ମହାଭାରତ ଏଭଳି ଅନେକ ରହସ୍ୟ ରହିଛି, ଯାହାକି ଆମ ପାଇଁ ଆଜି ମଧ୍ୟ ଅଛପା ଅଟେ l ଭଗବାନ ଶ୍ରୀକୃଷ୍ନ ଙ୍କର ବିଭିନ୍ନ ଲୀଳା ଖେଳା ମହାଭାରତ ରେ ରଚନା ହୋଇଛି l ଏବଂ ଅନେକ ଭକ୍ତଙ୍କ କଥା ମଧ୍ୟ ରଚନା ହୋଇଛି l ସେହି ଭକ୍ତ ମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ସୁର ଦାସ l ଯିଏ ଥିଲେ ଅନ୍ଧ କିନ୍ତୁ ଶ୍ରୀକୃଷ୍ଣ ଙ୍କ ପ୍ରିୟ ଭକ୍ତ ମାନଙ୍କ ମଧ୍ୟରୁ ଜଣେ l ସୁରଦାସ ଙ୍କ ଜନ୍ମ ମଥୁରାର ଗୋଟିଏ ଗ୍ରାମ ରେ ହୋଇଥିଲା, ଏବଂ ସେ ସର୍ବଦା ଶ୍ରୀକୃଷ୍ନ ଭଜନ ଓ ଭକ୍ତି ରେ ଲୀନ ରହୁଥିଲେ l
କୃଷ୍ଣଙ୍କ ସୁନ୍ଦର ସୁନ୍ଦର ଭଜନ ଗାଈ ଜୀବନ ବିତାଉଥିଲେ l ସେ ପିଲାଟି ଦିନରୁ ଅନ୍ଧ ଥିବାରୁ ତାଙ୍କ ପରିବାର ତାଙ୍କୁ ତ୍ୟାଗ କରିଦେଇ ଥିଲେ l ପିଲାଟି ଦିନରୁ ଅନ୍ଧ ଥାଇ ମଧ୍ୟ ସେ ପ୍ରତ୍ୟେକ ବସ୍ତୁ କୁ ଅନୁଭବ କରିପାରୁ ଥିଲେ ଏବଂ ତାକୁ ନିଜ ମନରେ ଚିତ୍ରଣ କରି ଭଜନ ଗାଉଥିଲେ l
ଏକଦା ସୁରଦାସ ଭକ୍ତି ରେ ଲୀନ ହୋଇ ରାସ୍ତାରେ ଯାଉଥିବା ସମୟ ରେ ଗୋଟିଏ କୂଅ ମଧ୍ୟରେ ପଡିଗଲେ l ନିଜ ଭକ୍ତକୁ ଅସୁବିଧାରେ ଦେଖି ଭଗବାନ କୃଷ୍ଣ ସେଠାରେ ପ୍ରକଟ ହେଲେ ତାଙ୍କର ଜୀବନ ରକ୍ଷା କରିଥିଲେ l ସୁରଦାସ ଙ୍କ ଭକ୍ତିରେ ପସନ୍ନ ହୋଇ କୃଷ୍ଣ ତାଙ୍କୁ କିଛି ବର ମାଗିବାକୁ କହିଥିଲେ ସେତେବେଳେ ସୁରଦାସ କହିଥିଲେ ମୁଁ ମୋ ପ୍ରଭୁଙ୍କ ଛଡା ଆଉ କାହାକୁ ଦେଖିବାକୁ ଚାହୁଁନାହିଁ l ଏହାପରେ ଶ୍ରୀକୃଷ୍ନ ତାଙ୍କୁ ନିଜର ଦିବ୍ୟ ଦୃଷ୍ଟି ଦେଖାଇଥିଲେ l ସୁରଦାସ ମଧ୍ୟ ପୁନର୍ବାର ଦୃଷ୍ଟି ହିନ ହେବାର ବରଦାନ ମାଗିଲେ l
ଏହାପରେ ଭଗବାନ କୃଷ୍ଣ ସୁରଦାସ ଙ୍କୁ ପୁନର୍ବାର ଦୃଷ୍ଟି ହୀନ କରି ଦେଲେ l ଶ୍ରୀକୃଷ୍ଣ ଙ୍କ ସହିତ ସୁରଦାସ ଙ୍କ ପ୍ରେମ ଖୁବ ନିବିଡ଼ ଥିଲା l