Odisha news

ମାୟାବତୀଙ୍କର ରାଷ୍ଟ୍ରପତି ପଦବୀକୁ ନେଇ କଳ୍ପନା ଜଳ୍ପନା ଚାଲିଥିବା ବେଳେ ମାୟାବତୀଙ୍କ ନିକଟରୁ ଆସିଲା ଏପରି ବୟାନ

0
ନୂଆଦିଲ୍ଲୀ : ଉତ୍ତର ପ୍ରଦେଶ ର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ବହୁଜନ ସମାଜ ପାର୍ଟି ର ମୁଖ୍ୟ ମାୟାବତୀ କହିଛନ୍ତି ‘ଆଉ ଠାରେ ୟୁପି ର ମୁଖ୍ୟମନ୍ତ୍ରୀ ଓ ଆଗକୁ ଯାଇ ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଛି , କିନ୍ତୁ ରାଷ୍ଟ୍ରପତି ପଦବୀ ନୁହେଁ l ସମାଜବାଦୀ ପର୍ତ ମିଥ୍ୟା ଅପପ୍ରଚାର କୁ ନେଇ ମାୟାବତୀ କହିଛନ୍ତି ଯଦି ଆଉଥରେ ଦଳିତ, ବଂଚିତ, ମୁସ୍ଲିମ, ଓ ସବର୍ଣ୍ଣ ସମାଜର ଗରିବ ଦଳରେ ଯୋଡି ହୋଇଗଲେ ତ ତାଙ୍କର ପିଏମ ଓ ସିଏମ ହେବା ସୁନିଶ୍ଚିତ ଅଟେ l
ଏହାକୁ ନେଇ ମାୟାବତୀ କହିଛନ୍ତି ମୁଁ ଦେଶର ରାଷ୍ଟ୍ରପତି ହେବାର ଅଭିଳାଷ ରଖିନାହିଁ l କାରଣ ମତେ ଏମିତି ଆରାମ ଦାୟକ ଜିବନର ଆବଶ୍ୟକତା ନାହିଁ l ମୁଁ ଦେଶର ରାଷ୍ଟ୍ରପତି ହେଲେ ନିରୀହ ଜନସାଧାରଣଙ୍କ ପାଇଁ କାମ କରି ପାରିବି ନାହିଁ l ମତେ ଗରିବ ମାନଙ୍କ ପାଇଁ କାମ କରିବାର ଅଛି l ମୁଁ ନିଜକୁ ସମାଜ ଓ ଜାତି ପାଇଁ ସମର୍ପଣ କରି ଦେଇଛି l ତେଣୁ ମୁଁ କାହିଁକି ସ୍ବପ୍ନ ଦେଖିବି l ଅନ୍ୟମାନଙ୍କ ଇଛା ଅନୁସାରେ ମୁଁ ଯଦି ରାଷ୍ଟ୍ରପତି ହୁଏ ତେବେ ସେମାନଙ୍କର ଯେଉଁ ଅଭିଳାଷ ରହିଛି ୟୁପି ମୁଖ୍ୟମନ୍ତ୍ରୀ ପାଇଁ ତାହା ପୁରଣ ହୋଇଯିବ l
Govt
Leave A Reply