Odisha news

ମାନସିକ ଚାପ ଯଦି ବୈବାହିକ ଜୀବନ ରେ ପ୍ରତିବନ୍ଧକ ସାଜୁଛି ତେବେ ଏହିସବୁ ନୀତିକୁ ନିଜ ଜୀବନରେ ଆପଣାନ୍ତୂ

ଶାସ୍ତ୍ର ଅନୁସାରେ କୁହାଯାଇଛି ଯେ ଯଦି ବୈବାହିକ ଜୀବନ ସୁଖମୟ ହୋଇଥିବ ତେବେ ଆପଣଙ୍କ ଜୀବନ ଠିକ୍ ଭାବରେ ଅତିବାହିତ ହେବ । ବୈବାହିକ ଜୀବନରେ ଶୁଖି ଥିବା ବ୍ୟକ୍ତି ଜୀବନରେ ଶୀଘ୍ର ସଫଳତା ହାସଲ କରିଥାଏ । ଯେଉଁ ମାନଙ୍କର ଜୀବନ ଦୁଃଖ , ଚିନ୍ତା ଓ କଳହ ରେ ଭରି ରହିଥାଏ , ସେମାନଙ୍କ ଜୀବନରେ ଭାଗ୍ୟ ମଧ୍ୟ ସାଥି ହୋଇ ନଥାଏ । କର୍ମ କ୍ଷେତ୍ରରେ ସଫଳତା ପାଇବା ପାଇଁ ବ୍ୟକ୍ତିର ଦାମ୍ପତ୍ୟ ଜୀବନ ସୁଖମୟ ହେବା ନିହାତି ଆବଶ୍ୟକ ।
* ବିଚାରର କରନ୍ତୁ ଆଦାନ ପ୍ରଦାନ – ଶାସ୍ତ୍ର ଅନୁସାରେ ଦାମ୍ପତ୍ୟ ଜୀବନରେ ବିଚାର ର ଆଦାନ ପ୍ରଦାନ ହେବାର ନିହାତି ଆବଶ୍ୟକ । ଯେତେବେଳେ ପତି ପତ୍ନୀ ଉଭୟ ଉଭୟଙ୍କର ଭାବରେ ଆଦାନ ପ୍ରଦାନ କରିବା ନିହାତି ଆବଶ୍ୟକ । ଏହା ଜୀବନରେ ଖୁବ୍ ବଡ଼ ବଡ଼ ସମସ୍ୟା କୁ ମଧ୍ୟ ସୁଧାରି ଦେଇଥାଏ ।
* ଉଭୟ ଉଭୟଙ୍କର ସମ୍ମାନ କରିବା ଉଚିତ୍ – ଶାସ୍ତ୍ର ଅନୁସାରେ ସ୍ବାମୀ ସ୍ତ୍ରୀ ଉଭୟ ଉଭୟଙ୍କର ସମ୍ମାନ କରିବା ଉଚିତ୍ । ସ୍ବାମୀ ସ୍ତ୍ରୀ ଙ୍କ ସମ୍ପର୍କ ବିଶ୍ବାସ ରେ ରହିଥାଏ । କୁହାଯାଏ ଯେ ଏହା ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଆଦର ସମ୍ମାନ ବିଶ୍ବାସ ରଖିଥାଏ ।
* ଅହଙ୍କାର ଠାରୁ ଦୂରେଇ ରୁହନ୍ତୁ – ଶାସ୍ତ୍ର ଅନୁସାରେ ସ୍ବାମୀ ସ୍ତ୍ରୀଙ୍କ ସମ୍ପର୍କ ମଧ୍ୟରେ ଅହଙ୍କାର ରହିବା ଠିକ୍ ନୁହେଁ । ଏହା ସମ୍ପର୍କ ରେ ଫାଟ ସୃଷ୍ଟି କରିଥାଏ । ତେଣୁ ସବୁବେଳେ ମନର ଅହଙ୍କାର ରଖିବା ଉଚିତ୍ ନୁହେଁ ।

Comments are closed.