Odisha news

ମକର ସଂକ୍ରାନ୍ତିରେ କାହିଁକି ପ୍ରସ୍ତୁତ କରାଯାଏ ଖେଚୁଡ଼ି ? କଣ ରହିଛି ଏହି ଐତିହାସିକ ଦିନର ମହତ୍ୱ

0

ମକର ସଂକ୍ରାନ୍ତି ଇଂରାଜୀ ପ୍ରଥମ ମାସର ପ୍ରଥମ ପର୍ବ ଅଟେ l ଏହିଦିନ ଆମ ହିନ୍ଦୁ ଧର୍ମରେ ଭାରତର ବିଭିନ୍ନ ପ୍ରାନ୍ତରେ ବିଭିନ୍ନ ନାମରେ ପାଳନ କରି ଥାଆନ୍ତି l ଆସାମ ର ଲୋକମାନେ ଏହି ଦିନଟିକୁ ବିହୁ ପର୍ବ ଭାବରେ , ଦକ୍ଷିଣ ଭାରତରେ ଏହିଦିନଟିକୁ ପୋଙ୍ଗଲ ଭାବରେ ପାଳନ କରିବା ସହିତ ଦେଶର ଅନ୍ୟ ସ୍ଥାନ ରେ ମକର ସଂକ୍ରାନ୍ତି ଭାବରେ ପାଳନ କରି ଥାଆନ୍ତି l

ପୌରାଣିକ ମାନ୍ୟତା –

ଏହିଦିନ ସୂର୍ଯ୍ୟଦେବ ଉତ୍ତରାୟଣ ଗତିରେ ମକର ରାଶିରେ ପ୍ରବେଶ କରି ଥାଆନ୍ତି l ଏହିଦିନ କଳା ରାଶି ସହିତ ଗୁଡର ପ୍ରସାଦ ଦେବଦେବୀଙ୍କ ନିକଟରେ ଅର୍ପଣ କରାଯାଇ ଥାଏ l ତା ସହିତ ଖେଚୁଡ଼ି ର ବିଶେଷ ପ୍ରସାଦ ମଧ୍ୟ ଅର୍ପଣ କରାଯାଇ ଥାଏ l ମାନ୍ୟତା ଅନୁସାରେ ଯଦି ଏହିଦିନ ଖେଚୁଡ଼ି ଭଗବାନ ଙ୍କ ନିକଟରେ ଅର୍ପଣ କରାଯାଇ ଏହାକୁ ଗରିବ ମାନଙ୍କୁ ଭୋଜନ କରାଇବେ ତେବେ ଜୀବନରୁ ଶନି ଙ୍କ ପ୍ରକୋପ କମି ଯିବ l ଏହା ସହିତ ଏହାର ମଧ୍ୟ ଅନ୍ୟ ଗୋଟିଏ ଐତିହାସିକ କଥା ରହିଛି l

ମାନ୍ୟତା ରହିଛି ଯେ ଏହିଦିନ ଭୀଷ୍ମ ପିତାମହ ନିଜ ଶରୀର ତ୍ୟାଗ କରିଥିଲେ ଓ ସ୍ୱର୍ଗ ଯାତ୍ରା କରିଥିଲେ l ଭୀଷ୍ମ ପିତାମହ ଖାସକରି ମକର ସଂକ୍ରାନ୍ତି ଦିନଟିକୁ ଦେହ ତ୍ୟାଗ କରିବା ପାଇଁ ଚିନ୍ତା କରିଥିଲେ l ଆଉ ଗୋଟିଏ ପୌରାଣିକ କଥା ମଧ୍ୟ ରହିଛି ଯେ ମକରସଂକ୍ରାନ୍ତି ଦିନ ଗଙ୍ଗା ମାତା ଭାଗିରଥ ମୁନୀ ଙ୍କ ପଛରେ ଚାଲି କପିଳ ମୁନି ଙ୍କ ଆଶ୍ରମ ବାଟ ଦେଇ ଶାଗରରେ ମିଶି ଥିଲେ l

କଣ ଐତିହାସିକ କଥା ରହିଛି ଖେଚୁଡ଼ି ପଛରେ –
କୁହାଯାଏ ଯେ ଯେତେବେଳେ ଆଲାଉଦିନ ଖିଲଜୀ ଆକ୍ରମଣ କରିଥିଲେ ଭାରତକୁ ସେତେବେଳେ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ସମୟ ମିଳୁ ନଥିଲା l ଅନେକ ଦିନ ଧରି ଭୋକ ଉପାସରେ ଯୁଧ୍ୟ କରୁଥିଲେ l ତେଣୁ ତାଙ୍କ ଶରୀରରେ ଶକ୍ତି ହ୍ରାସ ପାଉଥିଲା l ଏହି ସମୟରେ ଏହି ଅସୁବିଧା ର ସମାଧାନ ବାବା ଗୋରେଖନାଥ ବାହାର କରିଥିଲେ l ସେ କହିଥିଲେ ଯେ ସମସ୍ତ ପରିବାକୁ ମିଶାଇ ଡାଲି ଚାଉଳ ସହିତ ଖାଦ୍ୟ ପ୍ରସ୍ତୁତ କରାଯାଉ l ଏହି ଖାଦ୍ୟ କୁ ସେହି ସମୟରେ ଖେଚୁଡ଼ି ନାମ ଦିଆ ଯାଇଥିଲା l

ଏହି ଖାଦ୍ୟ ସ୍ୱାଦିଷ୍ଟ ହେବା ସହିତ ଶରୀରକୁ ଶକ୍ତି ମଧ୍ୟ ଯୋଗାଉ ଥିଲା l ସେହି ଦିନ ଠାରୁ ଖେଚୁଡ଼ିର ପରମ୍ପରା ଆରମ୍ଭ ହୋଇଛି l ଯାହା ଆଜି ମଧ୍ୟ ଚାଲିଛି ସେହି କାରଣରୁ ଆଜି ବି ଗୋରଖ ପୁର ର ଗୋରେଖନାଥ ମନ୍ଦିରରେ ମକର ସଂକ୍ରାନ୍ତି ଦିନ ଖେଚୁଡ଼ି ପ୍ରସାଦ କରାଯାଇ ସମସ୍ତଙ୍କୁ ବଣ୍ଟା ଯାଇଥାଏ l କୁହାଯାଏ ଯେ ଏହିଦିନ ଯଦି ଖେଚୁଡ଼ି ପ୍ରସାଦ ଲଗାଯାଇ ଗରିବ ଙ୍କୁ ଭୋଜନ କରାଯାଇ ଥାଏ ତେବେ ରିଷ୍ଟ ଖଣ୍ଡନ ହୋଇଥାଏ l

Leave A Reply