Odisha news

ପ୍ରୟାଗରାଜ ର ମହାକୁମ୍ଭ ରୁ ଫେରିବା ପରେ ଘରେ ନିହାତି କରନ୍ତୁ ଏହି ୫ଟି କାର୍ଯ୍ୟ, ତେବେ ଯାଇ ମିଳିବ ତୀର୍ଥ ସ୍ନାନ ର ଲାଭ

0

୨୦୨୫ ରେ ଉତ୍ତରପ୍ରଦେଶ ପ୍ରୟାଗରାଜ ରେ ଜାନୁଆରୀ ୧୩ ରୁ ଆରମ୍ଭ ହୋଇଛି ମହାକୁଂଭ ମେଳା, ଯାହାକି ସମାପ୍ତ ହେବ ଫେବୃଆରୀ ୨୬ ତାରିଖ ମହାଶିବରାତ୍ରି ଦିନ l ଏହି ସମୟରେ ଅନେକ ଲୋକ କୁମ୍ଭ ମେଳା କୁ ଯାଇ ମହାସ୍ନାନ କରୁଛନ୍ତି, ଏବଂ ଘରକୁ ଫେରି ଆସୁଛନ୍ତି l କିନ୍ତୁ ଘରକୁ ଫେରିବା ପରେ ୫ଟି କାର୍ଯ୍ୟ ନିହାତି କରିବା ଜରୁରୀ ଅଟେ l ତାହା କଣ ଆସନ୍ତୁ ଜାଣିବା -:

– ପ୍ରୟାଗରାଜ ମହାକୁଂଭ ରୁ କୁମ୍ଭ ସ୍ନାନ କରି କରି ଫେରିବା ପରେ ନିହାତି ଭାବରେ ସତ୍ୟନାରାୟଣ ପୂଜା ନିହାତି କରନ୍ତୁ, ନଚେତ ଅନ୍ୟ କିଛି ପ୍ରବଚନ ନିହାତି କରିବା ଆବଶ୍ୟକ l  ଯଦି ଏହା କରି ନପାରୁଛନ୍ତି ତେବେ ସୁନ୍ଦର କାଣ୍ଡ ପାଠ , କିମ୍ଭା ଗଙ୍ଗା ଚାଳିଶା ପାଠ ନିହାତି କରାନ୍ତୁ l

– ଯଦି କୁମ୍ଭ ରୁ କିଛି ପ୍ରସାଦ ଓ ପବିତ୍ର ମାଟି କିମ୍ବା ଗଙ୍ଗାଜଳ ଆଣିଛନ୍ତି ତେବେ ନିଜ ସମ୍ପର୍କୀୟ ଓ ପଡୋଶୀ ଙ୍କୁ ନିହାତି ବାଣ୍ଟନ୍ତୁ l ଏପରି କରିବା ଦ୍ୱାରା ସମସ୍ତେ ପୁଣ୍ୟ ଲାଭ କରିବେ ଏବଂ ଆପଣଙ୍କୁ ଦ୍ଵିଗୁଣ ପୁଣ୍ୟ ଲାଭ ହେବ l

– କୁମ୍ଭ ରୁ କିମ୍ବା କୌଣସି ତୀର୍ଥ ରୁ ଆସିବା ପରେ ବ୍ରାହ୍ମଣ ମାନଙ୍କୁ, ଭଣଜା ମାନଙ୍କୁ, ଜ୍ୱାଇଁ ମାନଙ୍କୁ ନଚେତ ଗରିବ ମାନଙ୍କୁ ଭୋଜନ କରାଇବା ସହିତ ଦାନ ଦେବା ମଧ୍ୟ ଆବଶ୍ୟକ l ଯଦି ଏଭଳି କରି ପାରୁ ନାହାନ୍ତି ତେବେ ପକ୍ଷୀ, ପଶୁ ଓ ମାଛଙ୍କୁ ଭୋଜନ ଦିଅନ୍ତୁ l

– ତୀର୍ଥ ଯାତ୍ରା ବା କୁମ୍ଭ ସ୍ନାନ କରି ଫେରିବା ପରେ ଗୁରରୁଜନ ମାନଙ୍କର ଆଶୀର୍ବାଦ ନିଅନ୍ତୁ, ନିଜ ପିତାମାତା ଙ୍କ ସହିତ ଅନ୍ୟ ଗୁରୁଜନ ମାନଙ୍କୁ ସାକ୍ଷାତ କରି ଆଶୀର୍ବାଦ ନେବା ଆବଶ୍ୟକ l  ଏହାଦ୍ୱାରା ଆପଣଙ୍କ ପୁଣ୍ୟ ଫଳ ଅଧିକ ବୃଦ୍ଧି ହୋଇଥାଏ l

– ଯଦି ଆପଣ ପି[ରାୟଗରାଜ ରୁ ଗଙ୍ଗାଜଳ ଆଣିଛନ୍ତି ତେବେ ସେଥିରେ କିଛି ଶୁଦ୍ଧ ଜଳ ମିଶାଇ ନିଅନ୍ତୁ ଏବଂ ତାହାକୁ ଘରର ଚାରିଆଡେ ସିଞ୍ଚି ଦିଅନ୍ତୁ l ଏହାଦ୍ୱାରା ଘରର ନକାରାତ୍ମକ ଉର୍ଜା ଦୂର ହେବ  ଏବଂ ଘରକୁ ସୁଖ ସମୃଦ୍ଧି ର ଆଗମନ ହେବ l

Leave A Reply