Odisha news

ପ୍ରଧାନମନ୍ତ୍ରୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ ପରେ ସିଏଏ ବିରୋଧୀ ଆନ୍ଦୋଳନରେ ସାମିଲ୍‌ ହେଲେ ମମତା

0

କୋଲକାତା:କୋଲକାତା ପୋର୍ଟ ଟ୍ରଷ୍ଟ୍‌ର ୧୫୦ତମ ଜୟନ୍ତୀ ପାଳନ ଉତ୍ସବରେ ଯୋଗ ଦେବାକୁ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଲକାତାରେ ପହଞ୍ଚି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସାକ୍ଷାତ୍‌ କରିବାର ମାତ୍ର କେତେ ସମୟ ମଧ୍ୟରେ ସିଏଏ ବିରୋଧୀ ଆନ୍ଦୋଳନରେ ସାମିଲ୍‌ ହୋଇଛନ୍ତି ମମତା। ତୃଣ ମୂଳ ଛାତ୍ର ପରିଷଦ ପକ୍ଷରୁ ନାଗରିକତା ସଂଶୋଧନ ଆଇନ୍‌(ସିଏଏ) ଓ ଏନ୍‌ଆର୍‌ସି ବିରୋଧରେ କରାଯାଇଥିବା ଆନ୍ଦୋଳନରେ ମମତା ନଜର ଆସିଛନ୍ତି।

ଶନିବାର ରାଜ ଭବନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟି ତାଙ୍କ ସହ ଆଲୋଚନା କରିବାର ମାତ୍ର କେତେ ସମୟ ଭିତରେ ମମତା ଏହି ଆନ୍ଦୋଳନରେ ସାମିଲ୍‌ ହୋଇଛନ୍ତି। ଆନ୍ଦୋଳନରେ ସାମିଲ୍‌ ହୋଇ ମମତା କହିଛନ୍ତି, ‘ମୋଦୀ ଏବେ ମୋ ଅତିଥି। ମୁଁ ଜାଣିନି ଏ ପ୍ରସଂଗରେ ମୁହଁ ଖୋଲି ମୁଁ ଠିକ୍‌ କରୁଛି କି ଭୁଲ୍ କରୁଛି। ମାତ୍ର ସିଏଏ ଏନ୍‌ଆର୍‌ପି ଓ ଏନ୍‌ଆର୍‌ସିକୁ ପଶ୍ଚିମବଙ୍ଗ କଦାଚିତ ସମର୍ଥନ କରିବ ନାହିଁ। ମୋଦୀଙ୍କ ସହ ବ୍ୟକ୍ତିଗତ ସ୍ତରରେ ମୋର ଶତ୍ରୁତା ନାହିଁ। ମୁଁ ତାଙ୍କୁ ଫେରାଇ ଦେବାକୁ ଚାହୁଁନାହିଁଁ। ଏନ୍ଆର୍‌ସି ଓ ସିଏଏକୁ ନେଇ ସରକାର ପୁଣି ଥରେ ଚିନ୍ତା କରିବା ଉଚିତ।’

ANI

@ANI

West Bengal: CM Mamata Banerjee participates in a demonstration being held by Trinamool Chhatra Parishad in Kolkata, against and National Register of Citizens.

View image on TwitterView image on TwitterView image on TwitterView image on Twitter
101 people are talking about this
ଉଲ୍ଲେଖଯୋଗ୍ୟ, ମୋଦୀ  ବିମାନବନ୍ଦରରେ ପହଞ୍ଚିବା ପରେ ଷ୍ଟୁଡେଣ୍ଟ ଫେଡେରେସନ ଅଫ୍‌ ଇଣ୍ଡିଆ(ଏସ୍‌ଏଫ୍ଆଇ)ର କିଛି ଆନ୍ଦୋଳନକାରୀ ଛାତ୍ର ‘ଗୋ ବ୍ୟାକ୍‌ ମୋଦୀ’(ଫେରିଯାଅ ମୋଦୀ) ପ୍ଲାକାର୍ଡ ଧରି ବିରୋଧ ପ୍ରଦର୍ଶନ କରିଥିଲେ। ମୋଦୀଙ୍କ ଗସ୍ତ ସମୟ ସଂପର୍କରେ ସୂଚନା ପାଇବା ପରେ ଆନ୍ଦୋଳନକାରୀମାନେ ପୂର୍ବରୁ ହିଁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଇଣ୍ଟରନେସ୍‌ନାଲ୍‌ ଏୟାରପୋର୍ଟରେ ଆନ୍ଦୋଳନ କରିବାକୁ ପ୍ରସ୍ତୁତ ରହିଥିଲେ। ଏହି ବିରୋଧ ମଧ୍ୟରେ ମୋଦୀ ରାଜଭବନରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଅଳ୍ପ ସମୟ ଲାଗି ସାକ୍ଷାତ କରିଥିଲେ। ଏହା ସଂପୂର୍ଣ୍ଣ ଭାବେ ସୌଜନ୍ୟମୂଳକ ଥିଲା ବୋଲି କହିଛନ୍ତି ମମତା।

Leave A Reply