ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର ମେମୁ
68408 ଭୁବନେଶ୍ୱର-ଭଦ୍ରକ MEMU ଭୁବନେଶ୍ୱରରୁ 7 ଏପ୍ରିଲ, 2021 ଠାରୁ ସନ୍ଧ୍ୟା ୫ଘ.୫୫ମି.ରେ ଛାଡି ଭଦ୍ରକ ରେ ରାତ୍ର ୯ଘ.୧୫ମି.ରେ ପହଞ୍ଚିବ | ପ୍ରତ୍ୟାବର୍ତ୍ତନ ଦିଗରେ, 8 ଏପ୍ରିଲ, 2021 ଠାରୁ ଭଦ୍ରକରୁ 68407 ଭଦ୍ରକ-ଭୁବନେଶ୍ୱର MEMU ସକାଳ ୬ଘ.୧୫ମି.ରେ ଛାଡି ଭୁବନେଶ୍ୱର ଠାରେ ପୂର୍ବାହ୍ନ ୯ଘ.୫୦ମି.ରେ ପହଞ୍ଚିବ | ଏହି ଟ୍ରେନ ଭୁବନେଶ୍ୱର ଓ ଭଦ୍ରକ ମଧ୍ୟରେ ଉଭୟ ପାର୍ଶ୍ୱରୁ ବାଣୀ ବିହାର, ମଞ୍ଚେଶ୍ୱର, ପଟିଆ, ଭୁବନେଶ୍ୱର ନୂଆ, ବାରଙ୍ଗ, ଗୋପାଳପୁର ବାଲିକୁଦା, କାଠଯୋଡ଼ି PH, କଟକ, କେନ୍ଦ୍ରାପଡା ରୋଡ, ମଙ୍ଗୁଳି ଚୌଦ୍ୱାର, ନିର୍ଗୁଣ୍ଡି, କପିଳାସ ରୋଡ, ଶ୍ରୀ ଝIଡ଼େଶ୍ୱର, ଧାନମଣ୍ଡଳ, ହରିଦାସପୁର, ନୂଆ ଗଡ଼ମଧୁପୁର, ଜେନାପୁର, ବ୍ରାହ୍ମଣୀ, ଜଖପୁରା, ଯାଜପୁର କେନ୍ଦୁଝର ରୋଡ, କୋରାଇ, ବୈତରଣୀ ରୋଡ, ଦୁଲାଖାପାଟନା, ମଞ୍ଜୁରୀ ରୋଡ, କେନ୍ଦୁଆପଦା, କପାଲି ରୋଡ ଏବଂ ବାଉଦପୁର ଷ୍ଟେସନ ମାନଙ୍କରେ ରହଣି କରିବ |
ପୂର୍ବତଟ ରେଳପଥ ପକ୍ଷରୁ ଗତକାଲି ଭୁବନେଶ୍ୱର ଏବଂ କେନ୍ଦୁଝର ରୋଡ଼, ଏବଂ ପୁରୀ ଓ ଅନୁଗୁଳ ମଧ୍ୟରେ MEMU ଟ୍ରେନ୍ ଚଳାଇବା ପାଇଁ ଘୋଷଣା କରାଯାଇଥିଲା | ଏହା ବ୍ୟତୀତ ଯାତ୍ରୀମାନଙ୍କ ସୁବିଧା ପାଇଁ ହାଟିଆ ଓ ପୁରୀ, ସମ୍ବଲପୁର ଓ ପୁରୀ ଏବଂ ପାରାଦୀପ ଓ ପୁରୀ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ମଧ୍ୟ ଘୋଷଣା କରାଯାଇଥିଲା।
ଏହା ବ୍ୟତୀତ ଚଳାଚଳ ସୁବିଧା ଓ କୋଭିଡ ପରିସ୍ଥିତି ଏବଂ ପ୍ରୋଟୋକଲଗୁଡ଼ିକୁ ଦୃଷ୍ଟିରେ ରଖି ଆହୁରି କେତେକ ପାସେଞ୍ଜର / MEMU ଟ୍ରେନ୍ ଏବଂ କିଛି ଏକ୍ସପ୍ରେସ ଟ୍ରେନର ଚଳାଚଳ କରାଯିବାକୁ ରେଳବାଇ ପକ୍ଷରୁ ନିଷ୍ପତ୍ତି ନିଆଯାଉଅଛି |
ଭୁବନେଶ୍ୱର-କୋରାପୁଟ-ଭୁବନେଶ୍ୱର ବିଶେଷ ଟ୍ରେନ ସେବାକୁ 19 ଏପ୍ରିଲରୁ ବାତିଲ କରାଯିବ :
ସମ୍ବଲପୁର-ଟିଟିଲାଗଡ ଏବଂ ରାୟଗଡା ମାର୍ଗ ଦେଇ ଚଳାଚଳ କରୁଥିବା 08447/08448 ଭୁବନେଶ୍ୱର-କୋରାପୁଟ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍ କୁ ଏପ୍ରିଲ ମାସ ୧୯ ତାରିଖ ଠାରୁ ଭୁବନେଶ୍ୱର ରୁ ଏବଂ ଏପ୍ରିଲ ମାସ ୨୦ ତାରିଖ ଠାରୁ କୋରାପୁଟରୁ ବାତିଲ କରାଯିବାକୁ ନିଷ୍ପତ୍ତି ନିଆଯାଇଅଛି |
Comments are closed.