Odisha news

ଗବେଷଣାରୁ ଜଣା ପଡିଛି ଯେ ପୋସ୍ତକ ଭଳି ଛୋଟ ଦାନା ମଧ୍ୟ ଅନେକ ରୋଗର ନିରାକରଣ ହୋଇପାରେ

ସୁଜି ଭଳି ଦେଖାଯାଉଥିବା ଛୋଟ ଦାନାଟି ପୋସ୍ତକ ଅଟେ ,ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେଯେ ପୋସ୍ତକରେ ଅଟେ ପୋଷକତତ୍ୱ ରହିଛି ଯାହା ଶରୀର ପାଇଁ ନିହାତି ଆବଶ୍ୟକ l ଆୟୁର୍ବେଦରେ ପୋସ୍ତକକୁ ଅନେକ ଗୁଡିଏ ରୋଗୀପାଇଁ ବ୍ୟବହାର କରାଯାଇଥାଏ l ନିକଟରେ ହୋଇଥିବା ଗୋଟିଏ ଗବେଷଣାରୁ ଜଣାପଡିଛି ଯେ ଆଣ୍ଠୁଗଣ୍ଠିର ଯନ୍ତ୍ରଣା ପାଇଁ ପୋସ୍ତକ ଅତ୍ୟନ୍ତ ଲାଭ ଦାୟକ l ପୋସ୍ତକରେ ରହିଛି କ୍ୟାଲସିୟମ ,ପ୍ରୋଟିନ ,ଆଇରନ ,କାର୍ବୋହାଇଡ୍ରେଡ଼ ,ପୋଟାସିୟମ ,ମ୍ୟାଗନେସିୟମ ,ଓ଼ମେଗା -୩ ଓ ୬ ପ୍ରଚୁର ପରିମାଣରେ ରହିଛି l ଆସନ୍ତୁ ଜାଣିବା ପୋସ୍ତକର ହିତକାରୀ ଗୁଣ l

* ଥଣ୍ଡା ପ୍ରକୃତିର ହୋଇଥିବା କାରଣରୁ ପୋସ୍ତକ ଗ୍ରୀଷ୍ମ ଋତୁରେ ପେଟାପାଇଁ ରାମବାଣ ଅଟେ l ତା ସହିତ ଏହା ଶରୀରର ଉତାପକୁ ମଧ୍ୟ ନିୟନ୍ତ୍ରଣ କରିଥାଏ ଓ କୋଷ୍ଠକାଠିନ୍ୟ ସମସ୍ୟାକୁ ଦୂର କରିଥାଏ l

* ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣା ପଡିଛି ଯେ ପୋସ୍ତକ ଆଣ୍ଠୁଗଣ୍ଠି ଯନ୍ତ୍ରଣା ପାଇଁ ଅତ୍ୟନ୍ତ ଲାଭକାରୀ l ଏଥିରେ ଆଣ୍ଟିଇନ୍ଫ୍ଲମେଟୋରି ଗୁଣ ରହିଛି ଯାହା ଯନ୍ତ୍ରଣାକୁ ଦୂର କରିବା ସହିତ ଫୁଲାକୁ ମଧ୍ୟ କମ କରିଥାଏ l କ୍ୟାଲସିୟମର ପ୍ରଚୁର ମାତ୍ରା ରହିଥିବା କାରଣରୁ ହାଡ଼କୁ ମଜବୁତ କରିଥାଏ l

* ଯଦି ଭଲରେ ନିଦ ଆସୁନାହିଁ ,ମନ ବିବ୍ରତ ରହୁଛି କିମ୍ବା ଆପଣ ମାନସିକ ଦୁଶ୍ଚିନ୍ତାରେ ପଡୁଛନ୍ତି ତେବେ ପୋସ୍ତକ ଏହି ସମସ୍ୟାକୁ ଦୂର କରିବା ପାଇଁ ଅତ୍ୟନ୍ତ ଲାଭ ଦାୟକ ଆତେ l ଏହାକୁ ସେବନ କରିବା ଦ୍ୱାରା ମସ୍ତିସ୍କ ସତେଜ ରହିଥାଏ ଓ ଚିନ୍ତା ଦୂର ହୋଇଥାଏ l ଯେଉଁ କାରଣରୁ ମାନସିକ ଦୁଶ୍ଚିନ୍ତା ଦୂର ହୁଏ ଓ ଭଲ ନିଦ ହୁଏ l

* ପୋସ୍ତକ ସେବନ କରିବା ଦ୍ୱାରା ଓଜନ ନିୟନ୍ତ୍ରଣ ହୋଇଥାଏ l ଏହାକୁ ଖାଇବା ପରେ ଅଧିକ ସମୟ ପର୍ଯ୍ୟନ୍ତ ଭୋକ ଲାଗି ନଥାଏ l ଗବେଷକ ମାନଙ୍କ ମତରେ ପୋସ୍ତକ ଦ୍ୱାରା ଓଜନ ମଧ୍ୟ କମ କରାଯାଇ ପାରିବ l

ଏହା ଆମେ କେବଳ ଗୋଟେ ତଥ୍ୟ ଦେଉଛୁ କିନ୍ତୁ ପରାମର୍ଶ ଦେବୁ ଏକ୍ସପର୍ଟ ସହ ଯୋଗାଯୋଗ କରନ୍ତୁ

IEC 2 years

Comments are closed.