ପୌଷ ମାସର ପର୍ବ ମାନଙ୍କ ମଧ୍ୟରେ ମକର ସଂକ୍ରାନ୍ତି ଗୋଟିଏ ବଡ଼ ପର୍ବ । ଏହିଦିନ ଟି ହିନ୍ଦୁ ଧର୍ମର ଗୋଟିଏ ମୁଖ୍ୟ ପର୍ବ ଭାବରେ ଗ୍ରହଣ କରାଯାଇ ଥାଏ । ମକର ସଂକ୍ରାନ୍ତି ରେ ସୂର୍ଯ୍ୟ ଦେବ ତାଙ୍କ ପୁତ୍ର ଶନି ଦେବ ଙ୍କୁ ସାକ୍ଷାତ କରିବା ପାଇଁ ଶନି ଦେବା ଙ୍କ ଘର ମକର ରାଶିରେ ପ୍ରବେଶ କରି ଥାଆନ୍ତି । ମାନ୍ୟତା ରହିଛି ଯେ ସେହିଦିନ ଶନି ଦେବ ନିଜ ପିତାଙ୍କୁ ସନ୍ତୁଷ୍ଟ କରିବା ପାଇଁ କଳା ରାଶି ଓ ଗୁଡ ଦେଇ ଅଭ୍ୟର୍ଥନା ଜଣାଇ ଥିଲେ ।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଦିନ ସ୍ନାନ ଦାନ ର ବିଶେଷ ମହତ୍ତ୍ଵ ରହିଛି । କୁହାଯାଏ ଯେ ଏହି ଦିନ ଦାନ କଲେ ୭ ଜନ୍ମ ର ଯନ୍ତ୍ରଣା ଦୂର ହୋଇଥାଏ । ଏହିଦିନ ସୂର୍ଯ୍ୟ ଦେବ ଉତ୍ତରାୟଣ ଗତି କରି ସମସ୍ତ ରାଶି ମାନଙ୍କୁ ଫଳ ପ୍ରଦାନ କରି ଥାଆନ୍ତି । ଚଳିତ ବର୍ଷ ଜାନୁଆରୀ ୧୪ ତାରିଖ ଦିନ ମକର ସଂକ୍ରାନ୍ତି ପଡୁଛି । ଶାସ୍ତ୍ର ବିତ୍ ମାନେ ମତ ଦେଇଛନ୍ତି ଯେ ଏହିଦିନ ଘଟୁ ଥିବା ଦୁର୍ଲଭ ଯୋଗ କାରଣରୁ ଆପଣ ଯଦି ନିଜ ରାଶି ଅନୁସାରେ ଦାନ ଧର୍ମ କରିବେ ତେବେ ସୁଖ ସମୃଦ୍ଧି ପ୍ରାପ୍ତ ହେବ ।ଏହିଦିନ ପୁଣ୍ୟ କାଳ ରହୁଚି ଦ୍ୱିପ୍ରହର ୨.୪୩ ମିନିଟ୍ ରୁ ସନ୍ଧ୍ୟା ୫.୩୪ ମିନିଟ୍ ଏହି ସମୟରେ ସୂର୍ଯ୍ୟ ଉତ୍ତରାୟଣ ଗତି କରି ମକର ରାଶିରେ ପ୍ରବେଶ କରିବେ ।
ରାଶି ଅନୁସାରେ ଦାନ –
– ମେଷ ରାଶି : ଗୁଡ ଓ ଚିନା ବାଦାମ
– ବୃଷ ରାଶି : ଦହି ଓ ଧଳା ବସ୍ତ୍ର
– ମିଥୁନ ରାଶି : ମୁଗଡାଲି ଓ ଚାଉଳ
– କର୍କଟ ରାଶି : ଚାଉଳ ଓ ଧଳା ରାଶି
– ସିଂହ ରାଶି : ତମ୍ବା ଓ ଗୁଡ
– କନ୍ୟା ରାଶି : ଖେଚୁଡ଼ି
– ତୁଳା ରାଶି : ମିଠା ଜିନିଷ ଓ କମ୍ବଳ
– ବିଛା ରାଶି : ମୁଗ, ନାଲି ବସ୍ତ୍ର ଓ କଳା ରାଶି
– ଧନୁ ରାଶି : ଖଣ୍ଡ ହଳଦୀ ଓ ରାଶି
– ମକର ରାଶି : କଳା କମ୍ବଳ , କଳା ରାଶି ଓ ତେଲ
– କୁମ୍ଭ ରାଶି : କଳା ବିରି ଓ ଖେଚୁଡ଼ି
– ମୀନ ରାଶି : ହଳଦିଆ ବସ୍ତ୍ର ଓ ଖେଚୁଡ଼ି