Odisha news

ଆଶ୍ଚର୍ଯ୍ୟ ହେଲେବି ସତ : ମାଉସି କୁ ବିବାହ କଲା ପୁତୁରା , ଆସନ୍ତୁ ଜାଣିବା ପୁରା ଖବର

ନୂଆଦିଲ୍ଲୀ : ଝାଡ଼ଖଣ୍ଡର ଚତରାରେ ଜଣେ ଯୁବକ ନିଜର ମାଉସିକୁ ବିବାହ କରିବାକୁ ନେଇ ଚର୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି l ଘର ଲୋକଙ୍କ ବାରଣ ସତ୍ୱେ ସେ ଗୋଟିଏ ମନ୍ଦିରରେ ନିଜ ମାଉସିକୁ ବିବାହ କରିଥିଲେ l ଉଭୟଙ୍କ ମଧ୍ୟରେ ଗତ ଏକ ବର୍ଷ ହେଲାଣି ପ୍ରେମ ସମ୍ପର୍କ ଥିଲା l ଶୁକ୍ରବାର ଦିନ ଏହି ବିବାହ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଛି l ଉଭୟ ଗୋଟିଏ ଶିବ ମନ୍ଦିରରେ ବିବାହ କରୁଥିବା ସମୟରେ ଗାଁ ଲୋକ ମାନଙ୍କୁ ଏହି ବିଷୟରେ ସୂଚନା ମିଳିଥିଲା l

ଗାଁ ଲୋକମାନେ ଘଟଣାର କଡା ବିରୋଧ କରିଥିଲେ ,ତେଣୁ ଉଭୟ ଦମ୍ପତି ନିଜର ଜଣେ ବନ୍ଧୁଙ୍କ ଘରେ ରାତିସାରା ଲୁଚି ରହିଥିଲେ l ପରଦିନ ସକାଳୁ ନିକଟସ୍ଥ ପୋଲିସ ନିକଟକୁ ଯାଇ ଆତ୍ମସମର୍ପଣ କରିଥିଲେ l ଉଭୟ ପ୍ରାପ୍ତ ବୟସ୍କ ହୋଇଥିବା କାରଣରୁ ସ୍ଥାନୀୟ ପୋଲିସ ଏହି ବିବାହକୁ ମାନିଥିଲା ଓ ତାଙ୍କ ପରିଜନକୁ ଡାକି ଗ୍ରହଣ କରିବାକୁ କହିଥିଲା l କିନ୍ତୁ ତାଙ୍କର ପରିଜନ ଏହାକୁ ଗ୍ରହଣ କରିବା ପାଇଁ ମନା କରିଥିଲେ l

ଯୁବକ ଜଣଙ୍କ ହାଇଦ୍ରାବାଦରେ ଗୋଟିଏ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଛନ୍ତି ସେ କହିଛନ୍ତି ମୁଁ ଯେଉଁଠିବି ରହିବି ମୋ ପତ୍ନୀଙ୍କ ସହିତ ରହିବି l ଗ୍ରାମବାସୀ ମାନେ କହୁଛନ୍ତି ମାଉସୀ କୁ ପୁତୁରା ବିବାହ କରିବା ଘଟଣା ହୁଏତ ହିନ୍ଦୁ ଧର୍ମରେ ଘଟିବା ଉଚିତ ନୁହେଁ ,ମାର ସ୍ଥାନ ମାଉସୀ ନେଇଥାଏ ତେଣୁ ଏହାକୁ ସମାଜରେ ଗ୍ରହଣ କରିବା ଉଚିତ ନୁହେଁ କିନ୍ତୁ ପ୍ରେମୀ ଯୁଗଳ ପ୍ରାପ୍ତ ବୟସର ହେଇଥିବା କାରଣରୁ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇ ପାରୁ ନାହିଁ ଉଭୟଙ୍କୁ ତୁରନ୍ତ ଗାଁ ଛାଡି ଯିବାପାଇଁ କୁହାଯାଇଛି l

Ad2

Comments are closed.