Odisha news

ମହାଭାରତର ରୋଚକ କଥା : ଛାୟା ଓ ମାୟା କିଏ ? ଦ୍ରୌପଦୀ ଙ୍କ ଚିର ହରଣ ପରେ ତାଙ୍କୁ ପିନ୍ଧାଇଥିଲେ ବସ୍ତ୍ର

0

ଦ୍ରୌପଦୀ ଙ୍କ ଚିରହରଣ ମହାଭାରତର ସବୁଠୁ ଭୟଙ୍କର ଘଟଣା ଥିଲା, ଦ୍ରୌପଦୀ ଙ୍କୁ ଜୁଆ ଖେଳରେ ବାଜୀ ଲଗାଇଥିଲେ ପାଣ୍ଡଵ ମାନେ ଏବଂ ବାଜି ହାରି ଯିବାରୁ ଦୁଃଶାସନ ଦ୍ରୌପଦୀ ଙ୍କ ମୁକୁଳା କେଶକୁ ଘୋଷାଡ଼ି କୁରୁ ସଭା ସ୍ଥଳ କୁ ଟାଣି ଟାଣି ଆଣିଥିଲା l ଏବଂ ବସ୍ତ୍ର ହରଣ କରିଥିଲା l ସେହି ସମୟରେ କୁରୁ ବଂଶର ମୁଖ୍ୟ ବ୍ୟକ୍ତିମାନେ ଯେପରିକି ପିତାମହ ଭୀଷ୍ମ, ଗୁରୁ ଦ୍ରୋଣ, ଗୁରୁ କୃପାଚାର୍ଯ୍ୟ ଙ୍କ ଭଳି ସାଧୁ ସନ୍ଥଙ୍କ ଉପସ୍ଥିତି ରେ ଦ୍ରୌପଦୀ ଙ୍କ ବସ୍ତ୍ର ହରଣ କରିଥିଲେ ଏବଂ ସ୍ୱୟଂ କୁରୁବଂଶ ର ବୟୋଜ୍ୟେଷ୍ଠ ବ୍ୟକ୍ତି  ସେଠାରେ ଉପସ୍ଥିତ ଥିଲେ ମଧ୍ୟ ଏହାକୁ ବାରଣ କରି ନଥିଲେ ଏବଂ ଲଜ୍ଜାରେ ନିଜ ମସ୍ତକ କୁ ତଳକୁ କରିଦେଇ ଥିଲେ l

ସେହି ସମୟ ରେ ଦ୍ରୌପଦୀ ଭଗବାନ କୃଷ୍ଣଙ୍କ ସହାୟତା ଭିକ୍ଷା କରିଥିଲେ ଏବଂ ପ୍ରଭୁ ଶ୍ରୀକୃଷ୍ଣ ତାଙ୍କ ଲଜ୍ଜା ରକ୍ଷା କରିଥିଲେ l କିନ୍ତୁ ଦ୍ରୌପଦୀ କିପରି ବସ୍ତ୍ର ପିନ୍ଧିଲେ ତାହା ଖୁବ କମ ଲୋକ ଜାଣିଛନ୍ତି, ମାନ୍ୟତା ଅନୁସାରେ ଦ୍ରୌପଦୀ ପୂର୍ବ ଜନ୍ମରେ ସୂର୍ଯ୍ୟଙ୍କ ପୁତ୍ର ଶନି ଙ୍କ ବିବାହ ରେ ଉପହାର ରେ ବସ୍ତ୍ର ଦେଇଥିଲେ l ଏବଂ ଦ୍ରୌପଦୀ ନିଜ ଲଜ୍ୟା ନିବାରଣ ପାଇଁ ଶ୍ରୀକୃଷ୍ଣ ଙ୍କୁ ପ୍ରାର୍ଥନା କରିବା ଦ୍ୱାରା ଦ୍ରୌପଦୀ ଙ୍କ ପ୍ରତି ଋଣ ପରିଶୋଧ କରିବାର ସମୟ ଆସିଗଲା ବୋଲି ଶ୍ରୀକୃଷ୍ଣ ସୂର୍ଯ୍ୟ ଦେବ ଙ୍କୁ କହିଥିଲେ l ଏବଂ ସୂର୍ଯ୍ୟଦେବ ନିଜ ଦୁଇ ପତ୍ନୀ ଛାୟା ଓ ମାୟା ଙ୍କୁ ପୃଥିବୀ ପୃଷ୍ଠକୁ ପଠାଇଥିଲେ l ଏବଂ ଛାୟା ଓ ମାୟା ଚିର ହରଣ ପରେ ଦ୍ରୌପଦୀ ବସ୍ତ୍ର ପିନ୍ଧାଇଥିଲେ l

Leave A Reply