ଉପବାସ ରୁ ନେଇ ମେନୋପଯ ପର୍ଯ୍ୟନ୍ତ, ଏହି ୪ଟି କାରଣ ମହିଳା ମାନଙ୍କ ମଧ୍ୟରେ ଦ୍ରୁତ ଗତିରେ ବୃଦ୍ଧି କରିଥାଏ ୟୁରିକ ଏସିଡ
ମହିଳା ମାନଙ୍କ ମଧ୍ୟରେ ସାଧାରଣ ଭାବରେ ପୁରୁଷ ମାନଙ୍କ ତୁଳନାରେ ୟୁରିକ ଏସିଡ ର ସମସ୍ୟା ଅଧିକ ଦେଖିବାକୁ ମିଳିଥାଏ, କିନ୍ତୁ କାହିଁକି ? ମହିଳା ମାନଙ୍କ ନିକଟରେ ହର୍ମୋନଲ ସ୍ୱାସ୍ଥ୍ୟ ସବୁଠୁ ଅଧିକ ପ୍ରଭାବିତ ହୋଇଥାଏ, କିନ୍ତୁ କାହିଁକି ? ମହିଳା ମାନଙ୍କର ହର୍ମୋନଲ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କାରଣ ମଧ୍ୟ ହୋଇଥାଏ, ଯେଉଁ କାରଣରୁ ମହିଳା ମାନଙ୍କ ମଧ୍ୟରେ ୟୁରିକ ଏସିଡ ର ସମସ୍ୟା ଅଧିକ ଦେଖା ଦେଇଥାଏ l
ଏହିସବୁ କାରଣରୁ ମହିଳା ମାନଙ୍କ ମଧ୍ୟରେ ଦ୍ରୁତ ଗତିରେ ବୃଦ୍ଧି ହୋଇଥାଏ ୟୁରିକ ଏସିଡ –
ୟୁରିକ ଏସିଡ କୁ ସନ୍ତୁଳିତ ରଖିବା ରେ ସେକ୍ସ ହର୍ମୋନ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ, ଗବେଷଣା ଅନୁସାରେ ପ୍ରୀମେନୋପୋଜ ମହିଳା ମାନଙ୍କ ମଧ୍ୟରେ ପିରିୟ୍ଡ଼ସ ତାରିଖ ନିକଟତର ହେବା ଦ୍ୱାରା ଏବଂ ପରେ ୟୁରିକ ଏସିଡ ସମସ୍ୟା ଦେଖା ଯାଇଥାଏ l ଏଭଳି ଖରାପ ହର୍ମୋନଲ ସ୍ୱାସ୍ଥ୍ୟ କାରଣରୁ ହୋଇଥାଏ, ଯଦି ଏଭଳି ସମସ୍ୟା ଦେଖା ଦେଉଛି, ତେବେ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ l
ଖରାପ ପାଚନ କାରଣରୁ –
ମେଟାବୋଲିଯିମ ଆପଣଙ୍କ ଶରୀରରେ ୟୁରିକ ଏସିଡ ର ସ୍ତର କୁ ପ୍ରଭାବିତ କରିଥାଏ l ୟୁରିକ ଏସିଡ ସମସ୍ୟା ସେତେବେଳେ ଆରମ୍ଭ ହୋଇଥାଏ ଯେତେବେଳେ ଶରୀର ପ୍ରୋଟିନ, ଯାହାକି ୟୁରିକ କୁ ହଜମ କରିବାରେ ଅକ୍ଷମ ହୋଇଥାଏ l ମେଟାବୋଲିଯିମ ସିଣ୍ଡ୍ରୋମ ଅନେକ ପୁରୁଣା ରୋଗର କାରଣ ହୋଇଥାଏ l ଯେଉଁଥିରେ ମଧୁମେହ, ନନଆଲକୋହଲିଂକ ଫ୍ୟାଟି ଲିଭର ରୋଗ ଓ କ୍ରୋନିକ କିଡ଼ନୀ ରୋଗ ଶାମିଲ ହୋଇଥାଏ l
ଉପବାସ କାରଣରୁ –
ମହିଳା ମାନେ ସାଧାରଣ ଭାବରେ ବିଭିନ୍ନ ଉପବାସ ଓ ବ୍ରତ କରିଥାଆନ୍ତି ଯାହାଦ୍ୱାରା ସେମାନଙ୍କ ମେଟାବୋଲିଯିମ ପ୍ରଭାବିତ ହୋଇଥାଏ, ଏବଂ ପାଚନ ଏଞ୍ଜାଇମ ଦ୍ୱାରା ଜଡିତ ସମସ୍ୟା ବଢ଼ିଯାଇ ଥାଏ l ଏହାଦ୍ୱାରା ପ୍ରୋଟିନ ର ପାଚନ ପାଇଁ ଆବଶ୍ୟକ ପାଚନ ରସ କମି ଯାଇଥାଏ ଏବଂ ୟୁରିକ ଏସିଡ ହୋଇଥାଏ l
ମେନୋପଯ କାରଣରୁ –
ଯେଉଁ ମହିଳାମାନଙ୍କର ନିର୍ଦ୍ଧିଷ୍ଟ ସମୟ ପରେ ଋତୁସ୍ରାବ ବନ୍ଦ ହୋଇଯାଇଥାଏ, ସେମାନଙ୍କ ମଧ୍ୟରେ ୟୁରିକ ଏସିଡ ସ୍ତର ବୃଦ୍ଧି ହୋଇଯାଏ, ଏହା ଏସ୍ଟ୍ରୋଜେନ କମି କାରଣରୁ ହେଉଥିବା ହର୍ମୋନଲ ଅସନ୍ତୁଳନ କାରଣ ହୋଇଥାଏ l ଯେଉଁ କାରଣରୁ ଶରୀରରେ ୟୁରିକ ଏସିଡ ସ୍ତର ବଢ଼ିଯାଇଥାଏ l