ତାଳଚେର: ପ୍ରଜା ବ୍ରହ୍ମାକୁମାରୀଙ୍କ ଆଶ୍ରମ ସାମ୍ନା ମୁଖ୍ୟରାସ୍ତା କଡରୁ ଓଡିଶା ପ୍ରବାସୀଙ୍କୁ ଉଦ୍ଧାର କରାଯାଇଥିଲା । ଓଡିଶାର କଟକ ଅଡଶପୁରର ବ୍ୟକ୍ତି ବମ୍ବେ ଦାଦର ଠାରୁ ପ୍ରବାସୀ ଓହିଆ ଚାଲି ଚାଲି ତାଳଚେର ଠାରେ ପହଁଚିଥିଲେ । ସେହି ବ୍ୟକ୍ତି ମୂମୁର୍ଷୁ ଅବସ୍ଥାରେ ରାସ୍ତା କଡରେ ପଡିଥିବାର ଖବର ପାଇ ତାଳଚେର ପୋର ପାଳିକାର ଶ୍ରୀମତୀ ଅତସୀ ପରିଡାଙ୍କ ନିକଟରେ ପହଁଚିଂବା ମାତ୍ରେ ତାଙ୍କ ନିଦେ୍ର୍ଦଶକ୍ରମେ ପୋ÷ରପରିଷଦର ମୁଖ୍ୟ ୱାର୍ଡ ଅଫିସର ଗୁଣନିଧି ସ୍ୱାଇଁ, ତାଳଚେର ତହସିଲଦାର ଶ୍ରୀମତୀ ଗୋରୀ ନାଏକ, ସଦର ଆଇ ଆଇ ସି ସତ୍ୟବ୍ରତ ରାଉତ ବ୍ୟକ୍ତିକୁ ଉଦ୍ଧାର କରି ମଣ୍ଡାପାଳ ଡାକ୍ତର ଖାନା କୋଭିଡ-୧୯ ୱାର୍ଡରେ ଚିକିତ୍ସା ପାଇଁ ଭର୍ତି କରିଥିଲେ ।
ଏସ.ଡି.ଏମ.ଓ କର୍ଣ୍ଣରାମ ମହନ୍ତଙ୍କ ତତ୍ୱାବଧାନରେ ଚିକିତ୍ସା କରାଯାଇ ତାଳଚେରସ୍ଥିତ ଆଦର୍ଶ ବିଦ୍ୟାଳୟ ଠାରେ ଥିବା କ୍ୱାରେଟାଂଇନ ସେଟଂରରେ ରଖାଯାଇଥିଲା । ସେଠାରୁ କରୋନା ପରୀକ୍ଷା କରିବା ପରେ ରିପୋର୍ଟ ନେଗେଟିଭ ଆସିବା ପରେ ଉକ୍ତ ବ୍ୟକ୍ତି ଜଗନ୍ନାଥ ଖୁଟିଂଆ କୁ ତାଙ୍କ ନିକଟରେ କୋଣସି ପଇସା ପତ୍ର ଓ ପୋଷାକ ପତ୍ର ନଥିବାରୁ ତାଙ୍କୁ ପୋଷାକ ଓ କିଛି ଅର୍ଥ ପ୍ରଦାନ କରି ତାଙ୍କ ବାସସ୍ଥାନ କଟକ ଅଡଶପୁର କୁ ପଠାଇ ଦିଆଯାଇଛି ।