Odisha news

କନ୍ଧମାଳ ପୋଲିସ ପକ୍ଷରୁ ନିଶା ନିବାରଣ ସଚେତନତା ଶୋଭାଯାତ୍ରା 

0
ବାଲିଗୁଡା: ତା,୧୭/୧୦ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ରେ ଦିନକୁ ଦିନ ଗଞ୍ଜେଇ ଚାଷ, ଗଞ୍ଜେଇ ଚୋରା ଚାଲାଣ ଓ ନିଶା କାରବାର ଦିନକୁ ଦିନ ବୃଦ୍ଧି ପାଇବାର ଲାଗିଛି। ଏହାକୁ ଦୃଷ୍ଟିରେ ରଖି ବାଲିଗୁଡା ଏସଡିପିଓ ରମେନ୍ଦ୍ର ପ୍ରସାଦଙ୍କ ତତ୍ୱାବଧାନରେ ବାଲିଗୁଡା ସହରରେ ଏକ ନିଶା ନିବାରଣ ସଚେତନତା ଶୋଭାଯାତ୍ରା ସ୍ଥାନୀୟ ଏସଡିପିଓ ଅଫିସ ଠାରୁ ବାହାରି ସମଗ୍ର ସହର ପରିକ୍ରମା କରିଥିଲେ। ଏହି ପରିପ୍ରେକ୍ଷୀରେ ଓଡିଶା ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀ ଙ୍କ ଦ୍ଵାରା ଏକ ପଥପ୍ରାନ୍ତ ସଚେତନତା ନାଟକ ମଧ୍ୟ ପରିବେଷଣ କରାଯାଇଥିଲା l ଆଜିର ଯୁବପିଢ଼ି ନିଶାକୁ ସାଥିକରି ନିଜ ଭବିଷ୍ୟତ ସହ ନିଜ ପରିବାର ପ୍ରତି ଥିବା ଦାୟିତ୍ୱ କୁ ଭୁଲି ଯାଉଛନ୍ତି। ବାଲିଗୁଡ଼ା ଅଞ୍ଚଳରେ ଯୁବ ଗୋଷ୍ଠି ନିଜ ଭବିଷ୍ୟତ କୁ ଅନ୍ଧାର କରି ପଥଭ୍ରଷ୍ଟ ହେଉଛନ୍ତି ଓ ବହୁ ଆଦିବାସି ଚାଷୀ ପରିବାର ନିଜ ର ଧାନ ଓ ପନି ପରିବା ଚାଷ ଛାଡି ଗଂଜେଇ ଚାଷ କରି ଜୀବିକା ଉପାର୍ଜନ କରୁଥିବା ଦେଖିବାକୁ ମିଳୁଛି। ଏଣୁ ବେଆଇନ ଗଞ୍ଜେଇ ଚାଷ ଠାରୁ ଦୁରେଇ ଧାନ, ପରିବା ଚାଷ କରିବାକୁ ଆଜିର ଏହି ସଚେତନତା ଶୋଭାଯାତ୍ରାରେ ଅଭିନବ ପ୍ରୟାସ କରାଯାଇଥିବା ବିଷୟ ସ୍ଥାନୀୟ ଏସଡିପିଓ ରାମେନ୍ଦ୍ର ପ୍ରସାଦ ନିଜ ବକ୍ତବ୍ୟ ରେ ପ୍ରକାଶ କରିଥିଲେ l
Nalco
Leave A Reply