Odisha news

ଔଷଧ ସେବନ ପରେ ମଦ୍ୟପାନ କରିବା ଦ୍ୱାରା କଣ ହୋଇଥାଏ କ୍ଷତି ? ଆସନ୍ତୁ ଜାଣିବା

0

ଆଜିର ଆଧୁନିକ ଯୁଗରେ ମେଡିକାଲ ସାଇନ୍ସ ରେ ଏଭଳି ରୋଗ ଦେଖା ଦେଉଛି ଯାହାକି ମାତ୍ର ଗୋଟିଏ ଔଷଧ ସେବନ କରିବା ପରେ ରୋଗ ଦୁରେଇ ଯାଇଥାଏ l ଆମେ ପ୍ରାୟ ସମସ୍ତ ରୋଗ ପାଇଁ ଆଣ୍ଟି ବାୟୋଟିକସ ସେବନ କରିବାକୁ ପଛାଇ ନଥାଉ , ଆଣ୍ଟିବାୟୋଟିକସ ସେବନ କରିବାର କିଛିଦିନ ପରେ ଯେକୌଣସି ରୋଗ କିଛିଦିନ ମଧ୍ୟରେ ଠିକ ହୋଇ ଯାଇଥାଏ l

ଔଷଧ ସେବନ ସମୟରେ କଦାପି କରନ୍ତୁନାହିଁ ଏହିସବୁ ଭୁଲ –
ଆଣ୍ଟିବାୟୋଟିକ କିମ୍ବା ଅନ୍ୟ କୌଣସି ଔଷଧ ସେବନ ସମୟ ରେ  ମଦ୍ୟପାନ କରିବା ଶରୀର ପକ୍ଷରେ କ୍ଷତିକାରକ l ଆପଣ ଏହା ମଧ୍ୟ ଚିନ୍ତା କରିପାରନ୍ତି ଯେ ଯଦି ଆପଣ ରାତିରେ ଔଷଧ ଖାଇବେ ତେବେ ଦିନରେ ମଦ୍ୟପାନ କରିପାରିବେ l ଯଦି ଆପଣ ଏଭଳି କରୁଛନ୍ତି ତେବେ ସତର୍କ ହୋଇ ଯାଆନ୍ତୁ l ଏହା ଆପଣଙ୍କ ସ୍ଵାସ୍ତ୍ୟ ଉପରେ ଖରାପ ପ୍ରଭାବ ପକାଇ ପରେ l

– ଯଦି ଆପଣ କୌଣସି ନିର୍ଦ୍ଧିଷ୍ଟ ରୋଗ ପାଇଁ ଔଷଧ ସେବନ କରୁଛନ୍ତି ତେବେ ମଦ୍ୟପାନ କରିବା ଠିକ ନୁହେଁ ବୋଲି ଅଧୟନ କହୁଛି l ଯଦି ସର୍ଦି, କାଶ ଇତ୍ୟାଦି ପାଇଁ ଆଣ୍ଟିବାୟୋଟିକ ସେବନ କରୁଛନ୍ତି ତେବେ ମଦ୍ୟପାନ କରନ୍ତୁ ନାହିଁ l ଏହା ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ଆଣିଥାଏ l

– କିଛି ଲୋକ ଏଭଳି ମଧ୍ୟ ଥାଆନ୍ତି ଯିଏକି ମଦ୍ୟପାନ ସହିତ ଉଚ୍ଚ ରକ୍ତଚାପ ର ଔଷଧ, କିମ୍ବା କୌଣସି ଏଲର୍ଜୀ ଔଷଧ ସେବନ କରନ୍ତି , ଏହା ହାର୍ଟ ଉପରେ ଗମ୍ଭୀର ପ୍ରଭାବ ପକାଇଥାଏ l ତେଣୁ ବ୍ଲଡ଼ ପ୍ରେସର ମେଡ଼ିସିନ ଯଦି ଖାଉଛନ୍ତି ତେବେ ମଦ୍ୟପାନ କରନ୍ତୁ ନାହିଁ l

– ମଦ୍ୟପାନ ଆମ ଶରୀର ଉପରେ ଅନେକ ଖରାପ ପ୍ରଭାବ ପକାଇଥାଏ, ଯେପରିକି ଲିଭର, ପାଚନ ସମସ୍ୟା ଏବଂ ହାର୍ଟ ଉପରେ ଖରାପ ପ୍ରଭାବ ପକାଇଥାଏ l ମଦ୍ୟପାନ ଦ୍ୱାରା ଶରୀରରେ ଜଳୀୟ ଅଂଶ କମି ଯାଇଥାଏ l ଏବଂ ଆପଣ ନିଦ୍ରା ହୀନତାର ଶିକାର ହୋଇପାରନ୍ତି l

– ୟୁଏସ ସେଣ୍ଟର ଫ୍ରର ଡିଜିଜ କଣ୍ଟ୍ରୋଲ ଏଣ୍ଡ ପ୍ରିଭେନ୍ଶାନ ର ସୂଚନା ଅନୁସାରେ ନିୟମିତ ଭାବରେ ଆଣ୍ଟିବାୟୋଟିକ ସେବନ କରିବା ଶରୀର ପକ୍ଷରେ ଠିକ ନୁହେଁ ତଥାପି ନିର୍ଦ୍ଧିଷ୍ଟ ରୋଗ ପାଇଁ ସେବନ କରାଯିବା ଜରୁରୀ l ଏବଂ ଯାହାକି ଡାକ୍ତରଙ୍କ ପରାମର୍ଶ କ୍ରମେ କରିବା ଆବଶ୍ୟକ l ଏଥି ସହିତ ମଦ୍ୟପାନ କରିବା ଦ୍ୱାରା ଶରୀରର ରୋଗ ପ୍ରତି ରୋଧକ ଶକ୍ତି ମଧ୍ୟ ହ୍ରାସ ହୋଇଥାଏ l

Leave A Reply