Odisha news

ଆଜି ଗୋଟାଏ ଦିନରେ ୫୪ କରୋନା ଆକ୍ରାନ୍ତ ଚିହ୍ନଟ : ମାଲକାନଗିରି ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ଯା ୨୬୬ ରେ ପହଞ୍ଚିଲା

0
ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ଯା ଦ୍ରୁତଗତିରେ ବୃଦ୍ଧି ପାଉଛି !ଆଜି ଗୋଟାଏ ଦିନରେ ୫୪ ଜଣ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ଚିହ୍ନଟ କରାଯାଇଛି !ଫଳରେ ମାଲକାନଗିରି ଜିଲ୍ଲାରେ କରୋନା ସଂକ୍ରମିତ ସଂଖ୍ଯା ୨୬୬ କୁ ବୃଦ୍ଧି ପାଇଛି !ଆଜି ମାଥିଲି ବ୍ଲକରେ ୨ ଜଣ,ଖଇରପୁଟ ବ୍ଲକରେ ୬ ଜଣ,ମାଲକାନଗିରି ପୌରଞ୍ଚାଳରେ ୨୧ ଜଣ,ବାଲିମେଳା ଏନଏସିରେ ୨୧ ଜଣ,କାଲିମେଳା ବ୍ଲକରେ ଜଣେ,ମାଲକାନଗିରି ବ୍ଲକରେ ୩ ଜଣେ ସଂକ୍ରମିତ ଚିହ୍ନଟ କରାଯାଇଛି !
ମାଲକାନଗିରି ପୌରାଞ୍ଚଳରେ ୨୧ ଜଣ କରୋନା ସଂକ୍ରମିତଂକ ମଧ୍ଯରୁ ୧୬ ଜଣ କରୋନା ସଂକ୍ରମିତଂକ ନିକଟତର ହୋଇ ସଂକ୍ରମିତ ହୋଇଥିବା ବେଳେ ୫ ଜଣଂକ ଠାରେ କାଶ ଏବଂ ଜ୍ବରର ଲକ୍ଷଣ ଦେଖା ଦେଇଥିଲା !ତେବେ ୨୧ ଜଣଂକ ମଧ୍ଯରୁ ୧୦ ଜଣ ବ୍ଯକ୍ତି କରୋନା ଯୋଦ୍ଧା ସଂକ୍ରମିତ ଅଟନ୍ତି !ସେହିପରି ବାଲିମେଳା ଏନଏସିରେ ୨୧ ଜଣଂକ ମଧ୍ଯରେ ୧୮ ଜଣଂ ହେଉଛନ୍ତି ସଂକ୍ରମିତଂକ ନିକଟତର ହୋଇ ସଂକ୍ରମିତ ହୋଇଥିବା ବେଳେ ୩ ଜଣଂକୁ ଜ୍ବର କାଶ ଲକ୍ଷଣ ପ୍ରକାଶ ପାଇଥିଲା !କାଲିମେଳା ବ୍ଲକରେ ସଂକ୍ରମିତଂକ ମଧ୍ଯରୁ ସେ ଏମଭି-୯୦ ସଂଗରୋଧ କେନ୍ଦ୍ରରେ ଥିଲେ !ଖଇରପୁଟ ବ୍ଲକରେ ୬ ଜଣଂକ ମଧ୍ଯରୁ ଜଣେ ଗୋବିନ୍ଦ ପଲ୍ଲୀ ଗ୍ରାମର !ସେ ତାମିଲ ନାଡୁ ଫେରନ୍ତା  ଏବଂ ନିଜ ଘରେ ସଂଗରୋଧରେ ରହୁଥିଲେ ! ୩ ଜଣ ହଟ ସ୍ପଟ ଜିଲ୍ଲାରୁ ସଂକ୍ରମିତ ହେୀଇ ଫେରିଥିଲେ !ସେହିପରି ୨ ଜଣ ବ୍ଯକ୍ତି ସଂକ୍ରମିତଂକ ନିକଟତର ହୋଇ ସଂକ୍ରମିତ ହେୀଇଥିଲେ !ମାଲକାନଗିରି ବ୍ଲକରୁ ୩ ଜଣ ସଂକ୍ରମିତଂକ ମଧ୍ଯରୁ ଜଣେ କୋଭିଡ ଯୋଦ୍ଧା ସଂକ୍ରମିତ !ଅନ୍ଯ ୨ ଜଣ ହଟ ସ୍ପଟ  ଜିଲ୍ଲା ଫେରନ୍ତା ଅଟନ୍ତି !
ବର୍ତ୍ତମାନ ମାଲକାନଗିରି ଜିଲ୍ଲାରେ କରୋନା ସଂକ୍ରମିତ ସଂଖ୍ଯା ୨୬୬ରେ ପହଞ୍ଚିଥିବା ବେଳେ ଆଜି ୯ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି !ମୋଟ ସୁସ୍ଥ ସଂଖ୍ଯା ମାଲକାନଗିରି ଜିଲ୍ଲାରେ ୧୩୭ ରେକର୍ଡ କରାଯାଇଛି !ସହିପରି ୧୨୯ ଜଣ ସଂକ୍ତମିତ ରୋଗୀ କୋଭିଡ ହସପିଟାଲରେ ଚିକିତ୍ସିତ ହେଉଛନ୍ତି !ଅନ୍ଯପକ୍ଷରେ
ସପ୍ତାହ ବ୍ଯାପି ବନ୍ଦ ରହିଥିବା ଜିଲ୍ଲା ମୁଖ୍ଯ ଚିକିତ୍ସାଳୟର ଆଉଟ୍ ଡୋର ଖୋଲା ଯାଇଛି !ଏଣୁ ଯେ କୌଣସି ରୋଗୀ ଆସିବାରେ ଆଉ କଟକଣା ନାହିଁ ବୋଲି ଜିଲ୍ଲାପାଳ ମନୀଷ ଅଗ୍ରୱାଲ ସୂଚନା ଦେଇଛନ୍ତି !
Leave A Reply