ଭାରତ ସମେତ ଦୁନିଆର ବିଭିନ୍ନ ଲୋକଙ୍କର ହିନ୍ଦୁ ପୁରାଣ ଓ ଶାସ୍ତ୍ର ଉପରେ ଗଭୀର ଆସ୍ଥା ଓ ଭରସା ରହିଛି l ହିନ୍ଦୁ ପୁରାଣ ରେ ଭଗବାନ ଙ୍କର ବିଭିନ୍ନ ଅବତାର ସହିତ ୩୩ କୋଟି ଦେବାଦେବୀ ଙ୍କ ବିଷୟରେ ବିସ୍ତୃତ ବର୍ଣ୍ଣନା ରହିଛି l ଏହି ଦେବlଦେବୀ ଙ୍କ ସହିତ ଜଡିତ ଏଭଳି ଅନେକ ଧର୍ମଶାସ୍ତ୍ର କଥା ରହିଛି ଯାହା ବିଷୟରେ ଖୁବ କମ ଲୋକେ ଜାଣିଥିବେ l ସେହିଭଳି କିଛି ଧର୍ମଶାସ୍ତ୍ର କଥା ଭଗବାନ ଶ୍ରୀକୃଷ୍ନ ଓ ତାଙ୍କ ପୁଅ ଙ୍କ ସହିତ ଜଡିତ l ଭଗବାନ ଶ୍ରୀକୃଷ୍ନ ଙ୍କ ସହିତ ସେହିଭଳି ଗୋଟିଏ ପୌରାଣିକ ଶାସ୍ତ୍ର କଥା ରହିଛି l
ଆମେ ପୁରାଣ ରେ ପଢ଼ିଛେ ବା ଶୁଣିଛେ ଭଗବାନ ଶ୍ରୀକୃଷ୍ନ ଙ୍କର ଅନେକ ରାଣୀ ଥିଲେ, ଯେଉଁଥିରେ ଜାମ୍ବବନ୍ତ ଙ୍କ କନ୍ୟା ଜାମ୍ବବନ୍ତି ଥିଲେ ଜଣେ l ଶ୍ରୀକୃଷ୍ନ ଓ ଜାମ୍ବବନ୍ତି ଙ୍କ ବିବାହ ପଛରେ ମଧ୍ୟ ଗୋଟିଏ କାହାଣୀ ରହିଛି l ଶାସ୍ତ୍ର ଅନୁସାରେ ବହୁମୂଲ୍ୟ ମଣି ହାସଲ କରିବା ପାଇଁ ଶ୍ରୀକୃଷ୍ନ ଓ ଜାମ୍ବବନ୍ତ ଙ୍କ ମଧ୍ୟରେ ୨୮ ଦିନ ଧରି ଯୁଦ୍ଧ ଚାଲିଲା l ଯୁଦ୍ଧ ସମୟରେ ଯେତେବେଳେ ଜାମ୍ବବନ୍ତ କୃଷ୍ଣ ଙ୍କର ଅସଲ ରୂପ କୁ ଜାଣିପାରିଲେ ମଣି ସମେତ ନିଜ କନ୍ୟାଙ୍କ ହାତ କୃଷ୍ଣ ଙ୍କୁ ସମର୍ପଣ କରିଥିଲେ l
ଶାସ୍ତ୍ର ଅନୁସାରେ କୃଷ୍ଣ ଓ ଜାମ୍ବବନ୍ତି ଙ୍କ ପୁତ୍ରଙ୍କ ନାମ ଥିଲା ଶାମ୍ବ l କୁହାଯାଏ ଯେ ଶାମ୍ବ ଏତେ ସୁନ୍ଦର ଓ ଆକର୍ଷଣୀୟ ଥିଲେ ଯେ କୃଷ୍ଣଙ୍କ ପାଟରାଣୀ ମାନେ ମଧ୍ୟ ତାଙ୍କ ସୌନ୍ଦର୍ଯ୍ୟ ରେ ପ୍ରଭାବିତ ହୋଇ ଯାଇଥିଲେ l ମାନ୍ୟତା ରହିଛି ଏକଦl ଶ୍ରୀକୃଷ୍ନ ଙ୍କର ଗୋଟିଏ ପାଟରାଣୀ ଶାମ୍ବ ଙ୍କ ସୌନ୍ଦର୍ଯ୍ୟ ରେ ପ୍ରଭାବିତ ହୋଇ ଶାମ୍ବ ଙ୍କ ପତ୍ନୀ ଙ୍କ ରୂପ ଧାରଣ କରି ତାଙ୍କୁ ଆଲିଙ୍ଗନ କରିଥିଲେ l ଏହାକୁ ଜାଣିପାରି ଶ୍ରୀକୃଷ୍ଣ କ୍ରୋଧାନ୍ୱିତ ହୋଇ ଯାଇଥିଲେ l ଏହାପରେ କ୍ରୋଧ ରେ ଶ୍ରୀକୃଷ୍ନ ଶାମ୍ବ ଙ୍କୁ କୁଷ୍ଠ ରୋଗରେ ପୀଡିତ ହେବାର ଅଭିଶାପ ଦେଇଥିଲେ l
ପୁରାଣର ମତ ଅନୁସାରେ ମହର୍ଷି କଟାକ ଶାମ୍ବ ଙ୍କୁ କୁଷ୍ଠ ରୋଗରୁ ନିବୃତ ହେବା ପାଇଁ ସୂର୍ଯ୍ୟଦେବ ଙ୍କୁ ଆରାଧନା କରିବାକୁ କହିଥିଲେ l ଏହାପରେ ଶାମ୍ବ ଚନ୍ଦ୍ରଭାଗା ନଦୀ କୂଳରେ ମିତ୍ର ବନରେ ସୂର୍ଯ୍ୟଦେବ ଙ୍କର ଗୋଟିଏ ମନ୍ଦିର ନିର୍ମାଣ କରି ୧୨ ବର୍ଷ ସେଠାରେ କଠୋର ତପସ୍ୟା କରିଥିଲେ l
ମାନ୍ୟତା ରହିଛି ଯେ ସୂର୍ଯ୍ୟ ଦେବ ଶାମ୍ବ ଙ୍କ ତପସ୍ୟାରେ ପ୍ରସନ୍ନ ହୋଇ ତାଙ୍କୁ କୁଷ୍ଠ ରୋଗରୁ ମୁକ୍ତି କରିଥିଲେ ଏବଂ ଚନ୍ଦ୍ରଭାଗା ରେ ସ୍ନାନ କରିବାକୁ କହିଥିଲେ l ଆଜି ମଧ୍ୟ ହଜାର ଭକ୍ତି ଚନ୍ଦ୍ରଭାଗା ରେ ଚର୍ମ ରୋଗରୁ ମୁକ୍ତି ପାଇବା ପାଇଁ ସ୍ନାନ କରି ଥାଆନ୍ତି l