ପିତୃପକ୍ଷ କୁ ନେଇ ଅନେକ ଧାର୍ମିକ କଥା ରହିଛି, ସେହିଭଳି ଗୋଟିଏ କଥା ରହିଛି ଯାହାକି ମହାଭାରତ କାଳ ସହିତ ସମ୍ବନ୍ଧ ରହିଛି l ହଁ ଆଜ୍ଞା ପିତୃପକ୍ଷ ର ସମ୍ପର୍କ ମହାଭାରତ ସହିତ ଜଡିତ ଅଟେ l ମହାଭାରତ ଗୋଟିଏ ପୌରାଣିକ ମହାକାବ୍ୟ ଅଟେ, ଯାହାକି ଆପଣଙ୍କୁ ଜୀବନ ବଂଚିବାର ଉପାୟ ଦେଇଥାଏ l
କଣ ରହିଛି ମହାଭାରତ ସମୟ ସହିତ ସମ୍ବନ୍ଧ –
କର୍ଣ୍ଣ ମହାଭାରତର ଜଣେ ମହତ୍ଵପୁର୍ଣ ପାତ୍ର, ଯିଏ ଥିଲେ ପାଣ୍ଡଵ ଙ୍କ ଭାଇ କିନ୍ତୁ ରହୁଥିଲେ କୌରଵ ଙ୍କ ପକ୍ଷରେ l ଏହି ଯୁଦ୍ଧରେ ଅର୍ଜୁନ କର୍ଣ୍ଣଙ୍କୁ ବଧ କରିଥିଲେ l ମାନ୍ୟତା ଅନୁସାରେ କର୍ଣ୍ଣ ଦୟାଳୁ ହୃଦୟର ଥିଲେ, ଏବଂ ଦାନବୀର ମଧ୍ୟ ଥିଲେ l ମହାଭାରତ ଯୁଦ୍ଧରେ ଯେତେବେଳେ କର୍ଣ୍ଣଙ୍କ ମୃତ୍ୟୁ ହେଲା ତାଙ୍କ ଆତ୍ମା ସ୍ଵର୍ଗରେ ପହଞ୍ଚିଥିଲା l ସେହି ସମୟ ରେ ତାଙ୍କୁ ଖୁବ ଭୋକ ଲାଗିଥିଲା l କିନ୍ତୁ କର୍ଣ ଯାହାବି ସ୍ପର୍ଶ କରୁଥିଲେ ତାହା ସୁନା ହୋଇଯାଉ ଥିଲା l
କର୍ଣ ଏଭଳି ଘଟଣା ଦେଖି ଭୟଭୀତ ହୋଇଯାଉ ଥିଲେ l ଏବଂ ଏହି ଘଟଣା ବିଷୟରେ ସେ ନିଜ ପିତା ସୂର୍ଯ୍ୟଦେବ ଙ୍କୁ ପଚାରି ଥିଲେ l ଏବଂ ସୂର୍ଯ୍ୟଦେବ କର୍ଣ୍ଣ ଙ୍କୁ ଇନ୍ଦ୍ରଙ୍କୁ ଦେଖା କରିବାକୁ କହିଲେ l ଏହାପରେ ଇନ୍ଦ୍ରଦେବ କହିଥିଲେ କର୍ଣ୍ଣ ଦାନବୀର ଥିଲା ଏବଂ ସେ ସବୁବେଳେ ସୁନା, ରତ୍ନ ଦାନ କରୁଥିଲା l ସେ କଦାପି ଶ୍ରାଦ୍ଧ ସମୟ ରେ ଭୋଜନ ଦାନ ଦେଉ ନଥିଲା ସେଥିପାଇଁ କର୍ଣ୍ଣକୁ ତାର ପୂର୍ବଜ ଅଭିଶାପ ଦେଇଛନ୍ତି l ତେଣୁ ସେ ଯାହାବି ସ୍ପର୍ଶ କରୁଛି ତାହା ସୁନା ହୋଇ ଯାଉଛି l ଏହାର ପରିଣାମ ସ୍ୱରୂପ କର୍ଣ୍ଣଙ୍କୁ ୧୪ – ୧୫ ଦିନ ପର୍ଯ୍ୟନ୍ତ ପୃଥିବୀ ଲୋକ କୁ ପଠାଯାଇ ଥିଲା l
ଏହାପରେ କର୍ଣ୍ଣ ପୃଥିବୀ ଲୋକ କୁ ଆସି ନିଜ ପୁର୍ନଜ ଙ୍କୁ ମନେ ପକାଇ ଶ୍ରାଦ୍ଧ ଦେଇଥିଲେ ଏବଂ ଭୋଜନ ଓ ଜଳ ଦେଇଥିଲେ l ଏହି ସମୟ କୁ ତେଣୁ ପିତୃପକ୍ଷ ଭାବରେ ପାଳନ କରାଯାଇ ଥାଏ l ମହାଭାରତ ଯୁଦ୍ଧରେ ଜୀବନ ହରାଇ ଥିବା ବୀର ସୈନ୍ୟ ଙ୍କ ପାଇଁ ଯୁଧିଷ୍ଠିର ବୁଦ୍ଧ ଗୟା ରେ ପିଣ୍ଡଦାନ କରିଥିଲେ l ତେଣୁ କୁହାଯାଏ ଯେ ପିତୃପକ୍ଷରେ ଏହି ସ୍ଥାନରେ ପିଣ୍ଡଦାନ କରିବା ଦ୍ୱାରା ଜୀବନର ସମସ୍ତ କଷ୍ଟ ଦୂର ହୋଇଥାଏ l
Comments are closed.