Odisha news

ଏମ.ସି.ଏଲ. ମୁଖ୍ୟ କାର୍ଯ୍ୟାଳୟରେ ବୀର ସହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ

0

ତାଳଚେର; ୩୦.୦୧.୨୦୨୦, ଏମ୍‌.ସି.ଏଲ୍ ତାର ମୁଖ୍ୟ କାର୍ଯ୍ୟାଳୟ ସମ୍ବଲପୁର ଠାରେ ଆଜି ବୀର ସହୀଦ ମାନଙ୍କର ଶ୍ରଦ୍ଧାଞ୍ଜଳୀ ସହ ଅନୁଷ୍ଠିତ ହୋଇଯାଇଛି । ଦେଶ ପାଇଁ ଜୀବନ ଦେଇଥିବା ବୀର ଜବାନ ମାନଙ୍କପାଇଁ ୨ ମିନିଟ୍ ମଉନ ବ୍ରତ ପାଳନ କରାଯାଇଥିଲା । ପ୍ରଥମେ ଏମ୍‌.ସି.ଏଲ୍ ମହାପ୍ରବନ୍ଧକ (କାର୍ମୀକ) ଶ୍ରୀ. ଆର୍‌.ଏଲ୍‌.ଖଟୀକ୍ ଦେଶର ସୈନିକ ମାନଙ୍କ ବୀରତ୍ୱ ଓ ଦେଶାତ୍ମ ବୋଧର ଦାୟୀତ୍ୱ ସଂପର୍କରେ ଆଲୋକପାତ କରିଥିଲେ । ସହୀଦ ମାନଙ୍କ ପ୍ରତୀମୂର୍ତୀ ଉପରେ ଦେଶ ପାଇଁ ଜୀବନ ଦେଇଥିବା ବୀର ଜବାନ ମାନଙ୍କ ଉପରେ ଦିବା ୧୧ ଘଟିକା ସମୟରେ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଏମ୍‌.ସି.ଏଲ୍‌.ର ନିର୍ଦ୍ଦେଶକ (ବିତ) ଶ୍ରୀ କେ.ଆର.ବାସୁଦେବନ, ଯୋଜନା ଏବଂ ପରି ୟୋଜନା ଶ୍ରୀ କେ.କେ.ମିଶ୍ରା, କାର୍ମୀକ ନିର୍ଦ୍ଦେଶକ ଶ୍ରୀ କେଶବ ରାଓ ଏବଂ ଏମ୍‌.ସି.ଏଲ୍‌ର ସମସ୍ତ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହି ମଉନ ଧାରଣା କରିବା ସହ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।

Leave A Reply