Odisha news

ମଶା ଙ୍କ ସହିତ ମଣିଷଙ୍କ ଜୀବନ ଉପରେ ମଧ୍ୟ ବିପଦ ସୃଷ୍ଟି କରିପାରେ ମଶା ଧୂପ, ରୁହନ୍ତୁ ସତର୍କ

0

ନିକଟରେ ଦିଲ୍ଲୀ ରେ ମଶା ମାରିବା ପାଇଁ ବ୍ୟବହୃତ ହେଉଥିବା ମଶା ଧୂପ କାରଣରୁ ୬ ଜଣ ଲୋକଙ୍କର ଜୀବନ ଚାଲି ଯାଇଥିଲା l  ଗୋଟିଏ ପରିବାରର ଏହି ୬ ଜଣ ସଦସ୍ୟ ଙ୍କର ଶ୍ୱାସରୁଦ୍ଧ କାରଣରୁ ମୃତ୍ୟୁ ହୋଇଥିଲା l  କୁହାଯାଉଛି ଯେ ମଶା ଧୂପ ଦ୍ୱାରା ବିଛଣାରେ ନିଅଁ ଲାଗି ଯାଇଥିଲା , ଏହି କାରଣରୁ କୋଠରୀ ରେ ଧୁଆଂ ହୋଇଯିବା କାରଣରୁ ଶ୍ୱାସରୁଦ୍ଧ ହୋଇ ୬ଜଣ ମୃତ୍ୟୁ ବରଣ କରିଥିଲେ l

ମଶା ଧୂପ ରେ କେବଳ ଘରେ ନିଆଁ ଲାଗିବାର ଭୟ ନଥାଏ, ଡାକ୍ତର ଙ୍କ ସୂଚନା ଅନୁସାରେ ମଶା ଧୂପ ର ଧୁଆଂ ସିଗାରେଟ ଧୁଆଂ ଠାରୁ ମଧ୍ୟ ଭୟଙ୍କର ହୋଇଥାଏ l ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ଯଦି ମଶା ଧୂପ ଲଗାଇ ଆପଣ ଗୋଟିଏ ନିବୁଜ କୋଠରୀ ରେ ରହିବେ ତେବେ ଆପଣଙ୍କ ଜୀବନ ମଧ୍ୟ ଯାଇପାରେ l

– ବିଶେଷ ଭାବରେ ଗରମ ଦିନରେ ମଶା ମାନଙ୍କ ପ୍ରକୋପ ଅଧିକ ବଢ଼ିଯାଇ ଥାଏ l  ଏମାନଙ୍କ ନିକଟରୁ ରକ୍ଷା ପାଇବା ପାଇଁ ଲୋକେ ଅନେକ ଉପାୟ ଗ୍ରହଣ କରି ଥାଆନ୍ତି l  ତେଣୁ ମଶା ଧୂପ ସେଠି ମଧ୍ୟରୁ ଗୋଟିଏ l  ମଶା ଧୂପ ର ଧୂଆଁ ଆପଣଙ୍କ ଫୁସଫୁସ ମଧ୍ୟକୁ ଯିବା ଦ୍ୱାରା ଫୁସଫୁସ ରେ ସଂକ୍ରମଣ ଜନିତ ସମସ୍ୟା ହୋଇଥାଏ l  ଯାହାକି ମଣିଷର ପ୍ରଶ୍ୱାସ ରେ ବାଧା ସୃଷ୍ଟି କରିଥାଏ l

– ମଶା ଧୂପ ଭଳି ମଶା ମାରିବା ପାଇଁ ବ୍ୟବହୃତ ହେଉଥିବା ସମସ୍ତ ଧୂଆଁ ଜନିତ ବସ୍ତୁରେ ବିପଦପୂର୍ଣ୍ଣ କେମିକାଲ ରହିଥାଏ l  ଏହିସବୁ କେମିକାଲ ଧୂଆଁ ଆକାର ରେ ଶରୀର ମଧ୍ୟକୁ ଯିବା ଦ୍ୱାରା ଆସ୍ଥମା , ସିଓପିଡି ଭଳି ରୋଗରେ ଆକ୍ରାନ୍ତ ହୋଇପାରନ୍ତି l  ଏହା ଲଙ୍ଗ କ୍ୟାନ୍ସର ର ମଧ୍ୟ କାରଣ ହୋଇଥାଏ l

– ମଶାଧୂପ ରେ ଥିବା କ୍ଷତିକାରକ କେମିକାଲଶ ଆମର ଶରୀର କୁ ଭିତରୁ କେବଳ ନୁହେଁ ବାହାରୁ ମଧ୍ୟ ପ୍ରଭାବିତ କରିଥାଏ l  ଯେପରିକି ଶରୀର ର ଉପର ପାର୍ଶ୍ୱରେ ରାଶେଷ ଓ ଏଲର୍ଜୀ ହେବା ଏବଂ କୁଣ୍ଡାଇ ହୋଇ ଅନ୍ୟ ତ୍ବଚା ଜନିତ ସମସ୍ୟା ଦେଖିବାକୁ ମିଳିଥାଏ l

– ମଶା ଧୂପ ରେ ଯେଉଁସବୁ କେମିକାଲ ର ପ୍ରୟୋଗ ହେଉଛି ଯଦି ତାହା ମଶା ଙ୍କ ପାଇଁ କ୍ଷତିକାରକ ହୋଇପାରେ ମଣିଷ ମାନଙ୍କ ପାଇଁ ମଧ୍ୟ କ୍ଷତିକାରକ ହୋଇପାରେ l  ଏହା କେବଳ ଫୁସଫୁସ ନୁହେଁ ଶରୀର ମଧ୍ୟକୁ ଯାଇ ମଣିଷ ର ହାର୍ଟ ଉପରେ ମ,ଆଧ୍ୟ୍ୟ ପ୍ରଭାବ ପକାଇଥାଏ l  ତେଣୁ ସେଥିପ୍ରତି ସତର୍କ ରହିବା ଜରୁରୀ l

Nalco
Leave A Reply