ମହାଭାରତ ସହିତ ଜଡିତ ଏଭଳି ଅନେକ ରୋମାଞ୍ଚକ କଥା ରହିଛି, ଯାହାକୁ ଆଜି ମଧ୍ୟ ଆମ ମାନଙ୍କ ପାଇଁ ଅଜଣା ଅଟେ l ଆମେ ସମସ୍ତେ ଜାଣିଚୁ ଭଗବାନ ବିଷ୍ଣୁ ପାପର ବିନାଶ ପାଇଁ ପ୍ରତ୍ୟେକ ଯୁଗରେ କିଛିନା କିଛି ଅବତାର ନେଇ ଥାଆନ୍ତି l ଯେପରିକି ତ୍ରେତୟା ଯୁଗରେ ଅସୁର ମାନଙ୍କ ସହିତ ରାବଣ କୁ ଅଭିଶାପ ରୁ ମୁକ୍ତି ପାଇଁ ରାମ ଅବତାର ନେଇଥିବା ବେଳେ ଦ୍ୱାପର ରେ ନିଜ ମାମୁଁ କଂସ କୁ ବଧ କରିବା ପାଇଁ କୃଷ୍ଣ ଅବତାର ନେଇଥିଲେ l ଏବଂ କଳିଯୁଗ ରେ ପ୍ରଭୁ ପାପରୁ ମୁକ୍ତି ଦେବା ପାଇଁ ଜଗତର ନାଥ ଜଗନ୍ନାଥ ରୂପରେ ବିରାଜମାନ l
କିନ୍ତୁ ପୁରାଣର ମତ ଅନୁସାରେ କଂସ ହେଉଛି ଶ୍ରୀକୃଷ୍ଣ ଙ୍କ ମାମୁଁ ଥିଲେ , ଶ୍ରୀକୃଷ୍ଣ ସ୍ୱୟଂ ବିଷ୍ଣୁଙ୍କ ଅବତାର ଅଟନ୍ତି l କଂସ ଙ୍କୁ ପ୍ରତ୍ୟେକ ଜନ୍ମରେ ବିଷ୍ଣୁ ଙ୍କ ହାତରେ ବଧ ହେବା ପାଇଁ ଅଭିଶାପ ମିଳିଥିଲା l ଧାର୍ମିକ ମାନ୍ୟତା ଅନୁସାରେ କଂସ କୁ ପ୍ରତ୍ୟେକ ଜନ୍ମରେ ଭଗବାନ ବିଷ୍ଣୁ ଙ୍କ ହାତରେ ମରିବାର ଅଭିଶାପ ପଛରେ ଗୋଟିଏ କାହାଣୀ ରହିଛି l
ଅସୁର କାଳନେମୀ ର ୬ଟି ପୁତ୍ର ସନ୍ତାନ ଥିଲେ ଏବଂ ଗୋଟିଏ କନ୍ୟା ସନ୍ତାନ ଥିଲା l କନ୍ୟା ବୃନ୍ଦା ଙ୍କ ବିବାହ ଜଳନ୍ଧର ନାମକ ରାକ୍ଷସ ସହିତ ହୋଇଥିଲା, ଏହାପରେ ଯାହାର ମୃତ୍ୟୁ ଭଗବାନ ବିଷ୍ଣୁ ଙ୍କ ହାତରେ ହୋଇଥିଲା l କାଳନେମୀ ପ୍ରକୃତିରେ ଖୁବ ଦୁଷ୍ଟ ଥିଲା l ସ୍କନ୍ଦ ପୁରାଣ ଅନୁସାରେ କାଳନେମୀ ଦୈତ୍ୟ ସେନା ଙ୍କ ସହିତ ଦେବତା ମାନଙ୍କ ଉପରେ ଆକ୍ରମଣ କରିଦେଲା l ସେ ଏଭଳି କରିବା ପଛର କାରଣ ଥିଲା ସେ ଦେବତା ମାନଙ୍କ ନିକଟରୁ ଅମୃତ କଳସ ହାସଲ କରିବାକୁ ଚାହୁଁଥିଲା l ଏହାକୁ ନେଇ ଭଗବାନ ବିଷ୍ଣୁ କ୍ରୋଧିତ ହୋଇ ତାକୁ ଵଧ କରିଥିଲେ l ଏବଂ ତାକୁ ଅଭିଶାପ ଦେଇଥିଲେ ଯେ ପ୍ରତ୍ୟେକ ଜନ୍ମରେ ତୋର ବଧ ମୋ ହାତରେ ହେବ l ଅନ୍ୟ ଗୋଟିଏ ପୌରାଣିକ କଥା ଅନୁସାରେ କଂସର ମା ତାକୁ ଅଭିଶାପ ଦେଇଥିଲେ ଯେ ତୁ ଯେବେବି ରାକ୍ଷସ ଜନ୍ମ ନେବୁ ତୋର ବଧ ବିଷ୍ଣୁଙ୍କ ହାତରେ ହେବ l