Odisha news

ଏମସିଏଲ ବଲଣ୍ଡା କଲୋନୀବାସୀଙ୍କୁ ଯୋଗାଯାଉଥିବା ପାନୀୟଜଳ ଜହର

0

ତାଳଚେର ତା ୨୪/୫ ଏମସିଏଲ କଲୋନୀବାସୀଙ୍କୁ ଯୋଗାଇ ଦିଆଯାଉଥିବା ପାନୀୟଜଳ ଆଜି ସାଜିଛି ଜହର ବୋଲି କଲୋନୀବାସୀଙ୍କ ପକ୍ଷରୁ ଅଭିଯୋଗ ହେଉଥିଲେ ମଧ୍ୟ ଏଥିପ୍ରତି କେହି କର୍ଣ୍ଣପାତ କରୁ ନଥିବା ଦୁର୍ଭାଗ୍ୟ ଜନକ ବିଷୟ ହୋଇଛି । ତାଳଚେର ସର୍ବପୂରାତନ ବଲଣ୍ଡା କୋଇଲା ଖଣି ବନ୍ଦ ହୋଇଯିବା ପରେ ଏହି କେଲାନୀ ଗୁଡ଼ିକର ରକ୍ଷଣାବେକ୍ଷଣା ଦାୟୀତ୍ୱ ଜଗନ୍ନାଥ ଏରିଆ ହାତରେ ରହିଛି । ଏହି କେଲାନୀ କ୍ୱାର୍ଟର ଗୁଡ଼ିକରେ ଶତାଧିକ ଏମସିଏଲ ଖଣି କର୍ମଚାରୀ ରହିଥାନ୍ତି । ଏହାକୁ ଆଖି ଆଗରେ ରଖି ବଲଣ୍ଡା ଏବଂ ଜଗନ୍ନାଥ ଜଳ ବିଶୋଧନଗାର ସାଉଥବଲଣ୍ଡା ମାଛମାର୍କେଟ ନିକଟସ୍ଥ ଅଂଚଳରେ ନିର୍ମାଣ କରାଯାଇଥିଲା । ଏହି ଜଳବିଶୋଧନା ଗାରଟି ଦୀର୍ଘବର୍ଷ ହେବ ଏଠାରେ ରହି ଆସିଛି, ଏହି ବିଶୋଧନାଗାରରୁ ସାଉଥ ବଲଣ୍ଡା ଅଂଚଳର ସମସ୍ତ କ୍ୱାର୍ଟରୁ ଗୁଡ଼ିକୁ ବିଭିନ୍ନ ସ୍ଥାନରେ  ଓଭରହେଡ଼୍ ଟାଙ୍କି ମାଧ୍ୟମରେ ନିତିଦିନ ନୀରବଚ୍ଛିନ୍ନ ଭାବେ ବିଶୁଦ୍ଧଜଳ ଯୋଗାଇ ଦିଆଯାଇଥାଏ ।

ମାତ୍ର ଉକ୍ତ ଜଳ ବିଶୋଧନାଗାର ଓ ଟାଙ୍କି  ଗୁଡ଼ିକ ନିୟମିତ ପରିଷ୍ମାର ପରିଚ୍ଛନ୍ନ ହେଉନଥିବା ବେଳେ ଜଳ ସଂଚିତ ରହୁଥିବା କୋଠରୀ ମଧ୍ୟ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ପଡ଼ି ରହିଛି । ଦୀର୍ଘବର୍ଷ ହେବ ଜଳ ବିଶୋଧନା କେନ୍ଦ୍ର ସମେତ ଓଭରହେଡ଼୍ ପାଣି ଟାଙ୍କି ପରିଷ୍କାର କରାଯାଉନଥିବାରୁ ଆଜି ଏ ଅବସ୍ଥା ଦେଖା ଦେଇଛି ବୋଲି କୁହାଯାଉଛି । ଅପରପକ୍ଷେ ଉକ୍ତ ଜଳବିଶୋଧନ କେନ୍ଦ୍ର କଡକୁ ଲାଗି ରହିଥିବା ଡ଼୍ରେନ୍‌ର ପରିତ୍ୟକ୍ତ ଜଳ ଲିକେଜ୍ ହୋଇ ବିଶୋଧନା ଗାରକୁ ପଶିଥାଏ ବୋଲି ଅଭିଯୋଗ ହେଉଛି । ନିୟମ ଅନୁଯାୟୀ କ୍ରମାଗତଭାବେ ବ୍ଲିଚିଙ୍ଗ, ଆଲମ ପକାଇବା ପରିବର୍ତେ କୁଆଡ଼େ କେତେକ ଅସାଧୁ କର୍ମଚାରୀ ଏଗୁଡ଼ିକୁ ବାହାରେ ବିକ୍ରି କରିଦେଉଥିବା କୁହାଯାଉଛି । ବିଶୋଧନା କେନ୍ଦ୍ରରେ ଯେଉଁ ବାଲି ପଡ଼ୁଛି ତାହାକୁ ନିୟମିତ ଭାବେ ବଦଳା ଯାଉନଥିବାରୁ କଳା ପଡ଼ିଯିବା ସମେତ ପାଣିରେ ଶିଉଳି ଜମି ପାଣିର ରୂପ ବଦଳାଇ ଦେଉଥିବା ସହ କଲୋନୀବାସଙ୍କୁ ଯୋଗାଇ ଦିଆଯାଉଥିବା ଜଳ ଆଜି ସାଜିଛି ଜହର! ଜଳ ହିଁ ଜୀବନ କୁହାଯାଉଥିବା ବେଳେ ଏମସିଏଲ ପକ୍ଷରୁ କଲୋନୀବାସୀଙ୍କୁ ଯୋଗାଇ ଦିଆଯାଉଥିବା ଏହି ପରିତ୍ୟକ୍ତ ଜଳ କେତେ ସ୍ୱଚ୍ଛ ତାହାକୁ ନେଇ ଉଠିଛି ପ୍ରଶ୍ନ?

Leave A Reply