ଘଟତକଚ ମହାଭାରତର ମୁଖ୍ୟ ପାତ୍ର ମାନଙ୍କ ମଧ୍ୟରେ ଗୋଟିଏ l ସେ ହେଉଛନ୍ତି ହିଡିମ୍ବା ରାକ୍ଷସୀ ଓ ଭୀମାଙ୍କର ପୁତ୍ର ଅଟନ୍ତି l ଦ୍ରୌପଦୀଙ୍କ ବ୍ୟତୀତ ଭୀମାଙ୍କର ମଧ୍ୟ ଆଉ ଏକ ସ୍ତ୍ରୀ ଥିଲେ l ଯେଉଁଥିରୁ ଭୀମାଙ୍କର ପରମ ବୀର ପୁତ୍ର ଘଟତକଚ ଉତ୍ପନ ହୋଇଥିଲା l ଘଟତକଚର ମସ୍ତକ ହାତୀ ଭଳି ହୋଇ କେଶ ଶୂନ୍ୟ ରହିଥିଲା ,ସେଥିପାଇଁ ତା ନାମ ଘଟତକଚ ରଖାଯାଇଥିଲା l ସେ ଅସଲରେ ମିଶ୍ର ସନ୍ତାନ ହେତୁ ରାକ୍ଷସୀ ଓ ମନୁଷ୍ୟଙ୍କର ବିଶେଷତା ରହିଥିଲା l ଭୀମଙ୍କର ସଂଯୋଗ ହିଡ଼ିମ୍ବାଙ୍କ ସହିତ ଜଙ୍ଗଲରେ ଦେଖା ହୋଇଥିଲା ,ସେଥିରୁ ଘଟତକଚର ଜନ୍ମ l
ପାଣ୍ଡବ ମାନେ ରାଜ୍ୟ ପ୍ରାପ୍ତି ଓ ସନ୍ତାନ ପ୍ରାପ୍ତି କରିବା ପୂର୍ବରୁ ଘଟତକଚ ତାଙ୍କର ସନ୍ତାନ ଭାବରେ ଜନ୍ମ ନେଇଥିଲା l ପାଣ୍ଡବ ମାନେ ଘଟତକଚକୁ ନିଜର ସନ୍ତାନ ଠାରୁ ଅଧିକ ଭଲ ପାଉଥିଲେ l ମହାଭାରତ ଯୁଦ୍ଧ ସମୟରେ ଯେତେବେଳେ କର୍ଣ୍ଣ ଅର୍ଜୁନଙ୍କ ଉପରକୁ ଇନ୍ଦ୍ର ଦେଇଥିବା ବଜ୍ରକୁ ନିକ୍ଷେପ କରିଥିଲେ ସେହି ସମୟରେ ଘଟତକଚ ଅର୍ଜୁନଙ୍କ ଆଗକୁ ଆସି କର୍ଣ୍ଣଙ୍କ ବଜ୍ରରେ ମୃତ୍ୟୁ ବରଣ କରିଥିଲା ଓ ଅର୍ଜୁନଙ୍କ ଜୀବନ ରକ୍ଷା କରିଥିଲା l
ଦୁର୍ଯ୍ୟଧାନଙ୍କ ଦ୍ୱାରା ତିଆରି ହୋଇଥିବା ଲକ୍ଷା ଗୃହର ଭେଦ ସମୟରେ ପାଣ୍ଡବ ମାନେ ସୁଡ଼ଙ୍ଗ ରାସ୍ତାରେ ବାହାରି ନିଜ ମାତା କୁନ୍ତିଙ୍କ ସହିତ ଜଙ୍ଗଲକୁ ଚାଲି ଯାଇଥିଲେ l କେତେ ବାଟ ଚାଲିବ ପରେ ସେମାନେ ଗୋଟିଏ ସ୍ଥାନରେ ବିଶ୍ରାମ କରିଥିଲେ ,ଭୀମ ସେନାଙ୍କୁ ଛାଡି ଆଉ ସମସ୍ତେ ସୋଇ ପଡ଼ିଥିଲେ l ଏହି ସମୟରେ ସେହି ଜଙ୍ଗଲରେ ରହୁଥିବା ହିଡିମ୍ବ ନାମକ ରାକ୍ଷସକୁ ମଣିଷ ବାସ୍ନା ହୋଇଥିଲା l ଯେଉଁ କାରଣରୁ ସେ ତାର ଭଉଣୀ ହିଡ଼ିମ୍ବାକୁ ଖୋଜିବା ପାଇଁ ପଠାଇଲା l ହିଡ଼ିମ୍ବା ସେଠାକୁ ଆସି ଦେଖିଲା ଯେ ଭୀମ ଗୋଟିଏ ବରିଷ୍ଠ ଚେହେରା ଯୁବକ ଭାବରେ ସେଠାରେ ଉପସ୍ଥିତ ଅଛନ୍ତି l ଏହାପରେ ସେ ଭୀମଙ୍କ ପ୍ରତି ନିଜ ମନରେ ଦୁର୍ବଳତା ଆଣି ମା କୁନ୍ତିଙ୍କ ଆଦେଶରେ ବିବାହ କରିଥିଲା l ଏହାପରେ ଘଟତକଚ ଜାତ ହେଲା l
ଦ୍ରୌପଦୀଙ୍କ ଅଭିଶାପ କାରଣରୁ ମହାଭାରତ ଯୁଦ୍ଧରେ ଘଟତକଚ କର୍ଣ୍ଣଙ୍କ ହାତରେ ବଦ୍ଧ ହୋଇଥିଲା l ଘଟତକଚ ନିଜେ ନିଜର ଚେହେରା ମଧ୍ୟ ବଦଳାଇ ପାରୁଥିଲେ l ତେଣୁ ସେ କୌରବ ମାନଙ୍କର ଅତ୍ୟନ୍ତ ଦୃଢ ରହସ୍ୟ ପାଣ୍ଡବ ମାନଙ୍କୁ ଦେଉଥିଲେ l କୌରବ ମାନଙ୍କର ପ୍ରତ୍ୱେକଟି ତଥ୍ୟ ଘଟତକଚ ପାଣ୍ଡବଙ୍କୁ ଜଣାଇ ଜାଗାକୁ ଥିବା କୁରୁକ୍ଷେତ୍ର ଯୁଦ୍ଧର କୌଶଳ ବିଷୟରେ ପାଣ୍ଡବ ମାନଙ୍କୁ କହୁଥିଲା l
ଘଟତକଚ ମୃତ୍ୟୁ ପରେ କୃଷ୍ଣଙ୍କୁ ସେ ଗୋଟିଏ ଅନୁରୋଧ କରିଥିଲା ଓ କହିଥିଲା ହେ ପ୍ରଭୁ ଯଦି ମୋ ଉପରେ ଦୟା କରିବେ ତେବେ ମୁଁ ଏହି ମହାଭାରତ ଯୁଦ୍ଧକୁ ଶେଷ ପର୍ଯ୍ୟନ୍ତ ଦେଖିବାକୁ ଚାହୁଁଛି l କୃଷ୍ଣ ମଧ୍ୟ ଘଟତକଚ ଏହି ଇଛାକୁ ପୁରାଣ କରିବାକୁ ଯାଇ ମହାଭାରତ ଯୁଦ୍ଧର ଶେଷ ପର୍ଯ୍ୟନ୍ତ ତାର ମସ୍ତକକୁ ଏକ ଖୁଣ୍ଟାରେ ଟାଙ୍ଗି ରଖିଥିଲେ l ଯୁଦ୍ଧ ସାରିବା ପରେ ସମସ୍ତେ ନିଜର ବାହା ବାହା ପାଇଁ କିଏ କାହାକୁ ମାରିଚି କହିଥିଲେ l କିନ୍ତୁ ଘଟତକଚ କହିଥିଲେ ମୁଁ ଦେଖିଛି ମଣିଷ ମାନେ ଯିଏ ଯାହାର ଠିଆ ହୋଇଛନ୍ତି କିନ୍ତୁ ସୁଦର୍ଶନ ଚକ୍ର ନିଜର କାମ କରି ସମସ୍ତ ପାପୀ ମାନଙ୍କୁ ବଦ୍ଧ କରୁଛି l