Odisha news

ରାଜ୍ୟରେ ପଞ୍ଚାୟତ ନିର୍ବାଚନ ସମୟରେ କେନ୍ଦ୍ରୀୟ ବଳ ମୁତୟନ କରିବାକୁ ହାଇକୋର୍ଟ ଦେଇଥିବା ଆଦେଶକୁ ଚାଲେଞ୍ଜ

ପଶ୍ଚିମବଙ୍ଗ ସରକାର ଓ ରାଜ୍ୟ ନିର୍ବାଚନ କମିସନ୍‌ ମିଳିତ ଭାବେ ସୁପ୍ରିମ୍‌ କୋର୍ଟଙ୍କ ଦ୍ବାରସ୍ଥ

0

କୋଲ୍‌କାତା: ରାଜ୍ୟରେ ପଞ୍ଚାୟତ ନିର୍ବାଚନ ସମୟରେ କେନ୍ଦ୍ରୀୟ ବଳ ମୁତୟନ କରିବାକୁ ହାଇକୋର୍ଟ ଦେଇଥିବା ଆଦେଶକୁ ଚାଲେଞ୍ଜ କରି ଆଜି ପଶ୍ଚିମବଙ୍ଗ ସରକାର ଓ ରାଜ୍ୟ ନିର୍ବାଚନ କମିସନ୍‌ ମିଳିତ ଭାବେ ସୁପ୍ରିମ୍‌ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।

ବିଶେଷସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ଶୁକ୍ରବାର ଦିନ ରାଜ୍ୟର ଆଇନଗତ ଉପଦେଷ୍ଟାଙ୍କ ସହିତ ରାଜ୍ୟ ନିର୍ବାଚନ କମିସନ୍‌ ଓ ସରକାରୀ ଅଧିକାରୀମାନଙ୍କ ବୈଠକ ପରେ ଉପରୋକ୍ତ ନିଷ୍ପତ୍ତି ଗ୍ରହଣ କାଯାଇଥିଲା।

ପଞ୍ଚାୟତ ନିର୍ବାଚନ ପାଇଁ  ସମଗ୍ର ପଶ୍ଚିମବଙ୍ଗରେ ୪୮ ଘଣ୍ଟା ମଧ୍ୟରେ କେନ୍ଦ୍ରୀୟ ବଳ ମୁତୟନ ପାଇଁ ଗୁରୁବାର ଦିନ କାଲ୍‌କାଟା ହାଇକୋର୍ଟ ରାଜ୍ୟ ନିର୍ବାଚନ କମିନସ୍‌କୁ ନିର୍ଦେଶ ଦେଇଥିଲେ।

ସୂଚନାଯୋଗ୍ୟ, ଶାନ୍ତିପୂର୍ଣ୍ଣ ନିର୍ବାଚନ ନିମନ୍ତେ ରାଜ୍ୟରେ କେନ୍ଦ୍ରୀୟ ବଳ ମୁତୟନ କରାଯାଉ ବୋଲି ‘ବିଜେପି’ ନେତା ଶୁଭେନ୍ଦୁ ଅଧିକାରୀ ଏବଂ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀଙ୍କ ସମେତ ବିରୋଧୀ ନେତାମାନେ ହାଇକୋର୍ଟରେ ଆବେଦନ କରିଥିଲେ। ୨୦୨୨ରେ ମୁନିସପାଲିଟି ନିର୍ବାଚନ ସମୟରେ ଓ ୨୦୨୧ରେ କୋଲ୍‌କାତା ମୁନିସ୍‌ପାଲ୍‌ କର୍ପୋରେସନ୍‌ ନିର୍ବାଚନରେ ହୋଇଥିବା ବ୍ୟାପକ ହିଂସା ଘଟଣାକୁ ଆଧାର କରି ସେମାନେ ହାଇକୋର୍ଟରେ ପିଟିସନ୍‌ ଦାଏର କରିଥିଲେ।

ଏହାଛଡ଼ା, ପ୍ରାର୍ଥୀପତ୍ର ଦାଖଲ କରିବା ପାଇଁ ଦିଆଯାଇଥିବା ସମୟ ଯଥେଷ୍ଟ ନୁହେଁ ଦର୍ଶାଇ ସେମାନେ ଏହାର ସମୟସୀମା ବୃଦ୍ଧି ପାଇଁ ମଧ୍ୟ ନିବେଦନ କରିଥିଲେ। କିନ୍ତୁ, ଏ ସଂକ୍ରାନ୍ତରେ ରାଜ୍ୟ ନିର୍ବାଚନ କମିସନ୍‌ ବିଚାର କରିବେ ବୋଲି ଅଦାଲତ କହିଥିଲେ।

IEC 2 years
Leave A Reply