Odisha news

ଲଘୁଚାପ ଜନିତ ଲଗାଣ ବର୍ଷା : ମାହାଙ୍ଗାରେ ଶହ ଶହ ହେକ୍ଟର ଜମିରେ ଧାନ ଫସଲ ନଷ୍ଟ

0

ମାହାଙ୍ଗା ୨୬ା୮ : ଲଘୁଚାପ ଜନିତ ଲଗାଣ ବର୍ଷା ହେବା ଫଳରେ ମାହାଙ୍ଗା ବ୍ଲକର ୩୭ ଟି ପଂଚାୟତରେ ପାଟ ଜମି ଗୁଡିକରେ ପାଣି ଜମି ରହିବା ଯୋଗୁ ଧାନ ଫସଲ ନଷ୍ଟ ହୋଇଥିବା ବେଳେ ଗୋବରୀ ନଦୀରେ ବନ୍ୟା ସୃଷ୍ଟି ହେବା ଫଲରେ ପୋଡାମରାଇ ପଂଚାୟତର ଏରକଣା ଗ୍ରାମର ଝିଙ୍କଡି ଅଂଚଳର ୨୫ ପରିବାର ପାଣି ଘେରରେ ରହିଥିବା ବେଳେ ପ୍ରଶାସନ ତାଙ୍କନିକଟରେ ପହଂଚିନଥିଲା । ଏହି ସମୟରେ ମାହାଙ୍ଗା ଅଂଚଳର ବିଜେପି ନେତା ଶାରଦା ପ୍ରଧାନ ଉକ୍ତ ଅଂଚଳକୁ ଯାଇ ଲୋକମାନଙ୍କୁ ଜରୀ ପାଲ ଓ ଶୁଖିଲା ଖାଦ୍ୟ ବଂଟନ କରିଥିଲେ । ଓ ପାଣି ଘେରରେ ଥିବା ଅଂଚଳ ବୁଲି ଦେଖିଥିଲେ ।

ଏଠାରେ ସୂଚନା ଯୋଗ୍ୟ ଯେ ପ୍ରଥମ ଲଘୁଚାପ ଜନିତ ବର୍ଷା ହେବା ଫଳରେ ମାହାଙ୍ଗା ଅଂଚଳର ୯ ହଜାର ୩୪୩ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଥିଲା । ଏବେ ଲଗାଣ ବର୍ଷା ଯୋଗୁ ଏହାର ପରିମାଣ ଆହୁରି ବଢିଯାଇଛି ବୋଲି ମାହାଙ୍ଗା କୃଷି ବିଭାଗର ଅଧିକାରୀ ଶଶାଙ୍କ ଶେଖର ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ମାହାଙ୍ଗା ତହସିଲଦାର ବର୍ଷା ଜନିତ କ୍ଷୟକ୍ଷତିର ଆକଳନ କରିବା ପାଇଁ ଆର ଆଇ ଓ ଗ୍ରାମ୍ୟ କୃଷି କର୍ମଚାରୀଙ୍କୁ ନିଦେ୍ର୍ଦଶ ଦେଇଥିବା କୃଷି ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି । ଲଘୁଚାପ ଜନିତ ଲଗାଣ ବର୍ଷା ହେବା ଫଳରେ ମାହାଙ୍ଗା ଅଂଚଳରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିଲା ବେଳେ ପରିବା ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି ।

ସାଧାରଣରେ ଚର୍ଚ୍ଚା ହେଉଛି ଯେ ବର୍ଷା ଖାଲ ଜମିର ଧାନ ଫସଲ ନଷ୍ଟ କରିଥିଲା ବେଳେ ଷଣ୍ଢ ଉଚ୍ଚ ଜମିର ଧାନ ଫସଲ ଖାଇ ନଷ୍ଟ କରୁଛି । ସେହିପରି ମାଙ୍କଡ ପନି ପରିବାର ଖାଇ ନଷ୍ଟ କରୁଥିବା ବେଳେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ଲଗାଣ ବର୍ଷା ହେବା ଫଳରେ ସାଧାରଣ ଲୋକ ନାହିଁ ନଥବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରଶାସନ ତୁରନ୍ତ ମାହାଙ୍ଗା ଅଂଚଳର ସମସ୍ୟା ପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ଓ ଚାଷୀଙ୍କୁ ଧାନ ବିହନ ଓ ସାର ଯୋଗାଇ ଦେବା ପାଇଁ ଦାବି ହେଉଛି ।

Leave A Reply