାଯାଇଛି ଯେ ସୋସିଆଲ ମିଡ଼ିଆ ର ବହୁଳ ବ୍ୟବହାର ଛାତ୍ର ମାନଙ୍କ ମଧ୍ୟରେ ମାନସିକ ଉତେଜନା, ଡିପ୍ରେସନ ଓ ଏକାଡେ଼ମିକ ପି[ଅଃର୍ଫରମାନ୍ସ କୁ ଅସୁବିଧାରେ ପକାଉଛି, ଏହି ଅଧ୍ୟୟନ ରେ କୁହାଯାଇଛି ଯେ ସୋସିଆଲ ମିଡିଆରେ ଅଧିକ ସମୟ ଅତିବାହିତ କରିବା ଦ୍ୱାରା ମାନସିକ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡୁଛି l
କିଶୋରୀ ଯୁବତୀ ମାନଙ୍କ ଉପରେ ଅଧିକ ପ୍ରଭାବ ପକାଉଛି :
ଲେସେଣ୍ଟ ଚାଇଲଡ ଏଣ୍ଡ ଏଡଲିସେଣ୍ଟ ହେଲ୍ଥ ରେ ପ୍ରକାଶିତ ଗୋଟିଏ ନୂଆ ଅଧ୍ୟୟନ ଅନୁସାରେ ଜଣା ପଡିଛି ଯେ ସୋସିଆଲ ମିଡ଼ିଆ ର ମାନସିକ ସ୍ୱାସ୍ଥ୍ୟ ସହିତ ଜଡିତ ସମ୍ବନ୍ଧ ବିଶେଷ ଭାବରେ କିଶୋରୀ ଝିଅ ମାନଙ୍କ ନିକଟରେ ଦେଖିବାକୁ ମିଳିଛି, ଅଧ୍ୟୟନ ରେ କୁହାଯାଇଛି ଯେ ଯେତେବେଳେ ଝିଅମାନେ କିଶୋରୀ ବୟସ ରେ ଅଧିକ ସୋସିଆଲ ମିଡ଼ିଆର ବ୍ୟବହାର କରନ୍ତି ଓ ଏହାଦ୍ୱାରା ତାଙ୍କୁ ସାଇବରବୁଲିଙ୍ଗ, ଅପର୍ଯ୍ୟାପ୍ତ ନିଦ ଭଳି ସମସ୍ୟା ହୋଇଥାଏ ଯାହାଦ୍ୱାରା ତାଙ୍କର ମେଣ୍ଟାଲ ହେଲଥ ଉପରେ ଖରାପ ପ୍ରଭାବ ପକାଇଥାଏ, କିନ୍ତୁ ଅନ୍ୟ ପକ୍ଷରେ କିଶୋର ବୟସ ର ପୁଅଙ୍କ ଉପରେ କମ ପ୍ରଭାବ ପକାଇଥାଏ l
କିଶୋରୀ ବେଶ ର ଝିଅମାନେ ଅଧିକ ଡିପ୍ରେସନ ର ଶିକାର ହେଉଛନ୍ତି :
ଅତ୍ୟଧିକ ସୋସିଆଲ ମିଡ଼ିଆର ବ୍ୟବହାର ଦ୍ୱାରା ଝିଅମାନେ ଅଧିକ ମେଣ୍ଟାଲ ଡିପ୍ରେସନ ର ଶିକାର ହେଉଛନ୍ତି, ଯାହାକି ବିଭିନ୍ନ ରୋଗର ମଧ୍ୟ କାରଣ ହେଉଛି ଯେପରିକି ନିଦ୍ରା ହୀନତା, ଡିପ୍ରେସନ, ଏଙ୍ଗଜାଇଟି, ହର୍ମୋନଲ ଇମ୍ବଲାନ୍ସ , ଦେଖା ଦେଉଛି l ତେଣୁ ଝିଅମାନେ ସୋସିଆଲ ମିଡ଼ିଆ ଠାରୁ ଦୂରେଇ ରହିବା ଆବଶ୍ୟକ l