୨୦୨୪ ର ଆଜି ଶେଷ ଦିନ ଆମେ ସମସ୍ତେ ଅପେକ୍ଷା କରିଛୁ, ସେଥିପାଇଁ ପ୍ରତ୍ୟେକ ବ୍ୟକ୍ତି କିଛିନା କିଛି ପ୍ରସ୍ତୁତି କରୁଛନ୍ତି, ତେଣୁ ଇଂରାଜୀ ନବବର୍ଷ ର ପ୍ରଥମ ଦିନରେ ବ୍ରହ୍ମ ମୁହୂର୍ତ୍ତ ରେ ଉଠି ଏଭଳି କିଛି କାମ କରନ୍ତୁ, ଯାହାକି ବର୍ଷସାରା ଆପଣଙ୍କୁ ଶୁଭ ଫଳ ପ୍ରଦାନ କରିବ ଏବଂ ଆପଣଙ୍କ ଜୀବନ ସୁଖମୟ ହେବ l
– ପଞ୍ଚାଙ୍ଗ ଅନୁସାରେ ବର୍ଷର ପ୍ରଥମ ଦିନ ଜାନୁଆରୀ ୧ତାରିଖ ୨୦୨୫ , ବୁଧବାର ଦିନ ବ୍ରହ୍ମ ମୁହୂର୍ତ ସମୟ ରେ ସକାଳ ୫ ଟା ୨୫ ରୁ ନେଇ ୬ଟା ୧୯ ମିନିଟ ପର୍ଯ୍ୟ ଅତି ଶୁଭ ମୁହୂର୍ତ ରହିଛି, ଯାହାକି ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନ ରେ କିଛିନା କିଛି ଭଲ ସମୟ ଆଣିବ ଏବଂ ଜୀବନ ରେ ସଫଳତା ଦେବ l
– ବର୍ଷର ପ୍ରଥମ ଦିନ ବ୍ରହ୍ମ ମୁହୂର୍ତ୍ତ ରେ ଉଠି ସ୍ନାନ କରନ୍ତୁ ଏବଂ ମନ୍ଦିର ଯାଇ ଭଗବାନ ଙ୍କୁ ଦୀପ ଟିଏ ଦିଅନ୍ତୁ, ଏବଂ ନିଜ ଆରାଧ୍ୟ ଦେବତା ଙ୍କୁ ପ୍ରଣାମ କରି ନିଜ ମନର ଅଭିଳାଷ ପ୍ରକାଶ କରନ୍ତୁ, ଏବଂ ହାତରେ କିଛି ଜଳ ନେଇ ଈଶ୍ୱର ଙ୍କ ନାମରେ ସମର୍ପଣ କରନ୍ତୁ l
– ବ୍ରହ୍ମ ମୁହୂର୍ତ୍ତ ରେ ଏହିସବୁ ମନ୍ତ୍ରକୁ ପାଠ କରନ୍ତୁ ଜୀବନର ସମସ୍ତ ଅସୁବିଧା ଦୂର ହୋଇଯିବ l ବ୍ରହ୍ମା ମୁରାରୀ ତ୍ରିପୁରାତକାରୀ ଭାନୁ ଶସୀ ଭୂମି ସୁତୋ ବୁଧସ୍ୱ , ଗୁରୁସ୍ଛ ଶୁକ୍ର ଶନି ରହୁ କେତବ ସର୍ବ ଗ୍ରହ ଶାନ୍ତି କରା ଭବନ୍ତୁ l
– ଏଥି ସହିତ ଏହିଦିନ ଗାୟତ୍ରୀ ମନ୍ତ୍ର , ମହାମୃତ୍ୟୁଞ୍ଜୟ ମନ୍ତ୍ର ର ଜପ କରନ୍ତୁ, ଏଭଳି କରିବା ଦ୍ୱାରା ଭଗବାନ ଙ୍କ କୃପା ପ୍ରାପ୍ତି ବର୍ଷ ସାରା ହୋଇଥାଏ, ଏବଂ ଆପଣଙ୍କ ପରିବାର ଖୁସିରେ ରହି ଥାଆନ୍ତି l
– ନବବର୍ଷ ରେ ନିଜେ ନିଜକୁ ଜପ, ତପ କରିବା ଧାରାରେ ପକାଇବା ଜରୁରୀ, ଏବଂ ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ କରାଗ୍ରେ ବସତେ ଲକ୍ଷ୍ମୀ କରମଧ୍ୟେ ସରସ୍ୱତୀ କରମୂଳେ ତୁ ଗୋବିନ୍ଦ ପ୍ରଭାତେ କର ଦର୍ଶନମ ମନ୍ତ୍ର ଜପ କରନ୍ତୁ l